ସୁରକ୍ଷା-ଶାନ୍ତି କେଉଁଠି ? ସୁରକ୍ଷା ପରିଷଦରେ ଜେଲେନସ୍କିଙ୍କ ପ୍ରଶ୍ନ…

ଜେନେଭା, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ  ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ, କ୍ୱିଭ୍‌ର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ଫଟୋ ଏବେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି। ବୁଚାରେ ୪୦୦ରୁ ଅଧିକ ମୃତଦେହ ମିଳିଛି ଏବଂ ଏପର୍ଯ୍ୟନ୍ତ ମୃତଦେହ ଉଦ୍ଧାର କରାଯାଉଛି। ଏହାର ଜବାବରେ ରାଷ୍ଟ୍ରପତି ଭୋଲଡମିୟର ଜେଲେନସ୍କି ରୁଷିଆର ସୈନିକମାନଙ୍କୁ ହତ୍ୟାକାରୀ ଏବଂ ବଳାତ୍କାରୀ ବୋଲି କହିଛନ୍ତି। ବୁଚା ପରେ ଏବେ ସୁମି ସହରର ନରସଂହାରର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ରୁଷିଆ ଆକ୍ରମଣ ପରେ ପ୍ରଥମ ଥର ପାଇଁ ସମ୍ବୋଧିତ କରିଛନ୍ତି।

ଏହି ସମୟ ମଧ୍ୟରେ ସେ ୟୁକ୍ରେନରେ ରୁଷିଅ ସୈନିକମାନଙ୍କ ବର୍ବରତାକୁ ବିଶ୍ୱ ସାମ୍ନାରେ ରଖିଛନ୍ତି। ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ରୁଷିଆର ସୈନିକମାନେ ୟୁକ୍ରେନରେ ନୀରସ୍ତ୍ର ଲୋକଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ମହିଳାମାନଙ୍କୁ ବଳାତ୍କାର କରିଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି॥ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟତାରୁ ରୁଷିଆକୁ ହଟାଇବାକୁ ସେ ଦାବି କରିଛନ୍ତି।

ସେ ସଦସ୍ୟ ଦେଶମାନଙ୍କୁ ଏକ ରୁଷିଆ ସୈନ୍ୟଙ୍କ ବର୍ବରତାର ଏକ ଭିଡିଓ ଦେଖାଇବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ, କିନ୍ତୁ ବେଅଷୟିକ ତ୍ରୁଟି ଏହା ପ୍ରଦର୍ଶିତ ହୋଇପାରି ନଥିଲା ।

ଜେଲେନସ୍କି କହିଛନ୍ତି ଯେ ବୁଚା ସହରରେ ଲୋକଙ୍କ ହାତ ପଛରେ ବାନ୍ଧି ଗୁଳି କରାଯାଇଛି। ବହୁ ଲୋକଙ୍କୁ କୂଅରେ ଫିଙ୍ଗି ଦିଆଯାଇଥିଲା। ସେ କହିଛନ୍ତି ଯେ ରୁଷିଆ ସୈନ୍ୟଙ୍କ କାର୍ଯ୍ୟକଳାପ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ଭଳି। ସେ ଏହା ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୃଣା ଭାବନା ବୃଦ୍ଧି କରିବାକୁ ଚାହୁଁଛନ୍ତି।

ସେ ଏହା ସହିତ ସୁରକ୍ଷା ପରିଷଦକୁ ପ୍ରଶ୍ନ କରିଛନ୍ତି ଯେ, ପରିଷଦ ସୁରକ୍ଷା କଥା କହୁଥିବାବେଳେ ସୁରକ୍ଷା କାହିଁ ? ଶାନ୍ତି କେଉଁଠାରେ ଅଛି? ମିଳିତ ଜାତିସଂଘ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡିକ କେଉଁଠାରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri