ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ ରୁମ୍‌ର ସାଜସଜ୍ଜାକୁ ନେଇ ପ୍ରାୟ ଲୋକ ସଚେତନ ରହିଥାନ୍ତି। କିନ୍ତୁ ବେଳେବେଳେ ଛୋଟମୋଟ ବାସ୍ତୁଦୋଷ ଯୋଗୁ ଏହି ରୁମ୍‌କୁ ନେଇ ଅନେକ ସମସ୍ୟା ଉପୁଜିଥାଏ। ଜାଣନ୍ତୁ ଏହାର ପ୍ରତିକାର ସମ୍ପର୍କରେ…
* ଲିଭିଂ ରୁମ୍‌ରେ ବିମ୍‌ ଥିଲେ, ଠିକ୍‌ ତା’ତଳକୁ ସୋଫା ପକାନ୍ତୁ ନାହିଁ। କାରଣ ବିମ୍‌ ତଳେ ବସାଉଠେ କଲେ ମନ ଭାରାକ୍ରାନ୍ତ ରହିଥାଏ ବୋଲି ବିଶ୍ୱାସ କରାଯାଏ।
* ଲିଭିଂ ରୁମ୍‌ର ପୂର୍ବ ଦିଗରେ ଝରକା ଥିଲେ, ଘରେ ସକାରାତ୍ମକ ଊର୍ଜ୍ଜାର ପ୍ରଭାବ ବଢ଼ିଥାଏ।
* ଟିଭି/ମ୍ୟୁଜିକ୍‌ ସିଷ୍ଟମ କିମ୍ବା ଅନ୍ୟ ଯେକୌଣସି ଇଲେକ୍ଟ୍ରୋନିକ୍ସ ଉପକରଣକୁ ଲିଭିଂ ରୁମ୍‌ର ଦକ୍ଷିଣ ଦିଗରେ ରଖିବା ଶୁଭ ହୋଇଥାଏ।
* ଲିଭିଂ ରୁମ୍‌ରେ ସିଲିଂ କରିଥିଲେ ସେଠାରେ ଗୋଟିଏ ଝୁମର୍‌ ନ ଲଗାଇ ଦୁଇଟି ଝୁମର୍‌ ଏପରି ଲଗାଇବେ, ଯେମିତି ସିଲିଂର ମଝିଅଂଶ ଫାଙ୍କା ଲାଗୁଥିବ। ଏହା ବି ଶୁଭଫଳ ଦେଇଥାଏ।
* ଲିଭିଂ ରୁମ୍‌ରେ ସବୁବେଳେ କିଛି ତାଜା ଫୁଲ ରଖୁଥିଲେ, ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କ ଭଲ ରହେ ବୋଲି ବିଶ୍ୱାସ ରହିଛି।
* ଏହି ରୁମ୍‌ରେ ଧଳା/ହାଲ୍‌କା କମଳା/ହଳଦିଆ/ନୀଳ/ସବୁଜ ରଙ୍ଗର ପ୍ରୟୋଗ କରିବା ଶୁଭଙ୍କର ହୋଇଥାଏ।
* ଲିଭିଂ ରୁମ୍‌ର ଝରକା ଓ କବାଟରେ ମ୍ୟାଚିଂ କଲର୍‌ର ସ୍କ୍ରିନ୍‌ ଟାଙ୍ଗିଲେ ଭଲ ଦେଖାଯାଇଥାଏ।
* ଏହି ରୁମ୍‌ର କାନ୍ଥରେ ହଂସର ଛବି ହେଉ କିମ୍ବା ହସ ହସ ମୁହଁବାଲା ପୂରା ପରିବାରର ଫଟୋ ଲଗାଇଲେ ସକାରାତ୍ମକ ପ୍ରଭାବ ପଡ଼େ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri