କେବେ ବିବାହ କରିବେ ପ୍ରଭାସ, ନିଜେ ଦେଲେ ଉତ୍ତର

‘ବାହୁବଳୀ’ ଫେମ୍‌ ପ୍ରଭାସଙ୍କ ଲଭ୍‌ ଲାଇଫ୍‌ ବିଷୟରେ ଜାଣିବାକୁ ତାଙ୍କ ପ୍ରଶଂସକ ବେଶ୍‌ ଆଗ୍ରହୀ। ପ୍ରଭାସ କେବେ ଏବଂ କାହାକୁ ବିବାହ କରିବେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ନିକଟରେ ଏକ ଶୋ’ରେ ପ୍ରଭାସ ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ଖୁବଶୀଘ୍ର ନନ୍ଦାମୁରୀ ବାଲକ୍ରିଷ୍ଣାଙ୍କ ଟକ ଶୋ’ ଅନ୍‌ଷ୍ଟପେବଲ ୨ରେ ନଜର ଆସିବେ। ଏହି ଶୋ’ରେ ନନ୍ଦାମୁରୀ ପ୍ରଭାସଙ୍କୁ କେବେ ବିବାହ କରିବେ ବୋଲି ପଚାରିଥିଲେ। ଜବାବରେ ପ୍ରଭାସ କୁହନ୍ତି, ‘ସଲମାନ ଖାନଙ୍କ ପରେ’। ଏହି ଉତ୍ତର ଦେଇ ସେ ଜୋରରେ ହସିବାକୁ ଲାଗିଲେ।
ଟକ ଶୋ’ ଅନ୍‌ଷ୍ଟପେବଲ ୨ର ଏକ ପ୍ରୋମୋ ରିଲିଜ ହୋଇଛି, ଯେଉଁଥିରେ ପ୍ରଭାସ ତାଙ୍କ ବିବାହ ପ୍ରଶ୍ନର ଉତ୍ତର ଦେଉଥିବାର ନଜର ଆସିଛନ୍ତି।
ଏବେ ପ୍ରଭାସ ‘ଆଦିପୁରୁଷ’ ଫିଲ୍ମରେ ପ୍ରଭାସ କ୍ରିତି ସାନନଙ୍କ ସହ ସ୍କ୍ରିନ ଶେୟାର କରୁଛନ୍ତି। କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ପ୍ରଭାସ ଏବଂ କ୍ରିତି ପରସ୍ପରକୁ ଡେଟ କରୁଛନ୍ତି। କିନ୍ତୁ କ୍ରିତି ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହାକୁ ମିଛ ବୋଲି କହିଥିଲେ।
ଆସନ୍ତା ବର୍ଷ ପ୍ରଭାସ ଏବଂ କ୍ରିତିଙ୍କ ‘ ‘ଆଦିପୁରୁଷ’ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ଉଭୟଙ୍କ ବ୍ୟତୀତ ଥିରେ ସୈଫ ଅଲି ଖାନ, ସନ୍ନି ସିଂଙ୍କ ଭଳି ଷ୍ଟାରଙ୍କ ସହ ଦେଖିବାକୁ ମିଳିବ।

Share