Categories: ଜାତୀୟ

ଝିଅ-ପୁଅଙ୍କ ବିବାହ ବୟସ ହେଉ ସମାନ, ଆବେଦନକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର କଲେ ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୧ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଝିଅ-ପୁଅଙ୍କ ବିବାହ ବୟସ ସମାନ ହେବା ନେଇ କରାଯାଇଥିବା ଏକ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ଏହା ସହିତ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ ୧୩ ଜାନୁୟାରୀ ୨୦୨୩ ରେ ବିଭିନ୍ନ ଆଇନରେ ଝିଅ-ପୁଅଙ୍କ ବିବାହର ସର୍ବନିମ୍ନ ବୟସରେ ସମାନତା ସମ୍ବନ୍ଧୀୟ ମୁଖ୍ୟ ପ୍ରକ୍ରିୟାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଛନ୍ତି।

ଏହା ସହିତ ଜଷ୍ଟିସ ସତୀଶ ଚାନ୍ଦ ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ବେଞ୍ଚ ମଧ୍ୟ ଏହାର ରେଜିଷ୍ଟ୍ରି ବିଭାଗକୁ ପିଟିଶନ ସମ୍ପର୍କିତ ସମସ୍ତ ତଥ୍ୟ ତୁରନ୍ତ ସୁପ୍ରିମକୋର୍ଟରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି, ଦିଲ୍ଲୀ ଏଚସି ବୁଧବାର ଫେବୃଆରୀ ୨ରେ ଝିଅ-ପୁଅଙ୍କ ପାଇଁ ବିବାହର ଆଇନଗତ ବୟସକୁ ସମାନ କରିବା ପାଇଁ ଏକ ଜନସ୍ବାର୍ଥ ମାମଲା (ପିଏଲଆଇ) ଶୁଣାଣି କରିବେ। ଏଥିରେ କୁହାଯାଇଛି ଯେ ଝିଅଙ୍କ ପାଇଁ ବିବାହର ବୟସ ସୀମା ୧୮ ବର୍ଷରେ ଏବଂ ପୁଅ ପାଇଁ ୨୧ ବର୍ଷ ରଖାଯାଇଛି, ଏହା ଭେଦଭାବ। ଏହି ଆବେଦନକୁ ଭାଜପା ନେତା ଆଡଭୋକେଟ ଅଶ୍ୱିନୀ କୁମାର ଉପାଧ୍ୟାୟ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରେ ରଖି ଏହି ଆବେଦନ ଧାରା ୨୨୬ ଅନୁଯାୟୀ ଦାଖଲ କରାଯାଇଛି ଏବଂ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବକୁ ଚ୍ୟାଲେଞ୍ଜ କରାଯାଇଛି।

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଏହା ପୂର୍ବରୁ କୁହାଯାଇଥିଲା ବିଶ୍ୱର ୧୨୫ରୁ ଅଧିକ ଦେଶରେ ପୁଅ ଏବଂ ଝିଅଙ୍କ ପାଇଁ ବିବାହର ସମାନ ବୟସ ଅଛି। ବିବାହରେ ଏଭଳି ଅସମାନତା ସମ୍ବିଧାନର ଧାରା ୧୪,୧୫ ଏବଂ ୨୧ କୁ ଉଲ୍ଲଂଘନ କରୁଛି।

Share