ନିଆଁ ଲିଭାଉଥିବା ବେଳେ ଜିୟନ୍ତା ଜଳିଗଲେ ବୃଦ୍ଧ

ପାଟଣା,୯।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଘଟଣ ଘଟିଛି। ବିଲରେ ନିଆଁ ଲିଭାଉଥିବା ବେଳେ ଜଣେ ୭୦ବର୍ଷୀୟ ବୃଦ୍ଧ ଜିଅନ୍ତା ଜଳିଯାଇଛନ୍ତି। ମୃତକ ହେଲେ ଗ୍ରାମର ଦୂତ ମହାନ୍ତ।

ମିଳିଥିବା ସୂଚନା ମୁତାବକ, ଦୂତଙ୍କ ବିଲରରେ କେହିଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହି ଖବର ପାଇ ଦୂତ ବିଲରେ ପହଞ୍ଚି ନିଆଁ ଲିଭାଉ ଥିବା ଦେହରେ ନିଆଁ ଲାଗି ଯାଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ।

ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତୁରୁମୂଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୫/୨୪ ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତୁରୁମୁଙ୍ଗା ଏସ୍‌ଆଇ ରସାନନ୍ଦ ନାୟକ କହିଛନ୍ତି।