Categories: ଜାତୀୟ

ଗର୍ଲଫ୍ରେଣ୍ଡଙ୍କୁ କନ୍ୟା ବେଶରେ ଦେଖି ଷ୍ଟେଜ୍‌ ଉପରେ ଚଢି ଏମିତି କାମ କଲେ ବୟଫ୍ରେଣ୍ଡ

ଗୋରଖପୁର,୨।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ହରପୁର ବୁଦହଟ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ବିବାହ ଚାଲିଥିବା ବେଳେ ହଠାତ୍‌ ଜଣେ ଯୁବକ ମଣ୍ଡପକୁ ଆସି କନ୍ୟାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିଲେ। ଏହା ଦେଇ ବର ଏବଂ ଉଭୟ ପକ୍ଷ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବରର ପରିବାର ସଦସ୍ୟ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଂଚିଥିବା ପୋଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଁ ମୁଖିଆ, ବୃଦ୍ଧ ଓ ବୁଦ୍ଧିଜୀବୀଙ୍କ ସାହାଯ୍ୟରେ ଏହି ସମସ୍ୟାର ସମାଧାନ କରିଥିଲା। ଗୁରୁବାର ସକାଳେ ପଞ୍ଚାୟତ ପରେ ବର କନ୍ୟାଙ୍କୁ ନେଇ ତାଙ୍କ ଘରକୁ ନେଇ ଯାଇଥିଲେ।
ସୂଚନାଯୋଗ୍ୟ, ହରପୁର ବୁଦହଟ ଅଞ୍ଚଳର ଏକ ଗାଁର ଜଣେ ଯୁବକ ଏବଂ ସେହି ଗାଁର ଜଣେ ଝିଅ ପରସ୍ପରକୁ ଭଲ ପାଉଥିଲେ। ଅଳ୍ପ କିଛି ମାସ ପୂର୍ବରୁ ସମ୍ପୃକ୍ତ ଯୁବକ କାମ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ଯୁବତୀ ଘର ପରିବାର ଝିଅର ବିବାହ ସ୍ଥିର କରିଥିଲେ। ପ୍ରେମିକ ଜଣଙ୍କ ପ୍ରେମିକାଙ୍କ ବିବାହ ବିଷୟରେ ଶୁଣି ସେ ଦୁଇ ଦିନ ପୂର୍ବରୁ ଗାଁକୁ ଆସିଥିଲେ।
ଯୁବତୀଙ୍କ ବିବାହ ଡିସେମ୍ବର ୧ରେ ସ୍ଥିର ହୋଇଥିଲା। ବିବାହ ଚାଲିଥିବା ବେଳେ ହଠାତ୍‌ ପ୍ରେମିକ ଆସି ଷ୍ଟେଜ୍‌ରେ ଥିବା ପ୍ରେମିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଦେଇଥିଲେ। ଏହା ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହା ଦେଖି ବର ଏବଂ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ସମ୍ପକ୍ତ ପ୍ରେମିକ ଏବଂ ପ୍ରେମିକା ଏକା ସାଙ୍ଗରେ ରହିବାକୁ ଜିଦ୍‌ ଧରିଥିଲେ। କିନ୍ତୁ ପରେ ଗ୍ରାମପଞ୍ଚାୟତ ବସି ମାମଲାର ସମାଧାନ ହୋଇଥିଲା। ଶେଷରେ କନ୍ୟା ତାଙ୍କ ବରଙ୍କ ସହ ଯିବାକୁ ରାଜି ହୋଇଥିଲେ।

Share