Posted inଜାତୀୟ

ଯେତେବେଳେ ବି ମୁଖ୍ୟମନ୍ତ୍ରୀ ବାଛିବାକୁ ସମୟ ନେଇଛି ଭାଜପା ସାମ୍ନାକୁ ଆସିଛି ସରପ୍ରାଇଜ୍‌ ଚେହେରା

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ୬ ଦିନ ହୋଇ ଗଲାଣି। ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୁହାଯାଉଛି କି ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ହିଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ। ଦିଲ୍ଲୀରୁ ନେଇ ମହାରାଷ୍ଟ୍ର ପର୍ଯ୍ୟନ୍ତ ଅନେକ ନେତାଙ୍କ ନାମ ଏହି ରେସ୍‌ରେ ଯୋଡି ହୋଇଯାଇଛି। ହେଲେ କାହା ନାମରେ ଏବେ ପର୍ଯ୍ୟନ୍ତ ମୋହର ବାଜି ନାହିଁ। ରାଜନୈତିକ ମହଲରେ ଆଲୋଚନା ହେଉଛି କି ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
ଅନ୍ୟପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ବି କହିଛନ୍ତି ଭାଜପା ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ସେ ମାନିନେବେ। ଏହାପରେ ବି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସସପେନ୍ସ ଜାରି ରହିଛି। ହେଲେ ଏହା ପ୍ରଥମ ଥର ନୁହେଁ ଯେ ଭାଜପାକୁ ମୁଖ୍ୟମନ୍ତ୍ରୀ ବାଛିବାକୁ ଏତେ ସମୟ ଲାଗିଛି। ଏହା ପୂର୍ବରୁ ମଧ୍ୟ କିଛି ରାଜ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ନାମ ସ୍ଥିର କରିବାକୁ ସମୟ ନେଇଛି।
ବିଳମ୍ବ ପରେ ଯେଉଁ ନାମ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚମକାଇ ଦେଇଛି। ୨୦୧୪ ପରେ ମୁଖ୍ୟମନ୍ତ୍ରୀ ବାଛିବାକୁ ଯେବେବି ଭାଜପା ସମୟ ନେଇଛି ସେବେ ସରପ୍ରାଇଜ ଚେହେରା ଏଣ୍ଟ୍ରି କରିଛି। ଆଉ ଯେଉଁଠି ଭାଜପାକୁ ମୁଖ୍ୟମନ୍ତ୍ରୀ ବାଛିବାକୁ ସମୟ ଲାଗିନି ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଚର୍ଚ୍ଚାରେ ଥିବା ନାମ ହିଁ ସେହି ଆସନରେ ବସିଛନ୍ତି।
୨୦୨୪ରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିଥିଲା। ହେଲେ ଭାଜପା ନେତୃତ୍ୱରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବାଛିବାକୁ ୮ ଦିନ ସମୟ ଲାଗିଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଭାଜପା କିନ୍ତୁ ଏହି ଆସନରେ ମୋହନ ମାଝୀଙ୍କୁ ବସାଇଥିଲା। ମୋହନ ମାଝୀ ଆଦିବାସୀ ସମ୍ପ୍ରଦାୟର।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁପିଏଲ୍‌ ଏଲିମିନେଟର ମ୍ୟାଚ୍‌ : ପରସ୍ପରକୁ ଭେଟିବେ ଦିଲ୍ଲୀ-ଗୁଜରାଟ

ଭଦୋଦରା,୨ା୨- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ୟୁପି ଓ୍ବାରିଅର୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଜେମିମା…

ଏମିତି ଲୁକ୍‌ ଦେଲେ ସୋନମ, ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଫ୍ୟାଶନ ଆଇକନ ତଥା ଷ୍ଟାଇଲ କୁଇନ ସୋନମ କପୁର ଆଜିକାଲି ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନ…

ହାଇକୋର୍ଟଙ୍କ ବଡ଼ ରାୟ: ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…

କଟକ,୨।୨: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହ ବିଚ୍ଛେଦ ଅଥବା ଛାଡପତ୍ର ହୋଇ ସାରିଥିବା ନିର୍ଭରଶୀଳ ଝିଅଙ୍କୁ ପରିବାର ପେନସନ ମିଳିବ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ…

ଶେଖ ହାସିନାଙ୍କୁ ବଡ଼ ଝଟ୍‌କା: କୋର୍ଟ ଦେଲେ ବଡ଼ ରାୟ

ଢାକା,୨।୨: ବାଂଲାଦେଶର ଏକ କୋର୍ଟ ସରକାରୀ ଗୃହ ପ୍ରକଳ୍ପ ଜମି ଆବଣ୍ଟନରେ ଅନିୟମିତତା ସହିତ ଜଡିତ ଦୁଇଟି ପୃଥକ ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ…

୪ ବର୍ଷ ଧରି ଝିଅକୁ ବଳାତ୍କାର କରୁଥିଲେ ବାପା, ଅଶ୍ଳୀଳ ଭିଡିଓ ଦେଖାଇ…

ଗାନ୍ଧୀନଗର,୨।୨:  ଗୁଜୁରାଟର ରାଜକୋଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୧୯ ବର୍ଷୀୟ ଝିଅକୁ ଚାରି ବର୍ଷ ଧରି ନିଜ ବାପା ବଳାତ୍କାର କରିଥିବା ନେଇ…

ବଜେଟ୍‌କୁ ନିନ୍ଦା କରିବା ପରେ ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ପୂର୍ବରୁ ବିଜେଡି ଥିଲାବେଳେ…

ଭୁବନେଶ୍ୱର,୨।୨: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କାଉଣ୍ଟର କରିଛନ୍ତି। ନବୀନ ବଜେଟ୍‌ ୨୦୨୬କୁ ନିନ୍ଦା କରିବା ପରେ ସୋମବାର ଉପମୁଖ୍ୟମନ୍ତ୍ରୀ ବିରୋଧୀ…

ବଜେଟ ୨୦୨୬ ପରେ ୧୦ ଟଙ୍କାର ସିଗାରେଟ ହେବ କେତେ ମହଙ୍ଗା? ଜାଣନ୍ତୁ ସିଗାରେଟ ମୂଲ୍ୟ କେତେ ବଢିବ

ନୂଆଦିଲ୍ଲୀ,୨।୨: ଯଦି ଆପଣ ସିଗାରେଟ ପିଉଛନ୍ତି, ତେବେ ପ୍ୟାକେଜିଂରେ ଥିବା ଚେତାବନୀ କେବଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ନୁହେଁ, ବରଂ ବର୍ତ୍ତମାନ ଏହା ସିଧାସଳଖ ଆପଣଙ୍କ ପକେଟକୁ ପ୍ରଭାବିତ…

ବଡ଼ ଧରଣର ଚଢାଉ: ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଗୋ ମାଫିଆ

ରାଉରକେଲା,୨।୨: ରାଉରକେଲା ପୋଲିସ ସୋମବାର ବିଶ୍ରା ଥାନା ଗୁଡଗୁଡ ଜୋର ଅଞ୍ଚଳରେ ଏକ ବଡ଼ ଧରଣର ଚଢାଉ କରିଛି। ପୋଲିସ ଏକ ଗୋମାଫିଆଙ୍କ ଭଡା ଘରେ ଚଢାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri