Categories: ଜାତୀୟ

ପିଏମ୍‌- କେୟାର୍ସ ଟଙ୍କା କୁଆଡ଼େ ଗଲା

କୋଲକାତା,୨।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପିଏମ୍‌- କେୟାର୍ସ ପାଣ୍ଠି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଅଡିଟ୍‌ କରାଯାଇ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯିବା ଉଚିତ ବୋଲି ସେ କହିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଥିବାବେଳେ କରୋନାରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଲେଣି। କେନ୍ଦ୍ର ସରକାର ଟିକାକୁ ଅପେକ୍ଷାକରି ରହିଛନ୍ତି। କେନ୍ଦ୍ରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରି କେନ୍ଦ୍ର ସରକାର ଦେଶର ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି।

Share