କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ ଆସୁଛି। ହେଲେ ଦୀର୍ଘ ୨୬ବର୍ଷ ଧରି ଜାତୀୟ କଂଗ୍ରେସ କେବଳ ସଂଘର୍ଷ କରି ଚାଲିଛି, ମାତ୍ର ସଫଳତାର ସ୍ବାଦ ପାଇପାରୁ ନାହିଁ। କଂଗ୍ରେସ ଶାସନରେ ୧୯୮୪ରେ ହୋଇଥିବା ଛବିରାଣୀ ହତ୍ୟାକାଣ୍ଡ ଓ ପରେ ୧୯୯୯ ଜାନୁଆରୀ ୯ରେ ହୋଇଥିବା ଅଞ୍ଜନା ମିଶ୍ର ଗଣବଳାତ୍କାରର କଳଙ୍କ ପାଇଁ ଦଳ ଆଗକୁ ବଢ଼ି ପାରୁନାହିଁ। କଂଗ୍ରେସ ଶାସନର ସେହି କଳଙ୍କିତ ଇତିହାସ ପାଇଁ ଦଳର ନେତା ଓ କର୍ମୀଙ୍କ ମନୋବଳ ଦିନକୁ ଦିନ କ୍ଷୀଣ ହୋଇଯାଉଛି। ହେଲେ କଂଗ୍ରେସକୁ ଭଲ ପାଉଥିବା ଲୋକେ ଏବେ ବି ରାଜ୍ୟରେ କିଭଳି ଦଳ କ୍ଷମତାକୁ ଫେରିବ ସେନେଇ ସ୍ବପ୍ନ ଦେଖୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ନୀତି ଓ ଆଦର୍ଶକୁ ନେଇ ଆଗକୁ ଯିବା ପରିବର୍ତ୍ତେ ସେଇ କଳଙ୍କିତ ଇତିହାସକୁ ମୁଣ୍ଡାଇ ବର୍ଷସାରା ବୁଲିବାକୁ ବାହାରିଛି। ଏହା ସମସ୍ତ କଂଗ୍ରେସପ୍ରେମୀଙ୍କୁ ହତୋତ୍ସାହ କରୁଛି।
ସେହିପରି ଦଳ ଭିତରେ ସବୁବେଳେ ଶୃଙ୍ଖଳାର ପାଠପଢ଼ା ଯାଉଛି। ହେଲେ ଦଳର ଛାମୁଆ ନେତାମାନେ ସମୟେ ସମୟେ ଏମିତି କନ୍ଦଳ କାଢ଼ି ଦେଉଛନ୍ତି ଯେ, ପରବର୍ତ୍ତୀ ସମୟରେ ଦଳ ଉପରକୁ ଉଠିବା ପାଇଁ ରାହା ପାଉନାହିଁ; ଯେଉଁଥିପାଇଁ ନିକଟରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ବିଦା କରିବା ପର୍ଯ୍ୟନ୍ତ କଥା ଯାଇଛି। ମୋକିମଙ୍କ ବହିଷ୍କାର ରାଜ୍ୟ କଂଗ୍ରେସରେ ସୁଧାର ଆଣିବ ନା ଦଳକୁ ରସାତଳକୁ ନେଇଯିବ, ତାହା ସମୟ କହିବ। ହେଲେ ଭକ୍ତଙ୍କ କଠୋର ଆଭିମୁଖ୍ୟକୁ ନେଇ ଦଳରେ ଏବେ ବି ଗୁଞ୍ଜରଣ ଲାଗି ରହିଛି।
ଇତିମଧ୍ୟରେ ରାଜ୍ୟ କଂଗ୍ରେସର ମଙ୍ଗ ବହୁ ବରିଷ୍ଠ ନେତାମାନେ ଧରିଛନ୍ତି, ହେଲେ ଯଥା ପୂର୍ବଂ ତଥା ପରମ୍‌ ନ୍ୟାୟରେ କଂଗ୍ରେସର ଗତି ମନ୍ଥର ରହିଛି। ଓଡ଼ିଶାରେ କଂଗ୍ରେସ କିଭଳି କ୍ଷମତାକୁ ଫେରିବ ତାକୁ ନେଇ ଏଆଇସିସି ପକ୍ଷରୁ ୨୦୨୫ ଫେବୃଆରୀରେ ସଂଗ୍ରାମୀ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଆସନରେ ବସାଗଲା। ଏଠାରେ ମନେପକାଇ ଦିଆଯାଇପାରେ ଯେ, ପୂର୍ବରୁ କେଉଁଭଳି ଭାବେ କଂଗ୍ରେସର ହାଇକମାଣ୍ଡ ଓଡ଼ିଶାକୁ ଏକ ଏକ୍ସପେରିମେଣ୍ଟ ଭାବେ ବ୍ୟବହାର କରୁଥିଲେ। ଦିଲ୍ଲୀରୁ ନିଯୁକ୍ତି ପାଇ ଭୁବନେଶ୍ୱର ମାଟି ଛୁଇଁବା ମାତ୍ରେ ନୂଆ ରାଜ୍ୟ କଂଗ୍ରେସ କମିଟି ସଭାପତିଙ୍କୁ ବିରୋଧ ଆରମ୍ଭ କରି ଦିଆଯାଉଥିଲା।

ଗୋଟିଏ ପରିବାରର ବ୍ୟବସାୟିକ ସ୍ବାର୍ଥକୁ ସୁହାଉ ନ ଥିବା ବ୍ୟକ୍ତି କଂଗ୍ରେସର ସଭାପତି ଭାବେ ତିଷ୍ଠିବାର ଅସଫଳ ହେଉଥିଲେ। ଦଳକୁ ବାରମ୍ବାର ବିକ୍ରି କରି ଯେଉଁ ପରିବାର ଲାଭ ଉଠାଉଥିଲା, ତାହାକୁ ଆଜି ଭକ୍ତଙ୍କ ଦ୍ୱାରା ଦମନ କରାଯାଇଛି। ଏହି ପରିସ୍ଥିତିରେ ଭକ୍ତ ଦଳକୁ ଶୃଙ୍ଖଳିତ କରିବା ସହିତ ଆଗକୁ କିଭଳି ବଢ଼ିବ ସେଥିନେଇ ବିଭିନ୍ନ ପ୍ରକାର ରଣକୌଶଳ ପ୍ରୟୋଗ କରି ଚାଲିଛନ୍ତି। ହେଲେ ନିକଟରେ ନୂଆପଡ଼ାରେ ହୋଇଥିବା ଉପନିର୍ବାଚନରେ ଦଳକୁ ସେତେଟା ସଫଳତା ମିଳିପାରିଲା ନାହିଁ। ଯଦିଓ ସଂଖ୍ୟା ଦୃଷ୍ଟିରୁ ନୂଆପଡ଼ାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଲା, ତଥାପି ପୂର୍ବ ନିର୍ବାଚନରେ ଯେତିକି ପରିମାଣର ଭୋଟ ମିଳିଥିଲା ତାହା ବଜାୟ ରଖିପାରିଲା ନାହିଁ। ଏହି ଉପନିର୍ବାଚନ ଭକ୍ତଙ୍କ ପାଇଁ ଅଗ୍ନି ପରୀକ୍ଷା ରହିଥିଲେ ହେଁ ସେ ସଫଳ ହୋଇପାରି ନ ଥିଲେ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାରେ ଓଡ଼ିଶାର ୪ଟି ଆସନ ଖାଲି ହେବାକୁ ଯାଉଛି। ଏ ସମସ୍ତ ଆସନ ଏବେ ବିଜେଡି ଖାତାରେ ରହିଥିବାବେଳେ ଅଙ୍କ ଦୃଷ୍ଟିରୁ ଏସବୁ ଆଉ ପୁନର୍ବାର ବିଜେଡି ଖାତାକୁ ଫେରିବ ନାହିଁ। ରାଜନୀତି ପାଣିପାଗ କହୁଛି ଯେ, ସେଥିରୁ ଭାଜପା ୨ଟି ଏବଂ ବିଜେଡି ଗୋଟିଏ ଆସନ ପାଇବେ। ଅବଶିଷ୍ଟ ଆସନଟି ପାଇଁ ବିଜେଡି-ଭାଜପା ମଧ୍ୟରେ ଅଙ୍କକଷା ଜୋରଦାର ଚାଲିଛି। ନିକଟରେ ବିଜେଡିରୁ ଦୁଇ ବିଧାୟକ ସଦସ୍ୟ ନିଲମ୍ବନ ହେବା ପରେ ଦଳରେ ହଟଚମଟ ଲାଗି ରହିଛି।
ଭାଜପା ଏବଂ ବିଜେଡି ରାଜ୍ୟ ସଭା ଦୌଡ଼ରେ ରହିଥିବାବେଳେ ଏସବୁ ଦୌଡ଼ରେ କଂଗ୍ରେସ ନାହିଁ। ସଂଖ୍ୟା ଦୃଷ୍ଟିରୁ ବହୁ ପଛରେ ରହିଥିବାରୁ କେତେକ ସଦସ୍ୟ କେବଳ କିଣାବିକା ପାଇଁ ସଜବାଜ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହା କଂଗ୍ରେସର ଛବିକୁ ପୁଣିଥରେ ମଳିନ ଯେ ନ କରିବ ତାକୁ ନେଇ ଏବେଠାରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଆଗକୁ ୨୦୨୭ରେ ରହିଛି ପଞ୍ଚାୟତ ନିର୍ବାଚନ। ଯଦି କଂଗ୍ରେସ ଏବେଠାରୁ ଘର ନ ସଜାଡ଼େ ତେବେ ଏହା ପୁନର୍ବାର ଦଳ ପାଇଁ ଘାତକ ସାବ୍ୟସ୍ତ ହେବ। ଯେଉଁ ପାପକୁ ଧୋଇବା ପାଇଁ ଭକ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ଯଦି ସେ ପୁଣି ଥରେ ସେଥିରେ ଘାଣ୍ଟି ହେବେ ଏବଂ କଂଗ୍ରେସର କଳଙ୍କିତ ଅଧ୍ୟାୟକୁ ସାଙ୍ଗରେ ଧରି ବୁଲିବେ ତେବେ ଦଳର କ୍ଷମତା ଆଶା ମଉଳିଯିବ ବୋଲି ବିଶିଷ୍ଟ ରାଜନେତାମାନେ ବିବେଚନା କରୁଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ...

କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା...

ହଠାତ କାହିଁକି ଅବସର ନେଲେ ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ? ନିଜେ କହିଲେ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ସଟଲର୍‌ ଏବଂ ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁ ଗତ ଦୁଇ ବର୍ଷ...

ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ବସିଲେ ଚାଷୀ

ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ):ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଲର୍ସଙ୍କ ମନମାନି ଯୋଗୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ଏହାର ପ୍ରତିବାଦରେ ସୋମବାର...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri