ପଦବୀ ପୂରଣ ହେବ କେବେ

Dillip Cherian

ରାଇଟ୍‌ ଟୁ ଇନ୍‌ଫରମେଶନ( ଆର୍‌ଟିଆଇ) ଆକ୍ଟ ବା ସୂଚନା ଅଧିକାର ଆଇନ ଲାଗୁ ଲାଗୁ ହେବାର ୧୫ ବର୍ଷ ପରେ ଦେଶରେ ସ୍ବଚ୍ଛତା ଆସିପାରିଛି କି? ଏହା ସମ୍ପୂର୍ଣ୍ଣ ନିରାଶାଜନକ। କେନ୍ଦ୍ର ଓ ରାଜ୍ୟ କିମଶନରେ ୨.୨ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ପଡିରହିଛି। ୨୯ଟି ସୂଚନା କମିଶନ ମଧ୍ୟରୁ ୯ଟି ବିନା ମୁଖିଆରେ ଚାଲିଛି। ଚାରି ଭାଗରୁ ଭାଗେ ସୂଚନା କମିଶନର ପଦ ଖାଲି ପଡିଛି ଏବଂ ଝାଡ଼ଖଣ୍ଡ ଓ ତ୍ରିପୁରାରେ ରାଜ୍ୟ କମିଶନ ସମ୍ପୂର୍ଣ୍ଣ ନିଷ୍କ୍ରୀୟ। ଏଠାରେ ନୂଆ କମିଶନରଙ୍କୁ ନିଯୁକ୍ତ କରାଯାଇନାହିଁ। ଏପରିକି ଆର୍‌ଟିଆଇ ଆକ୍ଟ ଅଧୀନରେ ପିଏମ୍‌ କେୟାର୍ସ ଫଣ୍ଡ୍‌ ଏକ ପବ୍ଲିକ୍‌ ଅଥରିଟି ଭାବେ ଆସୁନଥିବାର ଦର୍ଶାଇ ଏହା ଉପରେ ସେବିଶେଷ ତଥ୍ୟ ପ୍ରକାଶ କରିବାକୁ ମନା କରିଦେଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ( ପିଏମ୍‌ଓ)। କମିଶନରମାନେ ନ ଥିବାରୁ ସୂଚନାକମିଶନଗୁଡ଼ିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିପାରୁନାହାନ୍ତି। ଏପରିକି ସେଣ୍ଟ୍ରାଲ ଇନ୍‌ଫରମେଶନ କମିଶନ( ସିଆଇସି) ବା କେନ୍ଦ୍ରୀୟ ସୂଚନା କମିଶନରେ ଚଳିତ ଅଗଷ୍ଟରୁ ମୁଖ୍ୟ ନାହାନ୍ତି। ବିମଳ ଜୁଲକା ବହୁ କଷ୍ଟରେ ୬ ମାସ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ ଏବଂ ଆଇନ ନିର୍ଦ୍ଧାରିତ ବୟସ ସୀମା ଛୁଇଁବା ପରେ ପଦ ଛାଡିଦେଇଥିଲେ। କୋଭିଡ୍‌ ମହାମାରୀ ସମୟରେ୨୮ଟି କମିଶନ ମଧ୍ୟରୁ କେବଳ ୧୦ ଟି କାର୍ଯ୍ୟ କରି ଖୁବ୍‌ କମ୍‌ ଆବେଦନର ଶୁଣାଣି କଲେ। ଦେଶରେ ସ୍ବଚ୍ଛତା ଆଣିବା ଲାଗି ଲାଗୁ କରାଯାଇଥିବା ଏହି ନିୟମ କେବଳ ପ୍ରଭାବିତ ହୋଇନି, ବରଂ ଅନ୍ୟ କେତେକ ପ୍ରମୁଖ ସଂଗଠନଗୁଡ଼ିକରେ ମଧ୍ୟ ପଦ ଖାଲି ରହିଛି। ପବ୍ଲିକ୍‌ ଏଣ୍ଟରପ୍ରାଇଜେସ୍‌ ସିଲେକ୍‌ସନ ବୋର୍ଡ( ପିଏସ୍‌ଇବି)ର ମୁଖ୍ୟ ପଦ ପୂର୍ବତନ ଅର୍ଥ ସଚିବ ରାଜୀବ କୁମାର ଅଗଷ୍ଟ ଶେଷରେ ଛାଡିବା ପରେ ମାସକରୁ ଅଧିକ ସମୟ ହେବ ଏହା ଖାଲି ରହିଥିବା ଜଣାପଡିଛି। ଅଶୋକ ଲାଭାସାଙ୍କ ଜାଗାରେ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଏହିପରି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲର ୭ ମାସରୁ ଊର୍ଦ୍ଧ୍ୱ ହେବ କେହି ମୁଖିଆ ନାହାନ୍ତିି। ଆହୁରି ଏମିତି ଅନେକ ପଦ ବି ଖାଲି ରହିଛି। ୬ଟି ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରେ ବି ନିୟମିତ ସଚିବ ପଦ ପୂରଣ ହୋଇନାହିଁ। ବିଭିନ୍ନ ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ୟୁନିଟ୍‌ଗୁଡ଼ିକରେ ମଧ୍ୟ ସଂଖ୍ୟାଧିକ ବୋର୍ଡ ଲେଭଲ ପଦବୀ ଫାଙ୍କା ପଡିଛି। ଏହା କେବେ ପୂରଣ ହେବ ତା’ର କୌଣସି ସୂଚନା ମଧ୍ୟ ମିଳୁନାହିଁ।
ଆଦୌ ନ ହେବା ଅପେକ୍ଷା ଡେରିରେ ହେବା ଭଲ
ଅଧିକାରୀମାନଙ୍କର କାର୍ଯ୍ୟଧାରା ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ କାର୍ଯ୍ୟ ଦକ୍ଷତାର ମୂଲ୍ୟାଙ୍କନ କରି ନିଯୁକ୍ତି ପାଇର୍ଁ ମନୋନୟନ କରିବାର ପଦ୍ଧତି (୩୬୦ ଡିଗ୍ରୀ ମେଥଡ୍‌ ଅଫ୍‌ ଏମ୍ପ୍ୟାନେଲମେଣ୍ଟ)ମୋଦି ସରକାରଙ୍କର ଏକ ପ୍ରମୁଖ ପ୍ରଶାସନିକ ସଂସ୍କାର। ତେବେ ଏଥିରେ ସବୁ ଅଧିକାରୀ ଖୁସି ନାହାନ୍ତି। ଏହି ପଦ୍ଧତି ଅନେକଙ୍କ କ୍ୟାରିୟରରେ କ୍ଷତି ପହଞ୍ଚାଇ ଆସୁଛି ବୋଲି ଜଣାପଡିଛି। ୟୁଟି କ୍ୟାଡର ଆଇଏଏସ୍‌ ଅଫିସର ଜି. ନରେନ୍ଦ୍ର କୁମାରଙ୍କ କେସ୍‌କୁ ଅନେକ ସମୟରେ ୩୬୦ ଡିଗ୍ରୀ କମିଟିଗୁଡ଼ିକର ସୁପାରିସରଏକ ଦୃଷ୍ଟାନ୍ତ ଭାବେ ଉପସ୍ଥାପନ କରାଯାଉଛି। ୨୦୧୭ ସେପ୍ଟମ୍ବରରେ କୁମାର ପୁଡୁଚେରୀରେ ଅବସ୍ଥାପିତ ହେବା ପରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ଘରୋଇ ମେଡିକାଲ କଲେଜଗୁଡ଼ିକରେ ନାମଲେଖାରେ ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଯଦିଓ ଏହି ଅଭିଯୋଗ ପରେ ଭିତ୍ତିହୀନ ଜଣାପଡ଼ିଲା, କିନ୍ତୁ କୁମାରଙ୍କ କ୍ୟାରିୟର ସେତେବେଳକୁ ନଷ୍ଟ ହୋଇଯାଇଥିଲା। କେବଳ ଗତ ମାସରେ ଜାରି କରାଯାଇଥିବା ରିଭ୍ୟୁ ଏମ୍ପ୍ୟାନେଲମେଣ୍ଟ (ଦକ୍ଷତା ଅନୁସାରେ ମନୋନୟନ) ଅର୍ଡରରେ ତାଙ୍କ ନାମ ସ୍ଥାନ ପାଇଛି। ତାଙ୍କ ବିରୋଧରେ କେସ୍‌ ରହିଥିତ୍ବାରୁ ସେ ୨୦୧୮ର ଏମ୍ପ୍ୟାନେଲମେଣ୍ଟ ପାଇଁ ସୁଯୋଗ ହରାଇଥିଲେ। କୁମାର ସବୁଠୁ ଭଲ ଅଧିକାରୀ ବୋଲି ସବୁ ବାବୁମାନେ ମାନୁଛନ୍ତି କିନ୍ତୁ ସେ ପ୍ରଶାସନିକ ନେଟଓ୍ବାର୍କର ଶିକାର ହେଲେ। ପୁଡୁଚେରିର ମୁଖ୍ୟମନ୍ତ୍ରୀ ଓ ଲ୍ୟୁଟନାଣ୍ଟ ଗଭର୍ନରଙ୍କ ରାଜନୈତିକ ଲଢେଇ ମଧ୍ୟରେ ଫସି ଯାଇ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡିଥିଲା। ପର୍ଯ୍ୟବେକ୍ଷକମାନଙ୍କ ମତରେ ସରକାରଙ୍କ ବିଳମ୍ବିତ ପଦକ୍ଷେପ ଏକ ବାର୍ତ୍ତା ଦେଇଛି କାର୍ଯ୍ୟଧାରାରେ ନିଷ୍ପକ୍ଷତା ପାଇଁ କିଛି ସମୟ ହୁଏତ ବିଳମ୍ବ ହୋଇପାରେ , କିନ୍ତୁ ସବୁ ଦିନ ପାଇଁ ନୁହେଁ।
ନୂଆ ନିଯୁକ୍ତି ନୂଆ ବିଭାଗ
ନିକଟରେ ରିଜର୍ଭବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ସବୁଠୁ ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ.ରାଜେଶ୍ୱର ରାଓଙ୍କୁ ଡେପୁଟି ଗଭର୍ନର ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପରେ ୪ ଡେପୁଟି ଗଭର୍ନରଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଛି। ଏନ.ଏସ୍‌. ବିଶ୍ୱନାଥନଙ୍କ ସ୍ଥାନରେ ରାଓଙ୍କୁ ଅବସ୍ଥାପିତ କରାଯାଇଛି। ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଏହି ପଦ ଛାଡିଛନ୍ତି। ରାଓ ଡିପାର୍ଟମେଣ୍ଟ ଅଫ୍‌ ରେଗୁଲେଶନସ୍‌ ଏବଂ ଡିପାର୍ଟମେଣ୍ଟ ଅଫ କମ୍ୟୁନିକେଶନ,ଏନ୍‌ଫୋର୍ସମେଣ୍ଟ, ଇନିସପେକ୍‌ସନ, ଲିଗାଲ ଏବଂ ରିସ୍କ ମିନିଟରିଂ ବିଭାଗର ବୁଝାଶୁଝା କରିବେ। ଆର୍‌ବିଆଇର ଅନ୍ୟ ତିନି ଡେପୁଟି ଗଭର୍ନର ହେଉଛନ୍ତି ବି.ପି.କାନୁନଗୋ. ଏମ୍‌.କେ.ଜୈନ ଏବଂ ମାଇକେଲ୍‌ ଦେବବ୍ରତ ପାତ୍ର। ପାତ୍ର ମନିଟାରୀ ପଲିସି ଡିପାର୍ଟମେଣ୍ଟ ଦାୟିତ୍ୱରେ ରହିବେ। ଜୈନ ସେଣ୍ଟ୍ରାଲ ସିକ୍ୟୁରିଟି ସେଲ, କର୍ପୋରେଟ ଷ୍ଟ୍ରାଟେଜି ଏବଂ ବଜେଟ ଡିପାର୍ଟମେଣ୍ଟ ଦାୟିତ୍ୱରେ ରହିବେ । କାନୁନ୍‌ଗୋ କୋର୍ଡିନେଶନ, କରେନ୍ସି ମ୍ୟାନେଜମେଣ୍ଟ ଏବଂ ବହିର୍ବ୍ୟାପାର ଇନ୍‌ଭେଷ୍ଟମେଣ୍ଟସ୍‌ ଓ ଅପରେଶନସ ବିଭାଗ ଦେଖାରଖା କରିବେ। ଚଳିତ ବର୍ଷ ଏପ୍ରିଲ୍‌ରେ ସରକାର କାନୁନ୍‌ଗୋଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇ ଦେଇଛନ୍ତି। ଆର୍‌ବିଆଇର ଡେପୁଟି ଗଭର୍ନରମାନଙ୍କୁ ପ୍ରଥମେ ତିନି ବର୍ଷ ପାଇ ନିଯୁକ୍ତି ଦିଆଯାଏ ଏବଂ ପରେ ସେଥିରେ ପୁନଃ ନିଯୁକ୍ତି ବି ଦିଆଯାଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri