କଏନ୍‌-କାଗଜ ଟଙ୍କାରୁ ବ୍ୟାପେ କି କରୋନା ମହାମାରୀ, ଗବେଷକ ଦେଲେ ଏଭଳି ଉତ୍ତର…

ବର୍ଲିନ୍‌,୧।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କେତେକ ଦେଶରେ ଦ୍ପିତୀୟ ଲହର ଥମୁଥିବାବେଳେ କିଛି ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି। ସେହିପରି ମଧ୍ୟ-ପୂର୍ବର ଦେଶଗୁଡ଼ିକରେ ଚତୁର୍ଥ ଲହର ମଧ୍ୟ ଆରମ୍ଭ ହୋଇଥିତ୍ବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଭୂତାଣୁ କାରବାର ସମୟରେ ଟଙ୍କା ଅବରା କଏନ୍‌ ଦ୍ୱାରା ବ୍ୟାପେ କି ନାହିଁ ସେ ନେଇ ଜର୍ମାନୀର ବୈଜ୍ଞାନିକ ମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ଷ୍ଟିଲ୍‌ କଏନ୍‌ରେ ୬ ଦିନ ରହିପାରିଥାଏ। ସେହିପରି କାଗଜ ନୋଟ୍‌ରେ ୩ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରିଥାଏ। ମାତ୍ର ନଗଦ ଟଙ୍କା କାରବାର ସମୟରେ କରୋନା ମହାମାରୀ ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଥାଏ।


ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ବିଶେଷଜ୍ଞ ଜର୍ମାନୀ ବୋକୁମର ରୁହର-ୟୁନିଭର୍ସିଟିର ମେଡିକାଲ ମଲିକ୍ୟୁଲାର ଭାୟୋଲୋଜି ବିଭାଗର ବୈଜ୍ଞାନିକଙ୍କ ସହିତ ମିଳିତ ଭାବେ ଗବେଷଣା କରିଥିଲେ। ପ୍ରଫେସର ଆଇ.କେ. ଷ୍ଟେନମ୍ୟାନ ଏବଂ ଡ. ଡାନିଏଲ ଟୋଡଙ୍କ ନେତୃତ୍ୱରେ ଗବେଷକମାନେ ଏକ ମଡେଲ ସୃଷ୍ଟି କରିଥିଲେ। ଏହାର ବ୍ୟବହାର କରି ଟଙ୍କା ମାଧ୍ୟମରେ କିପରି କରୋନା ଭୂତାଣୁ ସଂକ୍ରମିତ ହେଉଛି ସେ ନେଇ ପରୀକ୍ଷା କରାଯାଇ ଥିଲା। ସାଇନ୍ସ୍‌ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗବେଷକମାନେ କଏନ୍‌ ଏବଂ କାଗଜ ଟଙ୍କାରେ କରୋନା ଭୂତାଣୁ କେତେ ଦିନ ବଞ୍ଚିରୁହେ ତାହା ଜାଣିବାକୁ ଚେଷ୍ଟା ହୋଇଥିଲା। ଶୁଖିଲା ପୃଷ୍ଠଭାଗରୁ କୌଣସି ସଂକ୍ରମଣ ହୁଏ ନାହିଁ। ଅଧିକାଂଶ କ୍ଷେତ୍ରରେ ଏରୋସୋଲ କିମ୍ବା ଡ୍ରପଲେଟସ୍‌ ସଂକ୍ରମଣର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। କଏନ୍‌ ଅବା କାଗଜ ନୋଟ୍‌ ଦ୍ୱାରା ଭୂପୃଷ୍ଠରୁ ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ବହୁତ କମ। ଅକ୍ଟୋବର ୨୦୨୦ରେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ କରୋନା ଭୂତାଣୁ କଏନ୍‌, କାଗଜ ଟଙ୍କା, ଗ୍ଲାସ, ପ୍ଲାଷ୍ଟିକ ଏବଂ ଷ୍ଟେନଲେସ ଷ୍ଟିଲରେ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ଏହି ଗବେଷଣା ଅଷ୍ଟ୍ରେଲିଆର ଏଜେନ୍ସି ସିଏସ୍‌ଆଇଆର୍‌ଓ ଦ୍ୱାରା ସମ୍ପନ୍ନ ହୋଇଥିଲା। ଏହି ଗବେଷଣାରେ, ଗବେଷକମାନେ ଏକ ମାସ ପାଇଁ ବିଭିନ୍ନ ପୃଷ୍ଠରେ କରୋନା ଭୂତାଣୁ ଛାଡିଥିଲେ। ସୂର୍ଯ୍ୟର ଅତିବାଇଗଣି ରଶ୍ମୀ ପ୍ରଭାବରୁ ସୁରକ୍ଷିତ ରହିବା ଲାଗି ପରୀକ୍ଷା ଏକ ଅନ୍ଧାର କୋଠରୀରେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri