ଆମ ପାଇଁ ବହି କାହିଁ

କିଛିଦିନ ତଳେ ଭୁବନେଶ୍ୱରର ଏକ ଦୃଷ୍ଟିହୀନ ପିଲାଙ୍କ ବିଦ୍ୟାଳୟରେ ସମୟ ବିତେଇବାର ସୁଯୋଗ ପାଇଥିଲି। ବହୁତ ଖୁସି ଲାଗିଲା ଯେ ସେମାନେ ସେଠାରେ ରହି ଖେଳୁଛନ୍ତି, ପଢୁଛନ୍ତି, ବିଭିନ୍ନ ପ୍ରକାର କଳାତ୍ମକ ଏବଂ କ୍ରିୟାତ୍ମକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲା ଏଇଥିପାଇଁ ଯେ ଯେଉଁ କାମଗୁଡ଼ିକ ଆମେ ମା’ବାପା ହିସାବରେ ପିଲାଙ୍କ ପଛରେ ଗୋଡେଇ ଗୋଡେଇ କରିବାକୁ କହୁଛୁ, ସେଗୁଡିକୁ ବିନା କାହା ସାହାଯ୍ୟ ଓ ନିର୍ଦ୍ଦେଶରେ ସେମାନେ ସହଜରେ କରିପାରୁଛନ୍ତି। ନିଜ ପାଇଁ ଗୋଟିଏ ଭିନ୍ନ ଦୁନିଆ ଗଢ଼ି, ତା’ରି ଭିତରେ ଖୁବ୍‌ ଖୁସିରେ ଅଛନ୍ତି ସେମାନେ। ଭବିଷ୍ୟତରେ ସୁବିଧା ହେବ ବୋଲି ପାଠପଢା ସହ କିଛି ଧନ୍ଧାମୂଳକ ଶିକ୍ଷା ସେମାନଙ୍କୁ ଦିଆଯାଉଛି। ଖାଇବା, ପିନ୍ଧିବା, କୌଣସି ଜିନିଷ ବ୍ୟବହାର କରିବା; ସବୁଥିରେ ସେମାନେ ସନ୍ତୁଷ୍ଟ। କିଛି ସମୟ ସେମାନଙ୍କ ସହ କଥାବାର୍ତ୍ତା ହେବା ପରେ ପଚାରିଲି, ” ପିଲାମାନେ, ତୁମମାନଙ୍କୁ ତ ଏଠି ସବୁ ମିଳିଯାଉଛି। ତୁମେମାନେ ଖୁବ୍‌ ଖୁସିରେ ଅଛ। ହେଲେ କୁହ ତ, ଏମିତି କିଛି ଅଛି କି ଯାହା ତୁମମାନଙ୍କୁ ଠିକ୍‌ ନୁହେଁ ଭଳି ଲାଗୁଛି? କହିବାର ଅର୍ଥ, ଆଉ କିଛି ସୁବିଧା, ଯାହା ତୁମେମାନେ ଚାହୁଁଛ ଯେ ଏଠାରେ ତୁମକୁ ମିଳିବା ଦରକାର?“
କିଛି ସମୟ ପରେ ପିଲାଟିଏ କହିଲା, ”ଏଠାରେ ସବୁ ଠିକ୍‌ ଅଛି, ହେଲେ ଆମ ପାଇଁ ଯଥେଷ୍ଟ ପରିମାଣରେ ବହି ନାହିଁ। ଆମେ ପଢିବାକୁ ଇଚ୍ଛା କରି ମଧ୍ୟ ପଢ଼ିପାରୁନାହୁଁ। ଦଶମ, ଦ୍ୱାଦଶ ଯାଏ ଠିକ୍‌ ଥିଲା, କିନ୍ତୁ ତା’ ପରେ ବହି ମିଳିବା କଷ୍ଟକର, ତେଣୁ ଆମେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛୁ। ମନଲାଖି ପଢା ବହି ଆମ ଭାଷାରେ ଛପା ହେଉନାହିଁ, ତେଣୁ କେବଳ ଶୁଣି ଶୁଣି ମନେ ରଖିବାକୁ ହେଉଛ।“ ଦୁଃଖ ଲାଗିଲା ଯେ ଦୃଷ୍ଟିଶକ୍ତି ହରେଇ ମଧ୍ୟ ପଢ଼ିବା ପାଇଁ ଏମାନଙ୍କ ଭିତରେ ଏତେ ଆଗ୍ରହ ଓ ଉତ୍ସାହ; ହେଲେ ସତେ ତ ଏମାନଙ୍କ ପାଇଁ ଏତେ ସଂଖ୍ୟାରେ ବହି କାହିଁ?
ଆମ ରାଜ୍ୟରେ ଦୃଷ୍ଟିହୀନ ପିଲାଙ୍କ ଶିକ୍ଷା ଏବଂ ତାଲିମ ପ୍ରଦାନ ନିମନ୍ତେ ସରକାରୀ ସ୍ତରରେ ୧୮ ଟି ସ୍ବତନ୍ତ୍ର ବିଦ୍ୟାଳୟ ରହିଛି। ରାଜ୍ୟ ସରକାର ଉଚ୍ଚଶିକ୍ଷା ସ୍ତରରେ ଜାତୀୟ ଶିକ୍ଷାନୀତି – ୨୦୨୦ ଅନୁମୋଦନ କରିବାକୁ ଯାଉଛନ୍ତି; ତଥାପି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟଗୁଡିକରେ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷା ସମସ୍ୟା ଦୂର ହୋଇନାହିଁ। ରାଜ୍ୟ ସରକାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକ ବ୍ୟବସ୍ଥା କରିଛନ୍ତି। ଏଣୁ ଦୃଷ୍ଟିବାଧିତ ପିଲାମାନେ ତାଙ୍କ ସକ୍ଷମ ବିଦ୍ୟାର୍ଥୀଙ୍କ ତୁଳନାରେ ପଛରେ ପଡିଯାଉଛନ୍ତି। ସେମାନଙ୍କ ପାଖରେ ପାଠ୍ୟକ୍ରମ ଅନୁଯାୟୀ ଯଥେଷ୍ଟ ସଂଖ୍ୟକ ବ୍ରେଲି ଅକ୍ଷର ଲିଖିତ ପାଠ୍ୟପୁସ୍ତକ ନାହିଁ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ରେଲି ପୁସ୍ତକ ଯୋଗାଇ ଦିଆଯାଉଥିବା ବେଳେ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚ୍‌ଡି ଭଳି ଉଚ୍ଚଶିକ୍ଷା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଦୃଷ୍ଟିବାଧିତ ବିଦ୍ୟାର୍ଥୀଙ୍କ ଅଧ୍ୟୟନ ନିମିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ବ୍ରେଲି ପୁସ୍ତକ, ଯେଉଁଥିରୁ ସେମାନେ ବଞ୍ଚିତ ହେଉଛନ୍ତି।
ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ପିଲାମାନେ ପରବର୍ତ୍ତୀ ଶିକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା ଭାବରେ ପାଠ୍ୟକ୍ରମ ଅନ୍ତର୍ଗତ ବିଷୟବସ୍ତୁ ଇଣ୍ଟରନେଟ୍‌ରୁ ଡାଉନଲୋଡ୍‌ କରୁଛନ୍ତି। ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ ଇ- ସ୍ନାତକୋତ୍ତର ପାଠଶାଳାରୁ ପଠନ ବିଷୟବସ୍ତୁ ସଂଗ୍ରହ କରାଯାଇ ତାକୁ ଏକ ନିର୍ଦ୍ଦିଷ୍ଟ ସଫ୍ଟୱେର ‘କୁର୍ଜୱେଲ’ ସାହାଯ୍ୟରେ ଶ୍ରବଣଯୋଗ୍ୟ ବିଷୟବସ୍ତୁକୁ ରୂପାନ୍ତରିତ କରାଯାଉଛି। ମାତ୍ର ସମସ୍ତ ଆବଶ୍ୟକ ବହି, ଅଧ୍ୟାୟ ଓ ବିଷୟ ଉପରେ ଅନ୍‌ଲାଇନ ପିଡିଏଫ୍‌ ଉପଲବ୍ଧ ହେଉନାହିଁ ଅଥବା ଉପଲବ୍ଧ ହେଲେ ମଧ୍ୟ ତାକୁ ଖୋଜି ପିଲାଙ୍କୁ ଯୋଗାଇବା କଷ୍ଟକର ଏବଂ ସମୟ- ସାପେକ୍ଷ ହେଉଛି।
ଓଡ଼ିଶାର ଅଧିକାଂଶ ଦୃଷ୍ଟିହୀନ ଛାତ୍ରୀଛାତ୍ର କଳା ବିଭାଗରେ ପଢ଼ନ୍ତି। ବିଜ୍ଞାନ ବିଭାଗ ପାଇଁ ଏହି ସଂଖ୍ୟା ଶୂନ ହୋଇଥିବା ବେଳେ ବାଣିଜ୍ୟ ବିଭାଗରେ ହାତଗଣତି କିଛି ବିଦ୍ୟାର୍ଥୀ ଅଛନ୍ତି। ସ୍ନାତକ, ସ୍ନାତକୋତ୍ତର ଏବଂ ତା’ଠାରୁ ଉପରେ ଉଚ୍ଚଶିକ୍ଷାରେ କେତେ ସଂଖ୍ୟାରେ ଦୃଷ୍ଟିବାଧିତ ବିଦ୍ୟାର୍ଥୀ ଅଛନ୍ତି ତା’ର ହିସାବ ଉଚ୍ଚଶିକ୍ଷା ବିଭାଗ ପାଖରେ ମଧ୍ୟ ନାହିଁ। ଦୃଷ୍ଟିହୀନ ବିଦ୍ୟାର୍ଥୀ ସଂଘ ଅନୁଯାୟୀ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୨୦୦ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟରେ ପ୍ରାୟ ୬୦ ଜଣ ଦୃଷ୍ଟିହୀନ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି, ଯଦିଓ ବ୍ରେଲି ପ୍ରିଣ୍ଟିଂ ସୁବିଧା କେବଳ ରେଭେନ୍‌ଶାରେ ରହିଛି। ବ୍ରହ୍ମପୁରସ୍ଥିତ ରାଜ୍ୟର ଏକମାତ୍ର ବ୍ରେଲି ଛାପାଖାନା କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକ ଯୋଗାଇବାକୁ ସକ୍ଷମ । ଏଥିରୁ ଅନୁମାନ କରାଯାଇପାରିବ ସେହି ଦୃଷ୍ଟିବାଧିତଙ୍କର ଭବିଷ୍ୟତ କେଉଁ ଦିଗକୁ ଗତି କରୁଛି।
ସାମାଜିକ କର୍ମୀଙ୍କ ମୁତାବକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ବିଚାରଯୋଗ୍ୟ ସଂଖ୍ୟକ ଦୃଷ୍ଟିହୀନ ବିଦ୍ୟାର୍ଥୀ ରହିଛନ୍ତି। ଏଣୁ ନୂତନ ଶିକ୍ଷାନୀତି ଅନୁସାରେ ଏମାନଙ୍କ ପାଇଁ ଆବଶ୍ୟକ ବ୍ରେଲି ପୁସ୍ତକ ଏବଂ ଶ୍ରାବ୍ୟ ପୁସ୍ତକ(ଅଡିଓ ବୁକ୍ସ ) ଯୋଗାଇ ଦିଆଯିବା ପାଇଁ ଶିକ୍ଷା ବିଭାଗ ଦାୟିତ୍ୱ ନିଅନ୍ତୁ। କେବଳ ଡିଗ୍ରୀ ପାଇଁ ପାଠ୍ୟପୁସ୍ତକ ବ୍ୟତିରେକେ ତାଙ୍କର ସାଧାରଣଜ୍ଞାନ ବୃଦ୍ଧି ଏବଂ ମନୋରଞ୍ଜନ ପାଇଁ ମଧ୍ୟ ବ୍ରେଲି ଅକ୍ଷରରେ ଗପ, କାହାଣୀ, ବଡ଼ଲୋକଙ୍କ ଜୀବନୀ ସହ କ୍ରିୟାତ୍ମକ ପୁସ୍ତକଗୁଡ଼ିକ ଛପାଯାଉ। ଶିକ୍ଷା ପାଇଁ ସମସ୍ତଙ୍କର ସମାନ ଅଧିକାର ଥିବା ଦେଶରେ ଓଡ଼ିଆ ଦୃଷ୍ଟିବାଧିତ ପିଲା ଏଥିରୁ ବଞ୍ଚିତ ହେବା ଆମ ଶିକ୍ଷା ବ୍ୟବସ୍ଥାର ଏକ ବଡ଼ ତ୍ରୁଟି ବୋଲି କହିହେବ।
ଭାରତୀୟ କବି ସୁର ଦାସ, ଲେଖକ ତଥା ସାମ୍ବାଦିକ ବେଦ ମେହତା, ଫ୍ରାନ୍ସର ଲୁଇସ ବ୍ରେଲି, ଆମେରିକାର ହେଲେନ କେଲର୍‌ ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସମଗ୍ର ବିଶ୍ୱକୁ ଆଲୁଅ ଦେଖାଇଛନ୍ତି। ସେମାନଙ୍କ ଭଳି ସାଧନା, ପ୍ରଚେଷ୍ଟା ଓ ଅଭ୍ୟାସର ଆବଶ୍ୟକତା ତ ରହିଛି; ମାତ୍ର ପୁସ୍ତକ ଭଳି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବସ୍ତୁର ଅଭାବକୁ ପୂରଣ କରାଯାଇ ପାରିଲେ, ସେହି ଦୃଷ୍ଟିବାଧିତ ପିଲାଙ୍କ ପାଇଁ ଏହା ସର୍ବଶ୍ରେଷ୍ଠ ଆଶୀର୍ବାଦ ହେବ।
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri