Posted inଜାତୀୟ

ଯେଉଁଠି ଭାଜପା ଦୁର୍ବଳ ସେଠାରେ ଇଡ଼ିକୁ କରାଯାଉଛି ବ୍ୟବହାର…

ନୂଆଦିଲ୍ଲୀ,୪।୨ : ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ହଟାଇବା ପାଇଁ ଭାଜପା ଘୋଡ଼ାବେପାର କରି ଏଏପି ବିଧାୟକଙ୍କୁ ହାତେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରର ଅରବିନ୍ଦ କେଜରିୱାଲ ଏବଂ ଆତିଶୀ ମାର୍ଲେନା ଅଡୁଆରେ ପଡ଼ିଛନ୍ତି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏଏପି ନେତାମାନଙ୍କୁ ସେମାନଙ୍କ ଦାବିର ପ୍ରମାଣ ଦେବାକୁ କହିଛନ୍ତି। ତେବେ ଏହି ସମୟରେ ଲାଲୁପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡିର ସମର୍ଥନ ଏଏପିକୁ ମିଳିଛି।

ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏଏପି ନେତା ଅରବିନ୍ଦ କେଜରିୱାଲ ଏବଂ ଆତିଶୀଙ୍କୁ ଅଭିଯୋଗ ସମ୍ପର୍କରେ ନୋଟିସ ପଠାଇବା ପରେ ଆରଜେଡି ଏମପି ମନୋଜ ଝା ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଁ ଏହାକୁ ନେଇ ବାରମ୍ବାର ଆପତ୍ତି ଉଠାଉଛି। ଏହା ଇଡି ନୁହେଁ, ଏସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଦ୍ୱାରା କରାଯାଉଛି। ଏଭଳି ଗୋଟିଏ ରାଜ୍ୟର ନାମ କହିପାରିବ ନାହିଁ ଯେଉଁଠାରେ ବିରୋଧୀ ଶକ୍ତିଶାଳୀ ଏବଂ ଇଡି, ସିବିଆଇ କିମ୍ବା ଆଇଟି ଦ୍ୱାରା ଚଢ଼ାଉ କରାଯାଇ ନାହିଁ । ଯେଉଁଠାରେ ଭାଜପା ଦୁର୍ବଳ, ସେଠାରେ ଇଡି ଶକ୍ତିଶାଳୀ, ଏବଂ ଏହା ଭାଜପା ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ରବିବାର ଦିନ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ପହଞ୍ଚି ଅଭିଯୋଗ ସମ୍ପର୍କରେ ନୋଟିସ ଜାରି କରିଛି। ତେବେ କ୍ରାଇମବ୍ରାଞ୍ଚ ତାଙ୍କୁ ତାଙ୍କ ବାସଭବନରେ ପାଇ ନ ଥିଲା। ତେବେ ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କୁ ନୋଟିସ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ଅଧ ଘଣ୍ଟା ପରେ କ୍ରାଇମ ବ୍ରାଞ୍ଚ ଦଳ ସେଠାରୁ ଚାଲି ଯାଇଥିଲେ।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଟିମ ପୁଣିଥରେ ଆତିଶୀଙ୍କୁ ନୋଟିସ ପ୍ରଦାନ କରିବାକୁ ଯିବ।

ଏହାର ଗୋଟିଏ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏକ ନୋଟିସ ପ୍ରଦାନ କରି ତାଙ୍କୁ ତିନି ଦିନ ମଧ୍ୟରେ ଜବାବ ଦେବାକୁ କହିଥିଲେ। ଆଜି ରୋହିଣୀରେ ଦୁଇଟି ବିଦ୍ୟାଳୟର ମୂଳଦୁଆ ପକାଇବା ପାଇଁ କେଜରିୱାଲ ଏବଂ ଆତିଶୀଙ୍କର ଏକ କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri