କେଉଁଠି ଲଗାଇବେ ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ, ହେବ ସୌଭାଗ୍ୟପ୍ରାପ୍ତି…

ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋ ହେଉ ଅବା ମୂର୍ତ୍ତିକୁ ଘରେ ରଖି ନିଷ୍ଠାର ସହ ପୂଜା କଲେ ମଙ୍ଗଳ ହେବା ସହ ସୌଭାଗ୍ୟପ୍ରାପ୍ତି ହୋଇଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ରରେ ବି ଏକଥାକୁ ସ୍ବୀକାର କରାଯାଇଛି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ମାତାଙ୍କର ଫଟୋକୁ କେଉଁ ଦିଗରେ ରଖିଲେ ଅଧିକ ସୁଫଳ ମିଳିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ମା’ ଅନ୍ନପୂର୍ଣ୍ଣାଙ୍କ ଫଟୋକୁ ଘରର ଆଗ୍ନେୟ କୋଣରେ ଲଗାଇଲେ ଘରେ ସୁଖସମୃଦ୍ଧି ବଢ଼ିବା ସହ ସୌଭାଗ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ସେତିକି ନୁହେଁ, ଏହି କୋଣରେ ମା’ଙ୍କର ଫଟୋ ରହିଲେ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବା ସହ ଘରୁ ବାସ୍ତୁଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ମା’ ଅନ୍ନପୂର୍ଣ୍ଣାଙ୍କର ସମ୍ବନ୍ଧ ଅନ୍ନ ବା ଖାଦ୍ୟ ସହ ରହୁଥିବାରୁ ମା’ଙ୍କ ଫଟୋକୁ ରୋଷେଇ ଘରେ ଲଗାଇବା ଶୁଭ ହୋଇଥାଏ। ଏହାଦ୍ୱାରା ଘରେ କେବେ ବି ଖାଦ୍ୟର ଅଭାବ ଦେଖାଯାଇ ନ ଥାଏ। ଏପରି କି ରନ୍ଧାଯାଇଥିବା ଖାଦ୍ୟ ସାତ୍ତ୍ୱିକ ହେବା ସହ ସୁସ୍ବାଦୁ ଲାଗିଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି।

* ମା’ ଅନ୍ନପୂର୍ଣ୍ଣାଙ୍କୁ ପ୍ରସନ୍ନ କରିବାକୁ ହେଲେ ମୁଗ ଡାଲିରେ ପ୍ରସ୍ତୁତ କିଛି ବ୍ୟଞ୍ଜନକୁ ପ୍ରସାଦ ରୂପେ ଅର୍ପଣ କରି ସେହି ପ୍ରସାଦକୁ ଗୋମାତାକୁ ଖାଇବା ପାଇଁ ଦେଲେ ଘରର ଯଶ ଖ୍ୟାତି ବଢ଼ିଥାଏ ବୋଲି ବିଶ୍ୱାସ କରାଯାଏ।

* ମା’ଙ୍କ ଫଟୋ ରହିଥିବା ସ୍ଥାନକୁ ସର୍ବଦା ସଫାସୁତରା ରଖିବା ସହ ପ୍ରତିଦିନ ଧୂପ, ଦୀପ ଦେଇ ପୂଜା କଲେ ଘରର ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri