Posted inଖେଳ

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨୨ା୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯିବ। ଏହି ସିରିଜ୍‌ ପାଇଁ ଭାରତ ପକ୍ଷରୁ ଏହାର ସମସ୍ତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ନିୟମିତ ଅଧିନାୟକ ତଥା ଓପ୍‌ନର ରୋହିତ ଶର୍ମାଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ଦ୍ୱିତୀୟଥର ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ ପାଇଥିବା ଶିଖର ଧାଓ୍ବନଙ୍କ ଲାଗି ମଧ୍ୟ ଏହା କୌଣସି ଚ୍ୟାଲେଞ୍ଜରୁ କମ୍‌ ନୁହେଁ। ରୋହିତ୍‌ଙ୍କ ବ୍ୟତୀତ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶ୍‌ପ୍ରୀତ ବୁମ୍‌ରା, ମହମ୍ମଦ ଶାମି ଏବଂ ରିଷଭ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଭାରତୀୟ ଦଳ ଏହି ଗସ୍ତରେ ୩ଟି ଦିନିକିଆ ଏବଂ ୫ଟି ଟି୨୦ ମ୍ୟାଚ୍‌ ଖେଳିବ। ଟି୨୦ ବିଶ୍ୱକପ୍‌ ଆଗକୁ ଥିବାରୁ ଟି୨୦ ସିରିଜର ଗୁରୁତ୍ୱ ରହିଛି।
ଭାରତ ଏବଂ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ତ୍ରିନିଦାଦର ପୋର୍ଟ ଅଫ ସ୍ପେନର କ୍ୱିନ୍ସପାର୍କ ଓଭାଲରେ ଖେଳାଯିବ। ଭାରତୀୟ ସମୟ ସା ୭ଟାରେ ଆରମ୍ଭ ହେବ ଏବଂ ଟସ ୬.୩୦ରେ ପଡିବ। ଫାନକୋଡ ୱେବସାଇଟ ଏବଂ ଏହାର ଆପରେ ଲାଇଭ୍‌ ଷ୍ଟ୍ରିମିଂ ହେବ। ଏହାସହ ଡିଡି ସ୍ପୋର୍ଟସରେ ପ୍ରସାରିତ ହେବ।
ଭାରତୀୟ ଦଳ: ଶିଖର ଧାଓ୍ବନ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ୍‌, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟାର, ଇଶାନ କିଶନ୍‌, ସଞ୍ଜୁ ସାମ୍‌ସନ, ରବୀନ୍ଦ୍ର ଜାଡେଜା(ଉପଅଧିନାୟକ), ଶାର୍ଦ୍ଦୂଳ ଠାକୁର, ୟୁଜ୍‌ବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେଶ ଖାନ୍‌, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ୍‌ ଏବଂ ଅର୍ଶଦୀପ ସିଂ।
ଓ୍ବେଷ୍ଟଇଣ୍ଡିଜ ଦଳ: ନିକୋଲାସ୍‌ ପୁରନ୍‌(ଅଧିନାୟକ), ଶାଇ ହୋପ୍‌(ଉପଅଧିନାୟକ), ଶମାରା ବ୍ରୁକ୍‌ସ, କେସି କାର୍ଟି, ଜାସନ୍‌ ହୋଲ୍ଡର, ଅକିଲ୍‌ ହୋସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଗୁଡାକେଶ ମୋତି, କିମୋ ପଲ୍‌, ରୋଭମାନ ପାଓ୍ବେଲ୍‌ ଓ ଜାଡେନ୍‌ ସେଲ୍ସ


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri