କେବଳ ଗୋଟିଏ ପରୀକ୍ଷା ଦ୍ୱାରା ହିଁ ଚିହ୍ନଟ ହେବ ୫୦ ପ୍ରକାର କର୍କଟ ରୋଗ, ଅଧିକ ଜାଣନ୍ତୁ ଏ ସମ୍ପର୍କରେ

ଇଂଲଣ୍ଡର ଜାତୀୟ ସ୍ବାସ୍ଥ୍ୟସେବା(NHS) ଖୁବ୍‌ଶୀଘ୍ର ରକ୍ତ ପରୀକ୍ଷଣର ଏକ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ଯାହା ପ୍ରାଥମିକ ପର୍ଯ୍ୟାୟରେ ୫୦ରୁ ଅଧିକ ପ୍ରକାରର କର୍କଟ ରୋଗ ଚିହ୍ନଟ କରିପାରିବ। ଖାଲି ଏତିକି ନୁହେଁ, ଅନେକ ଜୀବନ ରକ୍ଷା କରିବାରେ ଏହା ସାହାଯ୍ୟ ମଧ୍ୟ କରିପାରିବ। ଏହି ପରୀକ୍ଷଣ ସାହାଯ୍ୟରେ କୌଣସି ବ୍ୟକ୍ତି କର୍କଟ ରୋଗ ହେବା ବହୁ ପୂର୍ବରୁ ଚିହ୍ନଟ ହେବେ। ଯାହା ରୋଗୀର ବଞ୍ଚିବାର ସମ୍ଭାବନାକୁ ବହୁଗୁଣିତ କରିବ।

ଏହି ପରୀକ୍ଷଣର ନାମ ହେଉଛି ‘ଗ୍ୟାଲେରୀ ଟେଷ୍ଟ୍‌’। ଏନ୍‌ଏଚ୍‌ଏସ୍‌ କହିଛି, ଏହା ଦ୍ୱାରା ୫୦ରୁ ଅଧିକ କର୍କଟ ରୋଗ ଚିହ୍ନଟ ହୋଇପାରିବ। ଏହି ପରୀକ୍ଷଣର ପ୍ରାରମ୍ଭିକ ପରୀକ୍ଷା ବହୁତ ସକାରାତ୍ମକ ହୋଇଛି। ଏନ୍‌ଏଚ୍‌ଏସ କର୍କଟ ସ୍କ୍ରିନିଂ ପ୍ରୋଗ୍ରାମ ଲଗାଇପାରେ। ଯାହା କୋଟିକୋଟି ଲୋକଙ୍କ ଜୀବନ ରକ୍ଷା କରିବ। ଏହି ପରୀକ୍ଷଣକୁ ଏପରି ଡିଜାଇନ କରାଯାଇଛି, ଯାହା ଦ୍ୱାରା ଏହା ରକ୍ତରେ ଥିବା ମଲିକୁଲାର ପରିବର୍ତ୍ତନଗୁଡ଼ିକୁ ଚିହ୍ନଟ କରିପାରିବ। ଯାହାକି କର୍କଟ କାରଣରୁ ହୋଇଥାଏ।

ଆସନ୍ତା ତିନିବର୍ଷ ମଧ୍ୟରେ ୫୦ରୁ ୭୯ ବର୍ଷ ବୟସର ୧ ଲକ୍ଷ ୪୦ ହଜାର ଲୋକଙ୍କୁ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ଏହି ପରୀକ୍ଷା କରାଯିବ। ଏହି ପ୍ରୋଜେକ୍ଟ ଆସନ୍ତା ତିନି ବର୍ଷ ମଧ୍ୟରେ ସମାଧାନ ହେବ ବୋଲି ଆଶା କରାଯାଉଛି। ଏହା ଆମେରିକାର କାଲିଫର୍ନିଆ ସହରର ଗ୍ରେଲ ଫଣ୍ଡ କମ୍ପାନୀ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏବଂ କମ୍ପାନୀ ଏହି ରକ୍ତ ପରୀକ୍ଷଣର ପରିକଳ୍ପନା କରିଛି। ଯଦି ଏହି ପରୀକ୍ଷାଗୁଡିକ ସମ୍ପୂର୍ଣ୍ଣ ସଫଳ ବୋଲି ପ୍ରମାଣିତ ହୁଏ, ତେବେ ଏହି ପରୀକ୍ଷା ଆସନ୍ତା କିଛି ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ପରୀକ୍ଷା କରାଯାଇପାରିବ। ।

ଏନ୍‌ଏଚ୍‌ଏସ୍‌ର ମାଲିକ ସାଇମନ ଷ୍ଟିଭେନ୍ସ କହିଛନ୍ତି, ସାଧାରଣତଃ ଲୋକମାନେ କର୍କଟ ରୋଗ ଚିହ୍ନଟ କରିବାରେ ବହୁ ବିଳମ୍ବ କରନ୍ତି। ଫଳରେ ଲୋକଙ୍କ ଜୀବନ ଯିବାର ଅଧିକ ସମ୍ଭାବନା ଥାଏ। କିନ୍ତୁ ଏହି ପରୀକ୍ଷା ଦ୍ୱାରା ଏହା ଅତ୍ୟନ୍ତ ସରଳ ହେବ। ବ୍ରିଟେନ ପ୍ରଥମ ଦେଶ ହୋଇପାରେ ଯିଏ ନିଜ ଦେଶର ଲୋକଙ୍କୁ ରକ୍ତ ନମୁନା ସାହାଯ୍ୟରେ କର୍କଟ ରୋଗ ପାଇଁ ସ୍କ୍ରିନିଂ କରିପାରିବ।