Posted inଜାତୀୟ

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଏବେ କେଉଁଠି ରହିବେ ଧନକର? କ୍ୱାର୍ଟର୍ସ ମିଳିବ କି ନାହିଁ ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୭: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଜଗଦୀପ ଧନକର ସରକାରୀ କ୍ୱାର୍ଟର୍ସ ପାଇବେ କି ନାହିଁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କେନ୍ଦ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଧନକର ଗତ ବର୍ଷ ଏପ୍ରିଲରେ ସଂସଦ ଭବନ କମ୍ପ୍ଲେକ୍ସ ନିକଟ ଚର୍ଚ୍ଚ ରୋଡ୍‌ରେ ନବନିର୍ମିତ ଉପରାଷ୍ଟ୍ରପତି ଏନକ୍ଲେଭକୁ ସ୍ଥାନାନ୍ତରିତ ହୋଇଥିଲେ।

ଉପରାଷ୍ଟ୍ରପତିଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଥିବା ଏନକ୍ଲେଭ ସେଣ୍ଟ୍ରାଲ ଭିଷ୍ଟା ପୁନଃବିକାଶ ଯୋଜନା ଅଧୀନରେ ନିର୍ମାଣ ହୋଇଥିଲା। ପ୍ରାୟ ୧୫ ମାସ ସେଠାରେ ରହିବା ପରେ ଧନକରଙ୍କୁ ଉପରାଷ୍ଟ୍ରପତି ଏନକ୍ଲେଭକୁ ଖାଲି କରିବାକୁ ପଡ଼ିବ। ଅଧିକାରୀ କହିଛନ୍ତି, ଧନକର ଲୁଟିୟନ୍ସ ଦିଲ୍ଲୀ କିମ୍ବା ଅନ୍ୟ କୌଣସି ଅଞ୍ଚଳରେ ଏକ ଟାଇପ୍‌ ୮ କ୍ୱାର୍ଟର୍ସ ପ୍ରଦାନ କରାଯିବ। ସାଧାରଣତଃ ବରିଷ୍ଠ କେନ୍ଦ୍ରମନ୍ତ୍ରୀ କିମ୍ବା ଜାତୀୟ ଦଳର ସଭାପତିଙ୍କୁ ଟାଇପ୍‌-୮ କ୍ୱାର୍ଟର୍ସ ଆବଣ୍ଟିତ କରାଯାଏ।

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୋମବାର ଧନଖର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେହି ସମୟରେ କଂଗ୍ରେସ କହିଛି ଯେ, ଧନକରଙ୍କ ଇସ୍ତଫା ପଛରେ ତାଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସ୍ବାସ୍ଥ୍ୟଗତ କାରଣ ବ୍ୟତୀତ ଆହୁରି ଗଭୀର କାରଣ ଅଛି। ସୋମବାର ରାତିରେ ଧନକରଙ୍କ ଉପରାଷ୍ଟ୍ରପତି ପଦରୁ ହଠାତ୍‌ ଇସ୍ତଫା ଦେବା ଏହା ସ୍ବାସ୍ଥ୍ୟଗତ ନା ଅନ୍ୟ କିଛି ତାହା କଳ୍ପନାଜଳ୍ପନାକୁ ଆହୁରି ଖୋରାକ୍‌ ଯୋଗାଇଛି।

ସାଧାରଣତଃ ଜଣେ ଉଚ୍ଚପଦସ୍ଥ ବ୍ୟକ୍ତି ପଦ ଛାଡ଼ିବା ସମୟରେ ତାଙ୍କୁ ପ୍ରଶଂସା କରାଯାଏ, କିନ୍ତୁ ଧନକରଙ୍କ କ୍ଷେତ୍ରରେ, ଶାସକ ମେଣ୍ଟ ପକ୍ଷରୁ ଏପରି କୌଣସି ପ୍ରତିକ୍ରିୟା ଦେଖାଯାଇ ନଥିଲା। ତଥାପି ବିରୋଧୀ ଦଳ ପକ୍ଷରୁ ଧନକରଙ୍କ ବିଷୟରେ ଭଲ କଥା କୁହାଯାଇଥିଲା। ଏହା ଭିନ୍ନ କଥା ଯେ, ଗତ ବର୍ଷ ବିରୋଧୀ ସଦସ୍ୟମାନେ ତାଙ୍କ କଥିତ ପକ୍ଷପାତିତା ପାଇଁ ଧନକରଙ୍କୁ ପଦରୁ ହଟାଇବା ପାଇଁ ଏକ ନୋଟିସରେ ସ୍ବାକ୍ଷର କରିଥିଲେ। ଆପଣଙ୍କୁ କହି ରଖୁଛୁ ଯେ, ଧନକରଙ୍କ ଇସ୍ତଫା ସହିତ, ଦେଶର ଦ୍ୱିତୀୟ ସର୍ବବୃହତ ସାମ୍ବିଧାନିକ ପଦବୀ ପାଇଁ ଏବେ ଏକ ନୂତନ ନିର୍ବାଚନ ହେବାକୁ ଯାଉଛି ଏବଂ ଏହି ପ୍ରକ୍ରିୟା ଅନେକ ରାଜନୈତିକ ସମୀକରଣକୁ ମଧ୍ୟ ପ୍ରଭାବିତ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri