ନାଚୁଥିବା ବେଳେ ଏହି ଅଭିନେତ୍ରୀଙ୍କ ବଦଳିଗଲା ପୋଷାକ, ଭିଡିଓ ଭାଇରାଲ

ଟିଭି ସିରିଏଲ୍‌ର ଜଣାଶୁଣା ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ଥାନ୍ତି। ସେ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଛନ୍ତି। ଏ ନେଇ ହିନା ଜବରଦସ୍ତ ଆଲୋଚନାର ଶିକାର ହୋଇଛନ୍ତି। ହିନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏପରି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ଲୋକଙ୍କ ଉତ୍ସାହ ବଢ଼ାଇ ଦେଇଛି।
ଭିଡିଓରେ ହିନାଙ୍କ ଭିନ୍ନ ଶୈଳୀ ଦେଖିବାକୁ ମିଳୁଛି। ହିନା ନିଜର ହଟ ଷ୍ଟାଇଲ ମାଧ୍ୟମରେ ସମସ୍ତଙ୍କୁ ପାଗଳ କରିଦେଇଛନ୍ତି। ଭିଡିଓରେ ସେ ନାଚୁଥିବା ଦେଖିବାକୁ ମିଳୁଛି ପରେ ଲାଇଟ୍‌ ସାଙ୍ଗକୁ ତାଙ୍କ ପୋଷାକ ମଧ୍ୟ ବଦଳି ଯାଉଛି।
ଏହି ଭିଡିଓକୁ ପ୍ରଂଶସକ ପସନ୍ଦ କରିଛନ୍ତି।

Share