Categories: ଖେଳ

ବିରାଟ ସେନାଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଅହମଦାବାଦ,୧୮।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୧୦ ସିରିଜ ଏବେ ନିର୍ଣ୍ଣାୟକ ମୋଡରେ ଅଛି। ଇଂଲଣ୍ଡ ପ୍ରଥମ ଏବଂ ତୃତୀୟ ମ୍ୟାଚ ଜିତି ସିରିଜ ଜିତିବା ନିକଟତର ହୋଇଛି। ଯଦି ଭାରତ ଚତୁର୍ଥ ମ୍ୟାଚରେ ପରାସ୍ତ ହୁଏ, ତେବେ ଟି-୨୦ ସିରିଜ ହରାଇବ।
କେଉଁଠାରେ ଖେଳାଯିବ
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ। କେବଳ ପ୍ରଥମ ମ୍ୟାଚ ନୁହେଁ ସମଗ୍ର ଟି -୨୦ ସିରିଜ ମଧ୍ୟ ଏଠାରେ ଖେଳାଯିବ। ଶେଷ ଦୁଇଟି ଟେଷ୍ଟ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯାଇଥିଲା।

ମ୍ୟାଚ୍‌ ୭.୩୦ରେ ଆରମ୍ଭ ବିନା ଦର୍ଶକରେ ଆରମ୍ଭ ହେବ।

କେଉଁ ଚ୍ୟାନେଲ ପ୍ରସାରଣ ହେବ?
ଭାରତୀୟ ମାଟିରେ ସମସ୍ତ ମ୍ୟାଚର ପ୍ରସାରଣ ଅଧିକାର ଷ୍ଟାର୍‌ ନେଟୱାର୍କ ପାଇଛି। ତେଣୁ ଏହି ମ୍ୟାଚ ଷ୍ଟାର୍‌ ସ୍ପୋର୍ଟ ୧ HD / SD ଏବଂ ଷ୍ଟାର୍‌ ସ୍ପୋର୍ଟସ ୩ HD / SDରେ ଲାଇଭ ହେବ। ପ୍ରଶଂସକମାନେ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲାଇଭ ଆକ୍ସନ ଉପଭୋଗ କରିପାରିବେ। ଡିଜିଟାଲ ମାଧ୍ୟମରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜ୍‌ନି ହଟଷ୍ଟାରରେ ଦେଖିହେବ।

 

Share