କେବେ ମିଳିବ ମୃତଦେହ, ଚାହିଁ ବସିଛନ୍ତି ଦାବିଦାର

ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିହ୍ନଟ ଲାଗି ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିଲା। ଏଥିମଧ୍ୟରୁ ୧୨୩ଟି ମୃତଦେହକୁ ଏମ୍‌ସରେ ରଖାଯାଇଥିଲା। ତେବେ ୬ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରୁ ୩୯ଟି ମୃତଦେହ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ମିଶାଇ ଏବେ ଏମ୍‌ସରେ ମୋଟ ୧୬୨ ମୃତଦେହ ଥିବାବେଳେ ବୁଧବାର ୭୫ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଗୋଟିଏ ଗୋଟିଏ ମୃତଦେହର ଏକାଧିକ ଦାବିଦାର ଥିବାରୁ ଡିଏନ୍‌ଏ ଟେଷ୍ଟ୍‌ର ବ୍ୟବସ୍ଥା କରାଯାଇଛି। ନମୁନା ସଂଗ୍ରହ, ପ୍ରେରଣ ଓ ଡିଏନ୍‌ଏ ଟେଷ୍ଟ୍‌, ଏସବୁ ସମୟସାପେକ୍ଷ ହୋଇଥିବାରୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଦାବିଦାରଙ୍କୁ ଅପେକ୍ଷା କରିବାକୁ କୁହାଯାଇଛି। ରାଜ୍ୟ ତଥା ବାହାର ରାଜ୍ୟରୁ ମୃତକଙ୍କ ପରିବାର ଲୋକେ ଆସିଥିବାରୁ ସେମାନେ ଏବେ ଏମ୍‌ସରେ ପଡି ରହିଛନ୍ତି। ମନସ୍ତାପ ଭିତରେ ଖାଇବା ଓ ରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ଦିନରେ ଟାଣ ଖରା ସାଙ୍ଗକୁ ରାତିରେ ପ୍ରବଳ ଗରମରେ ଦହଗଞ୍ଜ ହେଉଛନ୍ତି। ନା ଅଛି ପେଟରେ ଭୋକର ଜ୍ୱଳା ନା ଅଛି ଝଡ ବର୍ଷାର ଡର। ଏସବୁକୁ ଖାତିର ନ କରି ଏମ୍‌ସର ହେଲ୍ପଡେସ୍କ ବାରଣ୍ଡାରେ ନିଜ ଆତ୍ମୀୟ ବ୍ୟକ୍ତିଙ୍କ ମୃତ ଶରୀରକୁ ଚାହିଁ ରହିଛନ୍ତି। କେମିତି ନିଜ ସମ୍ପର୍କୀୟଙ୍କ ମୃତ ଶରୀର ନେଇ ନିଜ ଗନ୍ତବ୍ୟସ୍ଥଳକୁ ଯିବେ ତାହା ଭାବି ଭାବି ଦିନ କାଟୁଛନ୍ତି। ସମସ୍ତଙ୍କ ମୁହଁରେ ଏକା ପ୍ରଶ୍ନ କେବେ ମିଳିବ ଆମ ଲୋକଙ୍କ ମୃତଦେହ?
ସେପଟେ ଏମ୍‌ସ ଭୁବନେଶ୍ୱରରେ ଡିଏନ୍‌ଏ ଟେଷ୍ଟର ସାମ୍ପଲ ଗ୍ରହଣ କରାଯାଉଥିଲେ ମଧ୍ୟ ବ୍ୟାପକ ସୁବିଧା ନ ଥିବାରୁ ଟେଷ୍ଟିଂ ଲାଗି ଦିଲ୍ଲୀସ୍ଥିତ ଏମ୍‌ସକୁ ପଠାଯାଉଛି। ଏମ୍‌ସ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଟେଷ୍ଟିଂ ଲାଗି ପାଖାପାଖି ୭ରୁ ୮ ଦିନ ଲାଗିବ। ଅନ୍ୟପଟେ ବୁଧବାର ଦିନ ୪୫ରୁ ଊର୍ଦ୍ଧ୍ୱ ଡିଏନ୍‌ଏ ନମୁନା ଗ୍ରହଣ କରାଯାଇଥିବାବେଳେ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ନମୁନାକୁ ଟେଷ୍ଟିଂ ନିମନ୍ତେ ଦିଲ୍ଲୀ ପଠାଯାଇଛି। ମୃତକଙ୍କ ପରିବାର ଲୋକଙ୍କ କଷ୍ଟକୁ ହୃଦୟଙ୍ଗମ କରି ଗୋଟିଏ ଦିନ ଭିତରେ ନମୁନାର ପରୀକ୍ଷଣ କରି ରିପୋର୍ଟ ପଠାଇବାକୁ ଅନୁରୋଧ କରିଛନ୍ତି ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri