ନୂଆ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ! କୁଆଡ଼େ ଗାଏବ ହୋଇଗଲେ ପାକିସ୍ତାନ ସେନାମୁଖ୍ୟ

ଇସଲାମାବାଦ,୩୦।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର କିଛି ଦିନ ପରେ ଗାଏବ ହୋଇଯାଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର। ତାଙ୍କ ବିଷୟରେ ଗଣମାଧ୍ୟମରେ ଏକ ଗରମ ଖବର ଆସିଛି ଯେ ବ୍ୟକ୍ତିଗତ ଜେଟ୍‌ ବ୍ୟବହାର କରି ତାଙ୍କ ପରିବାର ଦେଶ ଛାଡି ପଳାଇ ଯାଇଛନ୍ତି। କାରଣ ଗତ କିଛି ଦିନ ଧରି ମୁନିରଙ୍କୁ ଦେଖାଯାଉ ନାହାନ୍ତି। ତେବେ ମୁନିର ହେଉଛନ୍ତି ସେହି ପାକିସ୍ତାନୀ ଜେନେରାଲ ଯାହାଙ୍କ ବିବାଦୀୟ ବୟାନ ପରେ ପହଲଗାମ ଆକ୍ରମଣ ହୋଇଥିଲା। ଏବେ ଅସୀମ ମୁନୀର ହଠାତ ଗାଏବ ହୋଇଯାଇଛନ୍ତି। ଫଳରେ ସେ କେଉଁଠିକୁ ଯାଇଛନ୍ତି ତାହାକୁ ନେଇ ପ୍ରଶବାଚୀ ସୃଷ୍ଟି ହୋଇଛି।

ମୁନିରଙ୍କ ନିଖୋଜ ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଦାବି ସାମ୍ନାକୁ ଆସିଛି, କେତେକ କହୁଛନ୍ତି ଯେ ସେ ଦେଶ ଛାଡି ପଳାଇଛନ୍ତି। ଆଉ କେତେକ କହୁଛନ୍ତି ଯେ ପାକିସ୍ତାନ ସେନା ମୁଖ୍ୟ ନିଖୋଜ ହୋଇଯାଇଛନ୍ତି। ସେହିଭଳି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ରାୱଲପିଣ୍ଡିର ଏକ ବଙ୍କରରେ ଲୁଚିଥିବା ମଧ୍ୟ ରିପୋର୍ଟ ଆସିଛି। ଏହି ରିପୋର୍ଟ ପୂର୍ବରୁ ଚାଲୁଥିବା ଗୁଜବକୁ ଆହୁରି ଇନ୍ଧନ ଯୋଗାଇଛି, ଯାହାକି X ପ୍ଲାଟଫର୍ମରେ #MunirOut ହ୍ୟାସଟ୍ୟାଗ ସହିତ ଟ୍ରେଣ୍ଡ କରୁଛି।

ନିକଟରେ ସେ ଦେଇଥିବା ସାମ୍ପ୍ରତିକ ବିବାଦୀୟ ବୟାନ ସହ ଆତଙ୍କବାଦୀ ଆକ୍ରମଣକୁ ସିଧାସଳଖ ଯୋଡ଼ାଯାଉଛି। ହେଲେ ସେ ଏବେ କୌଣସି ବୟାନ କିମ୍ବା ଅନ୍ୟ କୌଣସି ସ୍ଥାନରେ ଦେଖାଯାଉନାହାନ୍ତି। ଏହାକୁ ନେଇ ଉତ୍ତେଜନା ମଧ୍ୟରେ ମୁନୀରଙ୍କ ଅନୁପସ୍ଥିତିକୁ ମଧ୍ୟ ପାକିସ୍ତାନର ଏକ ଚାଲ୍‌ କିମ୍ବା ରଣନୀତି ବୋଲି ବିବେଚନା କରାଯାଇପାରେ। ତେବେ ଏଭଳି ଭାବେ ଭାରତକୁ ଚିନ୍ତାରେ ପକାଇ ଲୁଚାରେ ଦେଶ ପ୍ରସ୍ତୁତି କରୁଥାଇପାରେ। ପାକିସ୍ତାନରୁ ଆସୁଥିବା ବୟାନଗୁଡ଼ିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଗୋଟିଏ ପଟେ ଏହାର ମନ୍ତ୍ରୀମାନେ ନିରନ୍ତର ଉତ୍ତେଜନାମୂଳକ ବୟାନ ଦେଉଛନ୍ତି, ଅନ୍ୟପଟେ ଏହା ଭାରତଠାରୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଏଡାଇବା ପାଇଁ ଜାତିସଂଘ ସମେତ ବଡ଼ ବଡ଼ ଦେଶଗୁଡ଼ିକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି କରୁଛି।

କହି ରଖୁଛୁ, ପ୍ରବାସୀ ପାକିସ୍ତାନୀ ସମ୍ମିଳନୀରେ ଭାଷଣ ଦେବା ସମୟରେ ଅସୀମ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ବିଷ ଓଗାଳିଥିଲେ। ସେ କହିଥିଲେ, ’ପାକିସ୍ତାନର ଭବିଷ୍ୟତ ପୀଢ଼ିକୁ କହିବାକୁ ପଡିବ ଯେ ହିନ୍ଦୁ ଏବଂ ମୁସଲମାନ ଭିନ୍ନ।’ ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ। ଉଭୟଙ୍କ ଖାଦ୍ୟପେୟ, ଜୀବନଶୈଳୀ, ଧାର୍ମିକ ରୀତି ଭିନ୍ନ। ଏହି କାରଣରୁ ଦୁଇ-ରାଷ୍ଟ୍ର ତତ୍ତ୍ୱ ଅସ୍ତିତ୍ୱ ପାଇଲା। ସେ କହିଥିଲେ ଯେ କାଶ୍ମୀର ହେଉଛି ପାକିସ୍ତାନର ବେକର ଶିରା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ ପାକିସ୍ତାନ ଏକ ବଡ଼ ଆକ୍ରମଣ ଯୋଜନା କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri