ରାଜ୍ୟପାଳଙ୍କ ପାଣ୍ଠି ଯାଉଛି କୁଆଡ଼େ

ଭୁବନେଶ୍ୱର, ୧୨ା୧୨(ସୁନୀତ୍‌ ମିଶ୍ର):ଓଡ଼ିଶାର ନାଗରିକମାନେ ଜାଣି ନ ଥିବେ ରାଜ୍ୟପାଳଙ୍କ ପାଖରେ ମଧ୍ୟ ଅତ୍ୟଧିକ ଅର୍ଥ ପ୍ରଦାନର କ୍ଷମତା ରହିଥାଏ। ଉଲ୍ଲେଖଯୋଗ୍ୟ, ଏହି ଅର୍ଥ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷରୁ ରାଜଭବନକୁ ଦିଆଯାଇଥାଏ ଅର୍ଥାତ୍‌ ଏହା ଓଡ଼ିଶାର କରଦାତାଙ୍କ ଅର୍ଥ। କିନ୍ତୁ ଏହି ଅର୍ଥ ସମ୍ପର୍କରେ କେହି କେବେ ଜନସାଧାରଣଙ୍କ ଜ୍ଞାତସାରକୁ ଆଣନ୍ତି ନାହିଁ। ଏପରିକି ଗଣମାଧ୍ୟମରେ ଏ ସମ୍ପର୍କରେ କେବେ ବି କୌଣସି ଉଲ୍ଲେଖ ହୋଇଥିବାର ମନେ ନ ଥିବ। ରାଜଭବନରେ ଏକ ଭିନ୍ନ ସଚିବାଳୟ ରହିଛି। ତାହା ସମ୍ପୂର୍ଣ୍ଣ ଭାବେ ଯିଏ ରାଜ୍ୟପାଳଙ୍କ ସଚିବ ରୁହନ୍ତି ତାଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ତା’ର ହିସାବନିକାଶ ଭଳି ସବୁ କାର୍ଯ୍ୟ ପାଇଁ ସେହି ସଚିବାଳୟର ଦାୟିତ୍ୱ ହୋଇଥିବା ସତ୍ତ୍ୱେ କେହି ତାଙ୍କୁ ପ୍ରଶ୍ନ କରିବାର ଅଧିକାର ନାହିଁ। କାରଣ ସେହି ପାଣ୍ଠିକୁ ରାଜ୍ୟ ସରକାର ଅଡିଟ୍‌ କରନ୍ତି ନାହିଁ।
ନିକଟରେ ଧରିତ୍ରୀ ପକ୍ଷରୁ ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ମାଧ୍ୟମରେ ଗତ ୫ ବର୍ଷ(୨୦୧୮-୧୯ରୁ ୨୦୨୩-୨୪ ଆର୍ଥିକ ବର୍ଷ)ର ଓଡ଼ିଶା ରାଜ୍ୟପାଳଙ୍କ ଅନୁଦାନ ସମ୍ପର୍କିତ ତଥ୍ୟ ମଗାଯାଇଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ଏଥିରେ ଉଲ୍ଲେଖଥିବା ଦେଖାଯାଇଛି। ସେହି ସମୟରେ ନିକଟରେ ବିଦାୟ ନେଇଥିବା ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶା ରାଜ୍ୟପାଳ ଥିଲେ। ଗଣେଶୀ ଲାଲ୍‌ଙ୍କୁ ଅନେକ ସାଂସ୍କୃତିକ ଏବଂ ଅର୍ଦ୍ଧ ରାଜନୈତିକ ଅନୁଷ୍ଠାନ ଡାକି ତାଙ୍କ ଭାଷଣ ଶୁଣିବା ଲାଗି ଗଦଗଦ ହେଉଥିଲେ। ହେଲେ ଭିତିରି ତଥ୍ୟ ଜାଣିବା ପାଇଁ ସାଧାରଣ ଲୋକ ଅକ୍ଷମ ଥିବାରୁ ଅନେକ ବ୍ୟକ୍ତିଗତ କାର୍ଯ୍ୟ ରାଜ୍ୟପାଳଙ୍କ ପାଣ୍ଠି ମାଧ୍ୟମରେ କରି ଦିଆଯାଇପାରୁଥିଲା।
ପ୍ରଫେସର ଲାଲ୍‌ ୨୯ ମେ ୨୦୧୮ରୁ ୧୮ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ସାଢେ ୫ ବର୍ଷ ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ଥିଲେ। ସେ ୧ ମାର୍ଚ୍ଚ ୧୯୪୧ରେ ହରିୟାଣାର ଶୀର୍ଷା ଜିଲାରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାରେ ସାଢେ ୫ ବର୍ଷ ରାଜ୍ୟପାଳ ଦାୟିତ୍ୱରେ ଥିବାବେଳେ ସେ ତାଙ୍କ ଜିଲା ଶୀର୍ଷାକୁ ବିପୁଳ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି। ସେ ଏକ ପ୍ରକାର ଓଡ଼ିଆଙ୍କ ଖର୍ଚ୍ଚରେ ହରିୟାଣାର ମଙ୍ଗଳ କରିଦେଇଯାଇଥିବାର ଚିତ୍ର ଆର୍‌ଟିଆଇ ବଳରେ ମିଳିଥିବା ତଥ୍ୟରୁ ଦେଖିବାକୁ ମିଳିଛି। ଆର୍‌ଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ସାଢେ ୫ ବର୍ଷରେ ପ୍ରଫେସର ଲାଲ୍‌ ହରିୟାଣାକୁ ବିଭିନ୍ନ କାରଣ ଦର୍ଶାଇ ୩୧୯ଟି ଅନୁଦାନ ଦେଇଛନ୍ତି। ଏହି ସମସ୍ତ ଅନୁଦାନ ରାଶି ମିଶାଇବା ପରେ ଜଣାପଡ଼ିଛି କେବଳ ହରିୟାଣାକୁ ସେ ୬ କୋଟି ୫୦ ଲକ୍ଷ ୯୩ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାବାଦ୍‌ ତାଙ୍କ ଅନୁଦାନ ତାଲିକା ଅନୁଯାୟୀ, ଅନ୍ୟ ରାଜ୍ୟ ଏବଂ ହରିୟାଣାର ଅନେକ ବ୍ୟକ୍ତିଙ୍କୁ ଆର୍ଥିକ ଏବଂ ବିଭିନ୍ନ କାମ ବାବଦ ସହାୟତା ଆକାରରେ ମୋଟ୍‌ ୧ କୋଟି ୧୧ ଲକ୍ଷ ୪୬ ହଜାର ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଇଷ୍ଟର୍ନ ମିଡିଆ ଲିମିଟେଡ୍‌ ଭଳି ଘରୋଇ ଅନୁଷ୍ଠାନକୁ ପ୍ରଫେସର ଲାଲ୍‌ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ନାଁରେ ବକ୍ତୃତା ପ୍ରତିଯୋଗିତା କରିବା ଲାଗି ୨୦୨୨-୨୩ ବର୍ଷରେ ମୋଟ୍‌ ୩୫ ଲକ୍ଷ ୨୨ ହଜାର ୩୬୯ ଟଙ୍କା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଏହା ଏକ ସମ୍ପୂର୍ଣ୍ଣ ଘରୋଇ ବ୍ୟବସାୟିକ କମ୍ପାନୀ, ସେଥିପାଇଁ କେଉଁ ରୂପରେ ଏହି ବିପୁଳ ଅର୍ଥ ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ। ଯେତେଗୁଡିଏ ଅନୁଦାନ ରାଶି ସେ ତାଙ୍କ କାର୍ଯ୍ୟକାଳ ଭିତରେ ଦେଇଛନ୍ତି, ସେସବୁ ଭିତରୁ ରାଜ୍ୟପାଳଙ୍କଠାରୁ ସର୍ବାଧିକ ଅର୍ଥ ରାଶି ପାଇବାରେ ଇଷ୍ଟର୍ନ ମିଡିଆ ସବୁଠୁ ଆଗରେ ରହିଛି। ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥାକୁ ରାଜ୍ୟପାଳ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ନାଁରେ ୩୦ ଲକ୍ଷ ଟଙ୍କା ଦେଇଥିବା ବେଳେ ପୁଣି ଥରେ ସମାନ ଆର୍ଥିକ ବର୍ଷରେ ଅତିରିକ୍ତ ଭାବେ ସେହି କାର୍ଯ୍ୟକ୍ରମ ଲାଗି ୫ ଲକ୍ଷ ୨୨ ହଜାର ୩୬୯ ଟଙ୍କା ଦିଆଯାଇଛି।
କେବଳ ଏତିକି ନୁହେଁ , ଆର୍‌ଟିଆଇ ଦସ୍ତାବିଜ ଦେଖିବା ପରେ ଆହୁରି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ତଥ୍ୟ ଅନୁଯାୟୀ, ହରିୟାଣାର ଏପରି ଅନେକ ବ୍ୟକ୍ତି ତାଲିକାରେ ଅଛନ୍ତି ଯେଉଁମାନେ ପ୍ରଥମେ ନିଜ ମା, ବାପା କିମ୍ବା ସମ୍ପର୍କୀୟଙ୍କ ଶାରୀରିକ ଅସୁସ୍ଥତା ଦର୍ଶାଇ ଲାଲ୍‌ଙ୍କଠାରୁ ଅର୍ଥ ପାଇଛନ୍ତି। ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷମାନେ କେତେବେଳେ ‘ଆର୍ଥିକ ସହାୟତା’ ତ ଆଉ କେତେବେଳେ ନିଜ ଜିଲାରେ ବିଭିନ୍ନ ଠିକାଦାରି କରିବା ନାଁରେ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ଓଡ଼ିଶାରୁ ପ୍ରଫେସର ଲାଲ୍‌ଙ୍କ ଜରିଆରେ ନେଇଛନ୍ତି। ଉଦାହରଣ ସ୍ବରୂପ, ହରିୟାଣା ଶୀର୍ଷା ଜିଲାର ଭାଟିଆ ଧର୍ମଶାଳା ଓ୍ବାଲି ଗଲିର ଘର ନମ୍ବର ୧୪/୫୬୦ରେ ରହୁଥିବା ଜିତ୍‌ ସିଂଙ୍କ ପୁଅ ମନଦୀପ ସିଂଙ୍କୁ ପ୍ରଫେସର ଲାଲ୍‌ ଏକାଧିକ ଥର ଟଙ୍କା ଦେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଅନାଜ ମଣ୍ଡି ଜନତା ଭବନ ରୋଡ୍‌ ସ୍ଥିତ ଶ୍ୟାମ ପାର୍କରେ ଥଣ୍ଡାପାଣି ଯୋଗାଣ ମେଶିନ ଲଗାଇବା ଲାଗି ମନଦୀପଙ୍କୁ ଦେଢଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଏହାପରେ ମନଦୀପ ତାଙ୍କ ମା’ଙ୍କ ଚିକିତ୍ସା କରିବେ ବୋଲି ଦର୍ଶାଇ ଅନୁଦାନ ନେଲେ। ଏହାପରେ ତାଙ୍କୁ ୮ଟି ପାଣିଟାଙ୍କି ବସାଇବା ଲାଗି ବିଭିନ୍ନ ସମୟରେ ପ୍ରଫେସର ଲାଲ୍‌ ୧୪ ଲକ୍ଷ ୦୫ ହଜାର ଟଙ୍କାର ଅର୍ଥ ରାଶି ଯୋଗାଇ ଦେଇଛନ୍ତି। ସେହିଭଳି ହରିୟାଣା ଘିଙ୍ଗତାନିଆ ଗଁାର ଦୀନେଶ କୁମାରଙ୍କୁ ପ୍ରଥମେ ୨୦୨୧-୨୨ରେ ଗୋଟିଏ ପାଣିଟାଙ୍କି ବସାଇବା ଲାଗି ଦେଢଲକ୍ଷ ଟଙ୍କା, ୨୦୨୨-୨୩ରେ ଆର୍ଥିକ ସହାୟତା ହେଉଥିବା କହି ୫୦ ହଜାର, ଏହାପରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ପାଣିଟାଙ୍କି ବସାଇବା ଲାଗି ୬ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ୨୦୨୩-୨୪ ବର୍ଷରେ ଆର୍ଥିକ ସହାୟତା ବାବଦରେ ସେହି ଦିନେଶ କୁମାରଙ୍କୁ ଆଉ ଥରେ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। କେବଳ ମନଦୀପ କି ଦୀନେଶ ନୁହନ୍ତି, ଏଭଳି ହରିୟାଣାର ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ସମାନ ଢଙ୍ଗରେ ପ୍ରଫେସର ଲାଲ୍‌ଙ୍କଠାରୁ ଲକ୍ଷାଧିକ ଟଙ୍କାର କାମ ପାଇ ଉପକୃତ ହୋଇଛନ୍ତି। ରାଜଭବନର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପ୍ରଫେସର ଲାଲ୍‌ ରାଜ୍ୟପାଳ ଥିବା ସମୟରେ ତାଙ୍କ ସହ ବ୍ୟକ୍ତିଗତ ଭାବେ ଘନିଷ୍ଠ ଥିବା ଅନେକ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ବିପୁଳ ଆର୍ଥିକ ସାହାଯ୍ୟ ଯୋଗାଇଦେଇ ଏବେ ହରିୟାଣା ଫେରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri