ଢୋଲକିଆ ଯିବେ କୁଆଡ଼େ: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ

ଭୁବନେଶ୍ୱର,୧୦ା୧୦(ସୁନିତ୍‌ ମିଶ୍ର):ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ ପଡ଼ିଯାଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଏହି ଆସନ ବିଜେଡି ହାତରେ ରହିଥିଲା। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧,୮୨୨ ଭୋଟ ପାଇ ବିଜୟୀ ହୋଇଥିଲେ। ସ୍ବାଧୀନ ପ୍ରାର୍ଥୀ ଭାବେ ଘାସିରାମ ମାଝୀ ୫୦,୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। କଂଗ୍ରେସ ଏହି ଉପନିର୍ବାଚନ ଲାଗି ଘାସିରାମଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି। ଭାଜପା ପକ୍ଷରୁ ପୂର୍ବତନ ଏମ୍‌ପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ୪୪,୮୧୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଗତ ମାସ ୮ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ବର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଉପନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି। ହେଲେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ବର୍ତ୍ତମାନ ସବୁଠାରୁ ବଡ଼ ଆଲୋଚନାର ବିଷୟ ପାଲଟିଛି। କେତେକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜୟଙ୍କୁ ଶାସକ ଭାଜପା ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବାବେଳେ ବିଜେଡି ଏହାକୁ ନେଇ ଚିନ୍ତାରେ ରହିଛି। କାରଣ ଢୋଲକିଆଙ୍କ ପରିବାରରୁ ପ୍ରାର୍ଥୀ ଦେଇ ଅନୁକମ୍ପାମୂଳକ ଭୋଟ ହାତେଇବାକୁ ବିଜେଡି ଆଶା ରଖିଛି। ହେଲେ ବିଗତ ଦିନର କେତେକ ଘଟଣା ପାଇଁ ଢୋଲକିଆଙ୍କ ପରିବାର କୁଆଡ଼େ ବିଜେଡି ଉପରେ ସେତେଟା ଭରସା କରୁ ନ ଥିବା କୁହାଯାଉଛି। ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ନୂଆପଡ଼ାରେ କିପରି କରାଯାଉଛି ତାକୁ ଦେଖିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଦଳରେ ଚର୍ଚ୍ଚା ଚାଲିଛି। କାରଣ ପଦଯାତ୍ରା ଲାଗି ଜୟ ଢୋଲକିଆଙ୍କ ପାଖକୁ ବିଜେଡି ଦଳୀୟ ପତାକା, ବ୍ୟାନର ଆଦି ସବୁ ପଠାଇ ସାରିଥିବା ବେଳେ ସେ ଏଯାଏ କାର୍ଯ୍ୟକ୍ରମ କରିନାହାନ୍ତି। ଯଦି ପଦଯାତ୍ରା ଠିକ୍‌ ଭାବେ ଜୟ ଢୋଲକିଆ ନ କରନ୍ତି, ତେବେ ସବୁ ସ୍ପଷ୍ଟ ହୋଇଯିବ ବୋଲି ବିଜେଡିର କେତେଜଣ ବରିଷ୍ଠ ନେତା କହୁଛନ୍ତି। ଅନ୍ୟପଟେ ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ଶାସକ ଭାଜପା ଏହି ଉପନିର୍ବାଚନରେ କଳେବଳେ ଜିତିବାକୁ ଚେଷ୍ଟା କରିବ। ଏଭଳି ସ୍ଥିତିରେ ଜୟଙ୍କ ନୂଆଦିଲ୍ଲୀ ଗସ୍ତ ସବୁ ଦଳ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବକ, ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ମୂଳଘର ହେଉଛି ଗୁଜରାଟ। ତାଙ୍କ ପରିବାର ମାରଓ୍ବାଡି ସମ୍ପ୍ରଦାୟରୁ ଆସୁଛନ୍ତି। ତେଣୁ ଗୁଜରାଟରୁ ଏକ ବଡ ଗୋଷ୍ଠୀ ଜୟଙ୍କୁ ଭାଜପାରୁ ପ୍ରାର୍ଥୀ କରାଇବା ଲାଗି ଚେଷ୍ଟା ଚଳାଇଛନ୍ତି। ଜୟ ମଧ୍ୟ କେଉଁ ଦଳରୁ ପ୍ରାର୍ଥୀ ହେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ଏଭଳି ସ୍ଥିତିରେ ଜୟଙ୍କ ଦିଲ୍ଲୀ ଗସ୍ତ ଭାଜପା ଶୀର୍ଷ ନେତାଙ୍କ ସହ କୌଣସି ପ୍ରକାର ଆଲୋଚନାର କାରଣ ହୋଇଥାଇପାରେ ବୋଲି ସ୍ଥାନୀୟ ରାଜନେତାମାନଙ୍କ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ଗୋଷ୍ଠୀ ଆହୁରି ମଧ୍ୟ କହୁଛନ୍ତି, ଜୟ ତାଙ୍କ ବାପାଙ୍କ ନାମରେ ଅନୁକମ୍ପାମୂଳକ ଭୋଟ ସୁନିଶ୍ଚିତ ପାଇପାରିବେ ବୋଲି କହିବା କଷ୍ଟକର ହୋଇପାରେ। ଅନ୍ୟପଟେ ଢୋଲକିଆ ପରିବାରର ମଧ୍ୟ ବିଜେଡି ଶୀର୍ଷ ନେତାଙ୍କ ଉପରେ ଆକ୍ରୋଶ ରହିଥିବା କୁହାଯାଉଛି। ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିବା ସମୟରେ ସାହାଯ୍ୟ ପାଇଁ ତାଙ୍କ ପରିବାର ପକ୍ଷରୁ ଦଳର ଶୀର୍ଷ ନେତାମାନଙ୍କ ସହ ଯୋଗାଯୋଗ କରାଯାଇଥିବାବେଳେ ଏନେଇ କୌଣସି ପ୍ରକାର ସାହାଯ୍ୟ ମିଳି ନ ଥିଲା। ରାଜେନ୍ଦ୍ରଙ୍କ ଦେହାନ୍ତ ପରେ ତତ୍ପରତା ଦେଖାଇ ପ୍ରଣବ ପ୍ରକାଶ ଦାସ(ବବି) ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆଦି ୩ଟି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ହେଲେ ବବିଙ୍କ ଏଭଳି ତତ୍ପରତାକୁ ସ୍ଥାନୀୟ ବିଜେଡି ନେତାମାନେ ନାପସନ୍ଦ କରିବା ସହ ସମସ୍ତଙ୍କ ମନରେ ଅଧିକ ଆକ୍ରୋଶ ବଢ଼ାଇଥିଲା।
ପଶ୍ଚିମ ଓଡ଼ିଶାର କେତେଜଣ ବରିଷ୍ଠ ନେତାଙ୍କ ସୂଚନା ମୁତାବକ, ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ନୂଆପଡ଼ା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଥିଲା। ସେହି ସମୟରେ କୁଆଡ଼େ ରାଜେନ୍ଦ୍ର ନିର୍ବାଚନରେ ଜିତନ୍ତୁ, ସେକଥା ଦିବ୍ୟଶଙ୍କର ଚାହୁଁ ନ ଥିଲେ। ଦିବ୍ୟଶଙ୍କରଙ୍କୁ ଏହି ଦାୟିତ୍ୱ ବବି ଦେବା ସହ ବାରମ୍ବାର ତାଙ୍କୁ ସାଙ୍ଗରେ ଧରି ନୂଆପଡ଼ା ଯାଉଥିଲେ, ଯେଉଁ କଥା ସ୍ଥାନୀୟ ବିଜେଡି ନେତାମାନେ ଭଲ ଭାବେ ଅବଗତ। ଏବେ ଯେତେବେଳେ ବବି ପହଞ୍ଚି ପୂର୍ବଭଳି ମାମଲତି କରିବାକୁ ଚେଷ୍ଟା ଆରମ୍ଭ କଲେ, ତାକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଗଲା। ହୁଏତ ସେଥିଲାଗି ନୂଆପଡ଼ା ପାଇଁ ବିଜେଡି ପକ୍ଷରୁ ବୁଧବାର ଜାରି କରାଯାଇଥିବା କମିଟିରେ ଦିବ୍ୟଶଙ୍କରଙ୍କ ନାମ ଦେଖିବାକୁ ମିଳିନାହିଁ। ଏଭଳି ସ୍ଥିତିରେ ଢୋଲକିଆଙ୍କ ପରିବାର କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି। ଅପରପକ୍ଷରେ ରାଜେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଇ ପହଞ୍ଚିଥିଲେ। ଏଭଳି ଘଟଣାକ୍ରମକୁ ଦେଖିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଭିନ୍ନ ଏକ ପ୍ରକାରର ଚାଲିଛି। ଅନ୍ୟପଟେ ୨୦୨୪ରେ ଯେତେବେଳେ ଭାଜପା ରାଜ୍ୟର ଅଧିକାଂଶ ଆସନରେ ବିଜୟୀ ହୋଇ ସରକାର କରିବାରେ ସକ୍ଷମ ହେଲା, ସେତେବେଳେ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ନୂଆପଡ଼ା ଆସନରେ ତୃତୀୟ ସ୍ଥାନରେ ରହିଲେ। ଫଳରେ ସେହି ନିର୍ବାଚନମଣ୍ଡଳୀରେ ସେମାନଙ୍କ ପରିବାର ପ୍ରତି ଲୋକଙ୍କ ସେତେଟା ଭଲପାଇବା ନ ଥିବା କଥା ଚର୍ଚ୍ଚା ହେଉଛି।
୨୦୨୪ ସାଧାରଣ ନିର୍ବାଚନରେ ଘାସିରାମ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବେଳେ ତତ୍କାଳୀନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଦାୟିତ୍ୱରେ ଥିବା ଶରତ ପଟ୍ଟନାୟକ ନିଜେ ଏହି ଆସନରୁ ପ୍ରାର୍ଥୀ ହୋଇ ୪ର୍ଥ ସ୍ଥାନରେ ରହିଥିଲେ। ତାଙ୍କୁ ମୋଟ୍‌ ୧୫,୫୦୧ ଖଣ୍ଡ ଭୋଟ ମିଳିଥିଲା। ଏବେ ଭକ୍ତ ଚରଣ ଦାସ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଦାୟିତ୍ୱରେ ଅଛନ୍ତି। ଭକ୍ତଙ୍କ ସଭାପତିତ୍ୱ ସମୟରେ ଏହା ମଧ୍ୟ ରାଜ୍ୟର ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି। ଗତ ନିର୍ବାଚନରେ ଘାସିରାମ ସ୍ବାଧୀନ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କୁ ଦଳ ପ୍ରାର୍ଥୀ କରିଛି। ତେଣୁ ଏହି ଉପନିର୍ବାଚନରେ ଯଦି କଂଗ୍ରେସ ପ୍ରାର୍ଥୀ ହୋଇ ଘାସିରାମ ଆଉ ତଳକୁ ଖସିଲେ ତେବେ ଏହା ଭକ୍ତଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବ।

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri