ବଡ଼ ପରଦାରୁ ହଜି ଯାଇଛନ୍ତି ‘ଗଜନୀ’ ନାୟିକା ଆସିନ୍‌

ବମ୍ବେ: ଦିନ ଥିଲା ଦକ୍ଷିଣ ଭାରତୀୟ ସିନେମା ସହ ବଲିଉଡ୍‌ରେ ଅଭିନୟର ଯାଦୁ ଦେଖାଉଥିଲେ ଅଭିନେତ୍ରୀ ଆସିନ୍‌। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ନଜର ଆସୁଥିଲେ ସେ। ହେଲେ ଏବେ ସେ ବଡ଼ ପରଦାରୁ ହଜିଯାଇଛନ୍ତି କହିଲେ ଚଳେ। ବିବାହ ପରଠାରୁ ସେ ସିନେମାଜଗତରୁ ଦୂରେଇ ଯାଇଛନ୍ତି।

୨୦୦୧ରେ ମାଲାୟାଲମ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ଆସିନ। ପରେ ସେ ତାମିଲ, ତେଲୁଗୁ ଭାଷୀୟ ଅନେକ ଫିଲ୍ମରେ କାମ କରି ବାହାବା ସାଉଁଟିଥିଲେ। ୨୦୧୮ରେ ଆମିର ଖାଁଙ୍କ ଫିଲ୍ମ ‘ଗଜିନୀ’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ସେ ସଲମାନଙ୍କ ସହ ‘ରେଡି’ ଫିଲ୍ମରେ କାମ କରିଥିଲେ। ବ୍ୟବସାୟରେ ଏହା ରେକର୍ଡ କରିଥିଲା। ଏହାଛଡ଼ା ଆସିନ ‘ହାଉସଫୁଲ ୨’ ସମେତ ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି।

ଅଭିନୟରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଆସିନ ୨୦୧୬ରେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଉଭୟ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଆସିନ ଏକ ପୋଷ୍ଟ ଶେୟାର କରି ଅଭିନୟଜଗତକୁ ସବୁଦିନ ଲାଗି ଛାଡ଼ି ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେବାକୁ ଚାହୁଁଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ବର୍ଷକ ପରେ ୨୦୧୭ରେ ଆସିନ ଏକ ଝିଅକୁ ଜନ୍ମ ଦେଇଥିଲେ। ତାଙ୍କ ନାଁ ଆରିନ। ଏବେ ଅଭିନେତ୍ରୀ ପରିବାର ସହ ସମୟ ବିତାଉଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଆକ୍ଟିଭ ଅଛନ୍ତି। ପ୍ରାୟତଃ ସେ ସ୍ବାମୀ ଏବଂ ଝିଅଙ୍କ ସହ ଫଟୋ ପୋଷ୍ଟ କରିଥାନ୍ତି। ପ୍ରଶଂସକ ସେସବୁକୁ ବେଶ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମହାଉସରେ ଫସଲ ଅମଳ କଲେ ଭାଇଜାନ୍‌, ଫଟୋ ଭାଇରାଲ

ମୁମ୍ବାଇ : ଆଜିକାଲି ପରିବାର ସଦସ୍ୟ ଏବଂ କଥିତ ପ୍ରେମିକା ଲୁଲିଆ ବନ୍ତୁରଙ୍କ ସହ ନିଜ ଫାର୍ମହାଉସରେ ସମୟ ଅତିବାହିତ କରୁଛନ୍ତି ଭାଇଜାନ୍‌। ଏଠାରେ ତିନୋଟି...

ସାମ୍ନାକୁ ଆସିଲା ଓ୍ବେଡିଂ ଭେନ୍ୟୁ : ଜାଣନ୍ତୁ କେଉଁଠି କରିବେ ବିବାହ

ମୁୁମ୍ବାଇ: ବଲିଉଡରେ ଚର୍ଚ୍ଚିିିିତ ଯୋଡି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ତାଙ୍କ ବିବାହ ସମ୍ପର୍କୀୟ ଖବର ଜାଣିବା...

କାହାକୁ ଡେଟ୍ କରିବାକୁ ଚାହୁଁଛନ୍ତି ହରନାଜ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ମୁକୁଟ ଫେରାଇ ଆଣିଥିବା ହରନାଜ ସାନ୍ଧୁ ଏବେ ସମସ୍ତଙ୍କ ନଜରରେ । ନିକଟରେ ସେ...

ଆତ୍ମହତ୍ୟା କଲେ ଅଭିନେତ୍ରୀ

ତାମିଲ ଅଭିନେତ୍ରୀ ପୌଲିନା ଜେସିକା ଓରଫ ଦୀପା ଆତ୍ମହତ୍ୟା କରିଛନ୍ତି। ତାଙ୍କ ବାସଭବନରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ନୋଟ ମଧ୍ୟ...

ଭୂମିହୀନ କୃଷକଙ୍କୁ ନିଜ ଫାର୍ମ ହାଉସରେ କାମ କରିବାର ସୁଯୋଗ ଦେଲେ ଜୁହି

ମୁମ୍ବାଇ: ପରିବେଶ ପ୍ରେମୀ କଳାକାରଙ୍କ ଭିତରେ ଜଣେ ହେଉଛନ୍ତି ବଲିଉଡ୍‌ ନାୟିକା ଜୁହି ଚାଓ୍ବଲା। ଏବେ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା...

ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର...

ପୁଷ୍ପା ପାଇଁ ପାଗଳ ଜାଡେଜା: ଖାଲି ଲୁକ୍‌ ନୁହେଁ , ଡାଏଲଗ କହି ଭିଡିଓ କଲେ ଶେୟାର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ନୂଆ ଲୁକ୍‌ ପାଇଁ ଲଗାତାର ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କେତେବେଳେ...

ଏହି ପ୍ରସିଦ୍ଧ ଅଭିନେତା କଲେ ଆତ୍ମହତ୍ୟା

ମୁମ୍ବାଇ,୧୬।୨: ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ଏବଂ କେସରୀ ଭଳି ହିଟ ଫିଲ୍ମରେ କାମ କରିଥିବା ଅଭିନେତା ସନ୍ଦୀପ ନାହର ମୁମ୍ବାଇର ଗୋରେଗାଓଁରେ ନିଜ...

Advertisement
Archives

Model This Week