କୋହଲିଙ୍କୁ ଗର୍ବି ଭାବୁଥିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ଲଭଷ୍ଟୋରୀ ସବୁବେଳେ ବେଶ୍‌ ଚର୍ଚ୍ଚାରେ ରହି ଆସିଛି। ତାଙ୍କ ଯୋଡିକୁ ମଧ୍ୟ ସମସ୍ତେ ପସନ୍ଦ କରନ୍ତି। ଏକ ବିଜ୍ଞାପନ ଶୁଟିଂ ସମୟରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ଏହା ପରେ ସେମାନଙ୍କ ମଧ୍ୟରେ ପ୍ରଥମେ ଫ୍ରେଣ୍ଡସିପରୁ ସମ୍ପର୍କ ଆରମ୍ଭ ହୋଇ ପରେ ପ୍ରେମର ରୂପ ନେଇଥିଲା। ୨୦୧୭ ରେ ଉଭୟ ବିବାହ କରିଥିଲେ।
ନିକଟରେ ଏକ ସାକ୍ଷାତକାର ଅନୁଷ୍କା ବିରାଟଙ୍କ ସହ ତାଙ୍କର ପ୍ରଥମ ଦେଖା ବିଷୟରେ କହିଥିଲେ। ସେ କହିଛନ୍ତି ଯେ, ପ୍ରଥମେ ଦେଖାରେ ସେ ବିରାଟଙ୍କୁ ଗର୍ବି ବୋଲି ଭାବି ନେଇଥିଲେ। ଆଉ ତା’ ପରେ ସେ ମଧ୍ୟ ତାଙ୍କୁ ଆଟିଚ୍ୟୁଡ ଦେଖାଇବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଯେବେ ସେ ବିରାଟଙ୍କ ସହ ମିଶିଲେ ବିରାଟ ତାଙ୍କୁ ମଜାଦାର ଏବଂ ବୁଦ୍ଧିମାନ ଲାଗିଥିଲେ। ଆହୁରି ମଧ୍ୟ କହିଛନ୍ତି କି ଆମେ ସାଥିହୋଇ ଏକ ବିଜ୍ଞାପନରେ କାମ କରିଥିଲୁ । ଆଉ ମୁଁ ସବୁବେଳେ ତାଙ୍କଠାରୁ ଉପରେ ରହିବାକୁ ଚେଷ୍ଟା କରୁଥିଲି। ବିରାଟ ପୂର୍ବରୁ ବି ଅନେକ ଆଡ ଶୁଟ୍‌ କରି ସାରିଥିଲେ । ଆଉ ମୋର ପ୍ରଥମ ଆଡ ଶୁଟ୍‌ ଥିଲା।

 

Share