ଭୋଟ ମାଗିବାକୁ ଗାଁ ଆସିଲେ ମିଳିବ ଠେଙ୍ଗାମାଡ଼: ଭାଜପା ବିଧାୟକଙ୍କୁ ଗ୍ରାମବାସୀଙ୍କ ଜବାବ…

ଡେରାଡୁନ୍‌,୨୦।୫: ଉତ୍ତରାଖଣ୍ଡରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାଜପା ବିଧାୟକ ଦେଶରାଜ କର୍ନଓ୍ବାଲଙ୍କୁ ଝବରେଡ଼ା ଗାଁର ଲୋକେ ଛାଟ ଦେଖାଇଛନ୍ତି। ଦେଶରାଜ ଝବରେଡା ଗାଁକୁ ଉପେକ୍ଷା କରିଥିବା ଅଭିଯୋଗ କରି ଗ୍ରାମବାସୀମାନେ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଗାଁକୁ ଭୋଟ ମାଗି ଆସିଲେ ମିଳିବ ଠେଙ୍ଗାମାଡ଼। ଦେଶରାଜ ଝେବରେଡା ଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସିଥିବାବେଳେ ଏଭଳି ଘଟଣା ଘଟିଛି। ଏବେ ଏହାର ୪ ମିନିଟ୍‌ ୮ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share