ପୁରୀ ଯାଉଥିବା ବେଳେ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର

ନୟାଗଡ଼,୩୧।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ବାଣୀଗୋଛା ଥାନା ଦୁର୍ଗାପ୍ରସାଦ ଶାଳଭଙ୍ଗା ଜଙ୍ଗଲ ନିକଟରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ଏକକାର ଗଛରେ ପିଟିହୋଇ ଜଳିଯାଇଛି। କାରରେ ଥିବା କ୍ରିଷ୍ଣା ପଟେଲ, ମିଟୁ ଜୟସ୍ବାଲ, ଗୌରବ ଶ୍ରୀବାସ୍ତବ ଏବଂ ହିମାଂଶୁଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବାବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି ।
ଦୁର୍ଘଟଣାଗସ୍ତ ସିଜି ୧୧ ବିକେ ୧୨ ନଂ କାରଟି ଛତିଶଗଡ ଅଞ୍ଚଳର ବୋଲି ଜଣାପଡିଛି । ଛତିଶଗଡ଼ରୁ ପୁରୀ ଅଭିମୁଖେ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ କାରଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଥିଲା । ସ୍ଥାନୀୟ ଦୁର୍ଗାପ୍ରସାଦ ଗ୍ରାମ ଯୁବକମାନେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଦଶପଲ୍ଲା ମେଡିକାଲ ପଠାଇଥିଠାବେଳେ ଅଗ୍ନିଶମ କର୍ମଚାରୀ ଗାଡିରୁ ନିଆଁ ଲିଭାଇଥିଲେ । କୁହୁଡି ଯୋଗୁ ଏପରି ଘଟିଥିବା କୁହାଯାଉଛି।