ବିଏସ୍‌ଏନ୍‌ଏଲ୍‌ ପୁନରୁଦ୍ଧାର ପାଇଁ ୮୯,୦୪୭ କୋଟି ମଞ୍ଜୁର

ନୂଆଦିଲ୍ଲୀ,୮।୬: ଦେଶର ଏକମାତ୍ର ସରକାରୀ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ୍‌କୁ ପୁନରୁଦ୍ଧାର କରିବା ସହ ଦେଶବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ପ୍ରୟାସ କରିଛନ୍ତି। ଏପରିକି ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ରଣନୀତିର ଅଂଶ ବିଶେଷ ସ୍ବରୂପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକ୍ରମେ ବିଏସ୍‌ଏନ୍‌ଏଲ୍‌ ପାଇଁ ମୋଟ୍‌ ୮୯,୦୪୭ କୋଟି ଟଙ୍କାର ବ୍ୟୟବରାଦ ସହ ୩ୟ ପୁନରୁଦ୍ଧାର ପ୍ୟାକେଜକୁ ମଞ୍ଜୁର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଏସ୍‌ଏନ୍‌ଏଲ୍‌ ସମ୍ପର୍କରେ ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ ସହ ଅନ୍ୟାନ୍ୟ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିବା ଟେଲିକମ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ବିଏସ୍‌ଏନ୍‌ଏଲ୍‌ର ପୁନରୁଦ୍ଧାର ପାଇଁ ସରକାର ମୋଟ୍‌ ୮୯,୦୪୭ କୋଟି ଟଙ୍କାର ବ୍ୟୟବରାଦ ସହିତ ତୃତୀୟ ପୁନରୁଦ୍ଧାର ପ୍ୟାକେଜକୁ ମଞ୍ଜୁର କରିଥିବା ଜଣାପଡିଛି। ଏପରିକି ଇକ୍ୟୁଟି ବିନିଯୋଗ ଜରିଆରେ ବିଏସ୍‌ଏନ୍‌ଏଲ୍‌ ପାଇଁ ୪ଜି ଓ ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ମଧ୍ୟ ସାମିଲ ରହିଛି। ବିଶେଷକରି ବିଏସ୍‌ଏନ୍‌ଏଲ୍‌ର ଅଧିକୃତ ପୁଞ୍ଜି ପରିମାଣ ୧.୫ ଲକ୍ଷ କୋଟି ଟଙ୍କାରୁ ୨.୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଫଳରେ ଏହି ପୁନରୁଦ୍ଧାର ପ୍ୟାକେଜ ଅନ୍ତର୍ଗତ ବିଏସ୍‌ଏନ୍‌ଏଲ୍‌ ଏକ ସ୍ଥିର ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବେ ବିକଶିତ ହେବ ଏବଂ ଭାରତର ଉପାନ୍ତ ଅଞ୍ଚଳରେ ଟେଲିଫୋନ୍‌ ସେବା ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିବ ବୋଲି ବୈଠକରେ କୁହାଯାଇଛି। ଅପରପକ୍ଷରେ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ପୁନରୁଦ୍ଧାର ଯୋଗୁ ଅନେକ କିଛି ପରିବର୍ତ୍ତନ ହୋଇଛି। ୨୦୧୯ ରେ ସରକାର ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ପାଇଁ ପ୍ରଥମ ପୁନରୁଦ୍ଧାର ପ୍ୟାକେଜ ସମ୍ପର୍କରେ ଘୋଷଣା କରିଥିଲେ। ପୁନରୁଦ୍ଧାର ପ୍ୟାକେଜ ଅନୁମୋଦନ ସହ ୬୯,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ରେ ସ୍ଥିରତାରେ ବ୍ୟାପକ ସହାୟତା ଆଣିଥିଲା। ସେହିପରି ୨୦୨୨ରେ ସରକାର ବିଏସ୍‌ଏନ୍‌ଏଲ୍‌ ୍‌ଓ ଏମ୍‌ଟିଏନ୍‌ଏଲ୍‌ ପାଇଁ ୨ୟ ପୁନରୁଦ୍ଧାର ପ୍ୟାକେଜକୁ ଅନୁମୋଦନ କରିଥିଲେ। ଉକ୍ତ ପ୍ୟାକେଜ ଜରିଆରେ କ୍ୟାପେକ୍ସ, ଗ୍ରାମୀଣ ଲ୍ୟାଣ୍ଡଲାଇନ ପାଇଁ କାର୍ଯ୍ୟକାରିତା ଗ୍ୟାପ୍‌ ପାଣ୍ଠି ଯୋଗାଣ, ବାଲାନ୍ସଶିଟ୍‌କୁ ଚାପମୁକ୍ତ କରିବା ଲାଗି ଆର୍ଥିକ ସହାୟତା ଏବଂ ଏଜିଆର୍‌ ବକେୟା ପରିଶୋଧ, ବିବିଏନ୍‌ଏଲ୍‌ ସହିତ ବିଏସ୍‌ଏନ୍‌ଏଲ୍‌ର ମିଶ୍ରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା। ସେହିପରି ବିଶ୍ୱରେ କମ୍‌ ସଂଖ୍ୟକ ଏଣ୍ଡ ଟୁ ଏଣ୍ଡ ପ୍ରଯୁକ୍ତି ସେବା ପ୍ରଦାନକାରୀଙ୍କୁ ନେଇ ଦୂରସଞ୍ଚାର ପ୍ରଯୁକ୍ତି ଏକ ରଣନୀତିକ ପ୍ରଯୁକ୍ତି ଭାବେ କାର୍ଯ୍ୟ କରିଥାଏ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଅନ୍ତର୍ଗତ ଭାରତର ନିଜସ୍ବ ୪ଜି ଓ ୫ଜି ପ୍ରଯୁକ୍ତି ସଫଳତା ପୂର୍ବକ ବିକଶିତ କରାଯାଇଛି। ଏହାର ମୁତୟନ ମଧ୍ୟ ନିକଟରେ ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?