Categories: ଫୁରସତ

ଏମିତି ଦେଶ, ଯେଉଁଠି ଗୁପ୍‌ଚୁପ୍‌ ଖାଇବା ମନା

ଗୁପ୍‌ଚୁପ୍‌ ଏମିତି ଏକ ଖାଦ୍ୟ ଯାହାର ନାଁ ପ୍ରାୟ ସମସ୍ତେ ଜାଣିଛନ୍ତି। ଭାରତର ଲୋକମାନେ ଉତ୍ସାହର ସହିତ ଗୁପ୍‌ଚୁପ୍‌ ଖାଇଥାନ୍ତି। ଅନେକ ଲୋକ ଏକାଥରକେ ବହୁତ ଗୁପ୍‌ଚୁପ୍‌ ଖାଇପାରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ସରକାର କେବଳ ଗୁପ୍‌ଚୁପ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି ନା ତେବେ ଜାଣନ୍ତୁ ଏସମ୍ପର୍କରେ…

ଏମିତି ଦେଶ ହେଉଛି ଆମ ପଡ଼ୋଶୀ ଦେଶ ନେପାଳ। ଏଠାକାର ସରକାର ଗୁପ୍‌ଚୁପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେତେବେଳେ ସୋସିଆଲ ମିଡିଆ ସାଇଟ କୋରା ଉପରେ କେହି ଜଣେ ଏ ବିଷୟରେ ଏକ ପ୍ରଶ୍ନ ପଚାରିଲେ, ଲୋକମାନେ ସେମାନଙ୍କର ମତାମତ ଦେଇଥିଲେ। କୋରା ହେଉଛି ଏକ ସୋସିଆଲ ମିଡିଆ ଓ୍ବେବ୍‌ସାଇଟ୍‌, ଯେଉଁଥିରେ ସାଧାରଣ ଲୋକମାନେ ସେମାନଙ୍କର ପ୍ରଶ୍ନ ପଚାରନ୍ତି ଏବଂ କେବଳ ସାଧାରଣ ଲୋକ ସେମାନଙ୍କୁ ଉତ୍ତର ଦିଅନ୍ତି। କେହି ଜଣେ ପଚାରିଛନ୍ତି, ନେପାଳ ସରକାର ଗୁପ୍‌ଚୁପ୍‌କୁ କାହିଁକି ବାରଣ କରିଛନ୍ତି?

ଏହା ପରେ ଲୋକମାନେ ସେମାନଙ୍କର ମତାମତ ଦେଇଥିଲେ। ଜିତେନ୍ଦ୍ର ବାଥମ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ଗୁପ୍‌ଚୁପ୍‌ ଏକ ସାଧାରଣ ସ୍ତରରେ ଖୋଲା ସ୍ଥାନରେ ତିଆରି କରାଯାଏ। ଅଧିକାଂଶ ମଇଳା ପାଣିରେ ଏହା ପ୍ରସ୍ତୁତ କରାଯାଏ। ଯାହା ବହୁତ କ୍ଷତିକାରକ। କ୍ଷତିକାରକ ଜୀବାଣୁ ଯୋଗୁ ନେପାଳ ସରକାର ଗୁପ୍‌ଚୁପ୍‌କୁ ବାରଣ କରିଛନ୍ତି। ନୀରଜ ତିଓ୍ବାରୀ କହିଛନ୍ତି, କାଠମାଣ୍ଡୁରେ ହଇଜା ରୋଗ ବୃଦ୍ଧି ଘଟିଥିବାରୁ ନେପାଳ ସରକାର ଗୁପ୍‌ଚୁପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେଠାକାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି, ଗୁପ୍‌ଚୁପ୍‌ ପାଣିରେ ବ୍ୟାକ୍ଟେରିଆ ଦେଖିବାକୁ ମିଳେ।

ନେପାଳରେ ହଇଜା ରୋଗ ବୃଦ୍ଧି ପାଇବାରୁ ଲଲିତପୁର ମହାନଗର ନିଗମ ଗୁପ୍‌ଚୁପ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଗୁପ୍‌ଚୁପ୍‌ ନ ଖାଇବାକୁ କହିଛି। ଯଦି ହଇଜା ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ପାଇଁ ମହାନଗର ନିଗମ କହିଛି।

Share