କେଉଁଠି କେତେ ବଢୁଛି, ଦୈନିକ ହେବ ବିଶ୍ଲେଷଣ

ଭୁବନେଶ୍ୱର,୯।୧୦(ବ୍ୟୁରୋ): କରୋନା କଟକଣା ମାନିବାରେ ବ୍ୟତିକ୍ରମ ହେଲେ ସଂକ୍ରମଣ ପୁଣି ବଢ଼ିବାର ସମ୍ଭାବନା ରହିଛି। ତେଣୁ ଦୁର୍ଗା ପୂଜାରୁ ସ୍ବାସ୍ଥ୍ୟ ବଭାଗ ପାଇଁ ଏକ ଚ୍ୟାଲେଞ୍ଜ ଆରମ୍ଭ ହୋଇଗଲା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ଯେଉଁଠି ଅଧିକ ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ୍‌ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି। କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଛି। ତେଣୁ କଡ଼ାକଡ଼ି ନିୟମ ପାଳନ ଉପରେ ଅଧିକ ଫୋକସ୍‌ ରହିଛି। ଭିଡ଼କୁ ଏଡ଼େଇବା ପାଇଁ ଅଧିକାରୀଙ୍କୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସିଂରେ ଆଲୋଚନା ହୋଇଛି। ଏହାଛଡ଼ା ପୂଜାରେ ସତର୍କ ରହିବା ଦରକାର। ପୂଜା ସମୟରେ କେଉଁ ଜିଲାରେ କେତେ ସଂକ୍ରମଣ ବଢୁଛି, ତାହାର ଦୈନିକ ବିଶ୍ଲେଷଣ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।