ବୁଲାକୁକୁର ରହିବେ କେଉଁଠି

ବାରିପଦା ଅଫିସ,୨୪ା୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଛକ, ବଜାର, ଗଳିକନ୍ଦି ଓ ମୁଖ୍ୟ ରାସ୍ତାରେ ବୁଲାକୁକୁର ଖାଇବାକୁ ନ ପାଇ ହିଂସ୍ର ହୋଇପଡ଼ୁଛନ୍ତି। ହାଇଦ୍ରାବାଦରେ ୪ବର୍ଷର ଶିଶୁପୁତ୍ରଙ୍କୁୁ ବୁଲାକୁକୁର ଝୁଣି ମାରିଦେବା ଘଟଣା ପରେ ରାସ୍ତାକଡ଼ରୁ ବୁଲାକୁକୁର ହଟାଇବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ମୁଖ୍ୟ ପ୍ରାଣୀ ଚିକିତ୍ସକ(ସିଡିଭିଓ)ମାନେ ସତର୍କତା ଅବଲମ୍ବନ କରି ରାସ୍ତାରୁ ବୁଲାକୁକୁରମାନଙ୍କୁ ହଟାଇବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ତେବେ ମୟୂରଭଞ୍ଜ ଜିଲାରେ କୁକୁରମାନଙ୍କ ନିମନ୍ତେ କୌଣସି ଆଶ୍ରୟସ୍ଥଳ ନ ଥିବାରୁ ସେମାନଙ୍କୁ ହଟାଇବାରେ ସମସ୍ୟା ଦେଖାଦେଇଛି। ବିଭାଗୀୟ ଗାଇଡ୍‌ଲାଇନ ଆସି ନ ଥିବାରୁ କୁକୁରମାନଙ୍କୁ କେଉଁଠାରେ ଛଡ଼ାଯିବ ତାହାକୁ ନେଇ ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି।
ଜିଲାର ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଆଦି ସହରରେ ବୁଲାକୁକୁରଙ୍କ ବଂଶ ବୃଦ୍ଧିହେବାରେ ଲାଗିଛି। କୁକୁରଙ୍କ ଭଳି ବିଲେଇ, ମାଙ୍କଡ଼ଙ୍କ ସଂଖ୍ୟା ବଢୁଥିବାରୁ ଖାଦ୍ୟ ଅନ୍ବେଷଣରେ ସେମାନେ ରାସ୍ତାଘାଟ ଓ ବଜାରରେ ବୁଲୁଛନ୍ତି। ସେମାନଙ୍କ ନିମନ୍ତେ ସରକାରୀ ସ୍ତରରେ ଖାଦ୍ୟ ବ୍ୟବସ୍ଥା କରାଯାଉ ନ ଥିବାରୁ ଅଧିକାଂଶ କୁକୁର ଭୋକ ବିକଳରେ ଏଣେତେଣେ ବୁଲି ଲୋକଙ୍କଠାରୁ ଖାଦ୍ୟ ଛଡ଼ାଇବାକୁ ଉଦ୍ୟମ କରୁଛନ୍ତି। ଏପରି ସ୍ଥଳେ କୁକୁରମାନେ ଆକ୍ରମଣ କରୁଥିବା ନଜିର ମଧ୍ୟ ରହିଛି। ସେମାନଙ୍କୁ ହଟାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେମାନଙ୍କୁ ନେଇ କେଉଁ ସ୍ଥାନରେ ଛାଡ଼ିବାକୁ ହେବ ସେନେଇ କୌଣସି ଗାଇଡ୍‌ଲାଇନ ଆସି ନ ଥିବା ଜିଲା ସିଡିଭିଓ ଡା. ପ୍ରଭାକର ସାହୁ ପ୍ରକାଶ କରିଛନ୍ତି। ତେବେ ବୁଲା କୁକୁରଙ୍କ ଯୋଗୁ ପରିବେଶ ସ୍ବଚ୍ଛ ରହୁଛି। ନାଳନର୍ଦ୍ଦମାରେ ପଶି ପଚାଶଢା ଖାଦ୍ୟକୁ ଖାଇବା ଦ୍ୱାରା ପୋକମାଛି ଦାଉରୁ ଲୋକମାନେ ସୁରକ୍ଷିତ ରହୁଛନ୍ତି। ସେମାନଙ୍କୁ ହଟାଇବା ଦ୍ୱାରା ପରିବେଶ ଉପରେ ପ୍ରଭାବ ପଡ଼ିବା ସହ ସଂକ୍ରମଣଜନିତ ରୋଗ ବୃଦ୍ଧି ପାଇବ। ଖାଇବା ସହିତ ଚିକିତ୍ସା କରାଗଲେ ସେମାନେ ହିଂସ୍ର ହେବା ପରିବର୍ତ୍ତେ ବିଶ୍ୱାସୀ ହୋଇପାରିବେ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ତେବେ ନିର୍ଦ୍ଦିଷ୍ଟ ସ୍ଥାନରେ ରହୁଥିବା କୁକୁରମାନଙ୍କୁ ସ୍ଥାନାନ୍ତର କିମ୍ବା ବୁଲା ପ୍ରାଣୀଙ୍କୁ ବିରୋଧ କରିବା ଦଣ୍ଡନୀୟ ଅପରାଧ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ ମନ୍ତ୍ରୀଙ୍କ ଏପରି ନିର୍ଦ୍ଦେଶ ପିଲାଳିଆମୀ ଭଳି ଲାଗୁଛି ବୋଲି ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ଏପରି କାର୍ଯ୍ୟରୁ ନିବୃତ୍ତ ନ ରହିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri