କେଉଁଠି ଓ କେମିତି ରଖିବେ ପୂଜା ସାମଗ୍ରୀ

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି…

* ଜଳନ୍ତା ଦୀପକୁ କେବେବି ଖାଲିରେ ତଳେ ଥୋଇବା ଠିକ୍‌ ନୁହେଁ। ଅଳ୍ପ କିଛି ଅରୁଆ ଚାଉଳ ରଖି ତା’ଉପରେ ଦୀପ ଥୋଇପାରିବେ କିମ୍ବା ଦୀପଷ୍ଟାଣ୍ଡ ଉପରେ ରଖି ଦୀପକୁ ଜଳାଇପାରିବେ।

* ଶାଳଗ୍ରାମଙ୍କୁ ମଧ୍ୟ ଖାଲିରେ ତଳେ ନ ରଖି ସର୍ବଦା ସଫା ରେଶମୀ କପଡ଼ା ଉପରେ ରଖିବା ଦରକାର।

* ପୂଜା ଘରେ କୌଣସି ମଣି କିମ୍ବା ରତ୍ନ ପଥରକୁ ରଖିବାକୁ ଚାହୁଁଥିଲେ, ତାହାକୁ ମଧ୍ୟ ସଫା କପଡ଼ା ଉପରେ ରଖିବା ଆବଶ୍ୟକ।

* ଦେବୀଦେବଙ୍କ ମୂର୍ତ୍ତିକୁ ସର୍ବଦା କାଠ କିମ୍ବା ପିତଳର ଖଟୁଲି ହେଉ କିମ୍ବା କୌଣସି ଆସ୍ଥାନ ଉପରେ ନାଲି ରଙ୍ଗର ସଫା କପଡ଼ା ପକାଇ ତା’ଉପରେ ରଖିବା ଉତ୍ତମ ହୋଇଥାଏ।

* କେବଳ ମୂର୍ତ୍ତି ନୁହେଁ, ଦେବୀଦେବଙ୍କର ବସ୍ତ୍ର ଓ ଆଭୂଷଣକୁ ମଧ୍ୟ ଚଟାଣ ଉପରେ ସେମିତି ଥୋଇବା ଠିକ୍‌ ନୁହେଁ। ଏହାକୁ ପରିଷ୍କାର ସ୍ଥାନରେ ପଲିଥିନ୍‌ ହେଉ ଅବା କାଗଜରେ ଭଲ ଭାବେ ଗୁଡ଼ାଇକି ରଖିବା ଦରକାର।

* ଶଙ୍ଖକୁ ବି ସର୍ବଦା କାଠ ହେଉ ଅବା ପିତଳର ଶଙ୍ଖ ଷ୍ଟାଣ୍ଡ କିମ୍ବା ସଫା କପଡ଼ା ଉପରେ ରଖିବା ଶୁଭ ହୋଇଥାଏ।

* ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଫୁଲକୁ ବି ତଳେ ନ ରଖି କୌଣସି ପବିତ୍ର ଧାତୁ କିମ୍ବା ସ୍ବଚ୍ଛ ପାତ୍ରରେ ରଖିବା ଦରକାର।

* କଳସକୁ ମଧ୍ୟ ଖାଲି ଚଟାଣରେ ନ ରଖି ପିତଳ ଥାଳି ଉପରେ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

ଭାଲେଣ୍ଟାଇନ୍ସ ଡେ’ରେ ସାଥୀଙ୍କୁ ଦେବାକୁ ଭୁଲନ୍ତୁନି ଏସବୁ , ନହଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଲେଣ୍ଟାଇନ୍ସ ଡେ’ରେ ଏମିତି କିଛି ଉପହାର ସାଥୀକୁ ଦିଅନ୍ତୁ; ଯାହା ତାଙ୍କୁ ଖୁସି ଦେବା ସହ ତାଙ୍କ ଜୀବନରେ ସୁଖ, ସମୃଦ୍ଧି ବି ଆଣିଦେଉଥିବ……

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri