Posted inଫୁରସତ

ଏମିତି ଦେଶ, ଯେଉଁଠି ଗୁପ୍‌ଚୁପ୍‌ ଖାଇବା ମନା

ଗୁପ୍‌ଚୁପ୍‌ ଏମିତି ଏକ ଖାଦ୍ୟ ଯାହାର ନାଁ ପ୍ରାୟ ସମସ୍ତେ ଜାଣିଛନ୍ତି। ଭାରତର ଲୋକମାନେ ଉତ୍ସାହର ସହିତ ଗୁପ୍‌ଚୁପ୍‌ ଖାଇଥାନ୍ତି। ଅନେକ ଲୋକ ଏକାଥରକେ ବହୁତ ଗୁପ୍‌ଚୁପ୍‌ ଖାଇପାରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି, ଯେଉଁଠାରେ ସରକାର କେବଳ ଗୁପ୍‌ଚୁପ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯଦି ନା ତେବେ ଜାଣନ୍ତୁ ଏସମ୍ପର୍କରେ…

ଏମିତି ଦେଶ ହେଉଛି ଆମ ପଡ଼ୋଶୀ ଦେଶ ନେପାଳ। ଏଠାକାର ସରକାର ଗୁପ୍‌ଚୁପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେତେବେଳେ ସୋସିଆଲ ମିଡିଆ ସାଇଟ କୋରା ଉପରେ କେହି ଜଣେ ଏ ବିଷୟରେ ଏକ ପ୍ରଶ୍ନ ପଚାରିଲେ, ଲୋକମାନେ ସେମାନଙ୍କର ମତାମତ ଦେଇଥିଲେ। କୋରା ହେଉଛି ଏକ ସୋସିଆଲ ମିଡିଆ ଓ୍ବେବ୍‌ସାଇଟ୍‌, ଯେଉଁଥିରେ ସାଧାରଣ ଲୋକମାନେ ସେମାନଙ୍କର ପ୍ରଶ୍ନ ପଚାରନ୍ତି ଏବଂ କେବଳ ସାଧାରଣ ଲୋକ ସେମାନଙ୍କୁ ଉତ୍ତର ଦିଅନ୍ତି। କେହି ଜଣେ ପଚାରିଛନ୍ତି, ନେପାଳ ସରକାର ଗୁପ୍‌ଚୁପ୍‌କୁ କାହିଁକି ବାରଣ କରିଛନ୍ତି?

ଏହା ପରେ ଲୋକମାନେ ସେମାନଙ୍କର ମତାମତ ଦେଇଥିଲେ। ଜିତେନ୍ଦ୍ର ବାଥମ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ଗୁପ୍‌ଚୁପ୍‌ ଏକ ସାଧାରଣ ସ୍ତରରେ ଖୋଲା ସ୍ଥାନରେ ତିଆରି କରାଯାଏ। ଅଧିକାଂଶ ମଇଳା ପାଣିରେ ଏହା ପ୍ରସ୍ତୁତ କରାଯାଏ। ଯାହା ବହୁତ କ୍ଷତିକାରକ। କ୍ଷତିକାରକ ଜୀବାଣୁ ଯୋଗୁ ନେପାଳ ସରକାର ଗୁପ୍‌ଚୁପ୍‌କୁ ବାରଣ କରିଛନ୍ତି। ନୀରଜ ତିଓ୍ବାରୀ କହିଛନ୍ତି, କାଠମାଣ୍ଡୁରେ ହଇଜା ରୋଗ ବୃଦ୍ଧି ଘଟିଥିବାରୁ ନେପାଳ ସରକାର ଗୁପ୍‌ଚୁପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେଠାକାର ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି, ଗୁପ୍‌ଚୁପ୍‌ ପାଣିରେ ବ୍ୟାକ୍ଟେରିଆ ଦେଖିବାକୁ ମିଳେ।

ନେପାଳରେ ହଇଜା ରୋଗ ବୃଦ୍ଧି ପାଇବାରୁ ଲଲିତପୁର ମହାନଗର ନିଗମ ଗୁପ୍‌ଚୁପ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଗୁପ୍‌ଚୁପ୍‌ ନ ଖାଇବାକୁ କହିଛି। ଯଦି ହଇଜା ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ପାଇଁ ମହାନଗର ନିଗମ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri