କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ ଏବେ କେବଳ ଏକ ଦନ୍ତହୀନ ସଙ୍ଗଠନ ଭାବେ ରହିଛି। ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ଦୀର୍ଘ ବର୍ଷ ଧରି ଚାଲିଥିଲେ ମଧ୍ୟ ତାହାର ସମାଧାନର ସୂତ୍ର ବାହାରି ପାରୁନାହିଁ। ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ଗାଜା ଶାନ୍ତି ପ୍ରସ୍ତାବ ମାଧ୍ୟମରେ ଇସ୍ରାଏଲ-ହମାସ ସଂଘର୍ଷକୁ ବନ୍ଦ କରିଦେବା ଉପରେ ଗୁରୁତ୍ୱ ଦେଇଛନ୍ତି। ଗାଜାର ପୁନରୁଦ୍ଧାର ଓ ବିକାଶ ଲାଗି ଟ୍ରମ୍ପ୍‌ଙ୍କ ଦ୍ୱାରା ‘ବୋର୍ଡ ଅଫ୍‌ ପିସ୍‌’ ନାମକ ସଙ୍ଗଠନର ପରିକଳ୍ପନା କରାଯାଇଥିଲା। ବିଶ୍ୱରେ ଯୁଦ୍ଧର ପରିସର ବୃଦ୍ଧି ପାଉଥିବା ଲକ୍ଷ୍ୟ କରିବା ପରେ ଟ୍ରମ୍ପ୍‌ ଏହାକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଜାତିସଂଘର ବିକଳ୍ପ ଭାବେ ଏହା ଉଭା ହେବା ଓ ସେଥିପ୍ରତି ଅନ୍ୟ ଦେଶଗୁଡ଼ିକର ସମର୍ଥନ ମିଳିବା ଭୂରାଜନୈତିକ ସ୍ଥିତିରେ ନୂଆ ସମୀକରଣ ଆଣିବ ବୋଲି କୁହାଗଲାଣି। ଟ୍ରମ୍ପ୍‌ ଏହି ଶାନ୍ତି ବୋର୍ଡରେ ଆଜୀବନ ସଦସ୍ୟ ରହିଛନ୍ତି। କହିବାକୁ ଗଲେ ଏହା କର୍ପୋରେଟ୍‌ ଶୈଳୀରେ ଗଢ଼ାଯାଇଥିବା ଏକ ସଙ୍ଗଠନ। ଏଥିରେ ସ୍ଥାୟୀ ସଦସ୍ୟ ହେବା ପାଇଁ ୧ ବିଲିୟନ ଆମେରିକୀୟ ଡଲାର ଦେବାର ବ୍ୟବସ୍ଥା କରାଯାଇଛି। ଜାତିସଂଘ ଢାଞ୍ଚାରେ ଅସ୍ଥାୟୀ ସଦସ୍ୟ ରହିବା ଓ ତାହାର ଅବଧି ୩ ବର୍ଷ ରଖାଯାଇଛି। ଶାନ୍ତି ବୋର୍ଡରେ ସାମିଲ ହେବା ପାଇଁ ଟ୍ରମ୍ପ୍‌ ତାଙ୍କ ତରଫରୁ ସ୍ବତନ୍ତ୍ର ଭାବେ ଭାରତକୁ ନିମନ୍ତ୍ରଣ କରିଥିଲେ। ଦୀର୍ଘଦିନ ବିତିଯିବା ପରେ ମଧ୍ୟ ଭାରତ ମିଶିବ କି ନାହିଁ ସେନେଇ ନିଷ୍ପତ୍ତି ନେବାରେ ଅସଫଳ ହେଲା। ଏହାପରେ ଟ୍ରମ୍ପ୍‌ ତାଙ୍କ ତରଫରୁ ପାକିସ୍ତାନ ଓ ଅନ୍ୟ କେତେକ ଦେଶକୁ ନିମନ୍ତ୍ରଣ ପଠାଇଲେ, ଯାହାକୁ ଇସ୍ରାଏଲ ସମେତ ଅନ୍ୟସବୁ ଦେଶ ଅତି ଆଗ୍ରହର ସହିତ ସ୍ବୀକାର କରିଛନ୍ତି। ଏଥିରେ ରୁଷିଆ ଓ ଚାଇନା ଏପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି। ସେହିପରି ନରଓ୍ବେ, ସୁଇଡେନ୍‌, ଡେନ୍‌ମାର୍କ, ଇଟାଲି ସେଥିରେ ଯୋଗଦେବାକୁ ମନା କରିଦେଇଥିବା ବେଳେ ବ୍ରିଟେନ, ଜର୍ମାନୀ ଓ ଜାପାନ ସେମାନଙ୍କ ମତ ଦେଇନାହାନ୍ତି।
ଭାରତ ଦୃଷ୍ଟିକୋଣରୁ ବିଚାର କଲେ ‘ବୋର୍ଡ ଅଫ୍‌ ପିସ୍‌’ରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିଲେ ମଧ୍ୟ ନୂଆଦିଲ୍ଲୀ କୌଣସି ଉତ୍ତର ନ ଦେବା ତା’ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏମିତି ଦେଖିଲେ ଭାରତ ତା’ର ସବୁ ପଡ଼ୋଶୀ ଦେଶ ସହ ଅପଡ଼ରେ ରହିଛି। ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ ଭାରତର ଅର୍ଥନୀତିକୁ ଦୁର୍ବଳ କଲାଣି। ଭାରତର ଅସ୍ଥିର ଅର୍ଥନୀତିକୁ ଦେଖି ଅନେକ ବିଦେଶୀ ନିବେଶକ ଅର୍ଥ ଉଠାଣ କରି ନେଉଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହୋଇଚାଲିଛି। ଏଭଳି ସନ୍ଧିକ୍ଷଣରେ ବୋର୍ଡ ଅଫ୍‌ ପିସ୍‌ରେ ଯୋଗଦେବା ଲାଗି ଟ୍ରମ୍ପ୍‌ଙ୍କ ନିମନ୍ତ୍ରଣ ଉପରେ ଭାରତ ‘ହଁ’ ହେଉ ବା ‘ନା’ କିଛି ବି ନ କହିବା ଏବେ ଆଲୋଚନାର ବିଷୟ ପାଲଟିଛି। ଭାରତର କେତେକ ମହଲ ଗୁଜବ ଉଠାଉଛନ୍ତି ଯେ, ‘ବୋର୍ଡ ଅଫ୍‌ ପିସ୍‌’ରେ ସାମିଲ ହେବା ମାତ୍ରକେ ‘କଶ୍ମୀର’ ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାକୁ ଆସିବା ଥୟ। ଏଣୁ ଭାରତ ସରକାର କୌଣସି ବାଟ ପାଉ ନ ଥିବା ଭଳି ମନେହେଉଛି। ଏହାକୁ ଇଂଲିଶରେ ଫେନ୍ସ-ସିଟର ବା ଦୋଦୁଲ୍ୟମାନ ଚିନ୍ତାଧାରା ବୋଲି କୁହାଯାଏ। ସବୁବେଳେ ଏହିଭଳି ନିର୍ଣ୍ଣୟ ନେବାରେ ଅସଫଳତା ଅନ୍ତର୍ଜାତୀୟ ସ୍ତରରେ କ୍ଷତି ଘଟାଇଥାଏ। ବିପଦ ଆସିଲେ କୌଣସି ଦିଗରୁ ସମର୍ଥନ ହାସଲ କରିବା କଷ୍ଟକର। ଖବର ଆସିଛି ଯେ, ଟ୍ରମ୍ପ୍‌ଙ୍କ ଟାରିଫ୍‌ କ୍ରୋଧକୁ ପ୍ରଶମିତ କରିବା ପାଇଁ ରୁଷିଆରୁ କିଣୁଥିବା ତୈଳ ପରିମାଣକୁ ଭାରତ ଏବେ ବିପୁଳ ମାତ୍ରାରେ ହ୍ରାସ କରିଦେଇଛି। ଅର୍ଥାତ୍‌ ରୁଷିଆ ମଧ୍ୟ ଭବିଷ୍ୟତରେ ଭାରତକୁ ସମର୍ଥନ କରିବ ବୋଲି କହିହେବ ନାହିଁ। ‘ବୋର୍ଡ ଅଫ୍‌ ପିସ୍‌’ରେ ଭାରତ ନିଜକୁ ସାମିଲ ନ କଲେ ମଧ୍ୟ ପାକିସ୍ତାନ ତାହା ନିଜ ତରଫରୁ ‘କଶ୍ମୀର’ ପ୍ରସଙ୍ଗକୁ ନିଶ୍ଚୟ ଉଠାଇବ। ଏଠାରେ ମନେପଡ଼େ ଅର୍ଗାନାଇଜେଶନ ଅଫ୍‌ ଇସ୍‌ଲାମିକ୍‌ କୋଅପରେଶନରେ ଜମ୍ମୁ ଓ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଆସୁଛି। ତେଣୁ କୌଣସି ସଙ୍ଗଠନରେ ସଦସ୍ୟ ନ ହେଲେ ଯେ କଶ୍ମୀର ପ୍ରସଙ୍ଗ ଉଠିବ ନାହିଁ ଭାବିବା ଭୁଲ୍‌। ଅନ୍ୟପକ୍ଷରେ ସଙ୍ଗଠନ ଭିତରେ ରହି ନିଜର ଯୁକ୍ତି ଉପସ୍ଥାପନ କରିବା ସହଜ ହୋଇଥାଏ।
କୁହାଯାଉଛି ଟ୍ରମ୍ପ୍‌ ‘ବୋର୍ଡ ଅଫ୍‌ ପିସ୍‌’ର ଅଧ୍ୟକ୍ଷ ହୋଇଥିବାରୁ ସେ ମନଇଚ୍ଛା ନିଷ୍ପତ୍ତି ନେଇପାରନ୍ତି। ସେଠାରେ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ କେବଳ ରବର ଷ୍ଟାମ୍‌ ହେବେ। ଏହି କଥାରୁ ଖିଅଟାଣି ଆଲୋଚନା କଲେ ଜାତିସଂଘର ୫ ସ୍ଥାୟୀ ସଦସ୍ୟଙ୍କ ଭିଟୋ ଆଗରେ ଭାରତର ଅନେକ ଦାବି ନିଷ୍ପ୍ରଭ ହୋଇଯାଉଛି। ଏଭଳି ସ୍ଥିତିରେ ଭାରତ ନୀରବ ଦର୍ଶକ ସାଜିଲେ ତା’ର ସ୍ଥାନ କେଉଁଠି ରହିଯିବ ଜଣାପଡ଼ିବ ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପ୍ରଭାବ, କୋରାପୁଟରେ ପେଟ୍ରୋଲ ଆଗରେ ଗ୍ରାହକଙ୍କ ଲମ୍ବା ଧାଡ଼ି

କୋରାପୁଟ,୧୨ା୩( ଅମିତାଭ ବେହେରା ): ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ପଡିପାରେ ବୋଲି ଆଶଙ୍କାରେ ରହିଛନ୍ତି ଲୋକେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ହର୍ମୁଜର ଅବରୋଧକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ପେଟ୍ରୋଲିୟମ ମନ୍ତ୍ରୀ କହିଲେ – ଭାରତରେ ଅଛି…

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ବିଶ୍ୱ ତୈଳ ଏବଂ ଗ୍ୟାସ ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି।…

ମହୁଲ ଫୁଲ ସଂଗ୍ରହ କରୁଥିବାବେଳେ ଯୁବକଙ୍କୁ ଝୁଣି ପକାଇଲା ଭାଲୁ

ପାଇକମାଳ,୧୨ା୩(ବଡ଼ ଶତପଥୀ): ପାଇକମାଳ ବ୍ଲକ ଅନ୍ତର୍ଗତ ବାଦିକଟା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁବାର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ହେଲେ ପ୍ରବୀଣ ପ୍ରଧାନ…

IPL 2026ର ଟିକେଟ ପାଇଁ କେମିତି ଆଉ କେଉଁଠି କରିବେ ଟିକେଟ ବୁକିଂ, ଜାଣନ୍ତୁ କେବେଠାରୁ ଆରମ୍ଭ ହେଉଛି ବିକ୍ରି

ନୂଆଦିଲ୍ଲୀ,୧୨।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗତ ବୁଧବାର (ମାର୍ଚ୍ଚ ୧୧) ରେ IPL ୨୦୨୬ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୨୮ ମାର୍ଚ୍ଚରୁ ଆରମ୍ଭ ହେଉଥିବା…

୨୭ ବର୍ଷ ବୟସରେ ସାଉଥ ଅଭିନେତାଙ୍କ ପରଲୋକ, ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୨ା୩: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ଆସିଛି । ମାଲାୟଲମ ଅଭିନେତା ହରି ମୁରଲୀଙ୍କ ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମାତ୍ର ଚାରି…

ସହରରେ ୨୫ ଦିନ ପରେ ହୋଇପାରିବ ସିଲିଣ୍ଡର ବୁକିଂ, ତେବେ ଗାଁ ପାଇଁ କ’ଣ ରହିଛି ନିୟମ? ସଂସଦରେ ସରକାର ଦେଲେ ଉତ୍ତର

ନୂଆଦିଲ୍ଲୀ,୧୨।୩: ସଂସଦରେ ଗ୍ୟାସ ସଙ୍କଟ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ କହିଥିଲେ ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ସିଲିଣ୍ଡର ଅଛି ଏବଂ ଭୟଭୀତ ହେବାର…

ଯୁଦ୍ଧ ଭିତରେ ଇରାନକୁ କେତେଥର ଫୋନ କରିଛି ଭାରତ, ବଡ଼ କଥା କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର କୂଟନୈତିକ ଏବଂ ମାନବୀୟ ସ୍ତରରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri