ଶବଦାହ କରିବାକୁ ଯାଇ ପାଲଟିଗଲେ ଶବ

ରୂପସା, ୨୭।୩(ଡି.ଏନ.ଏ.):ଶବଦାହ କରିବାକୁ ଯାଇଥିବା ଜଣେ ଯୁବକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ବ୍ଲକ ରୂପସା ଥାନା ଅଞ୍ଚଳରେ। ମୃତ ଯୁବକ ହେଲେ କସିପଦା ପଞ୍ଚାୟତ ଅଧୀନ ହାତିଆଡ଼ିହା ଗ୍ରାମର ଶ୍ରୀକାନ୍ତ ବେହେରା (୪୮)।
ସେ ଶନିବାର ଅପରାହ୍ନରେ ଗ୍ରାମର ଜଣେ ବୃଦ୍ଧାଙ୍କ ଶବଦାହ କରିବାକୁ ସ୍ଥାନୀୟ ଶ୍ମଶାନକୁ ଯାଇଥିଲେ। ଶବଦାହ ସାରି ମିରିଗିମୁଣ୍ଡି ଗାଁ ନିକଟ ପୋଖରୀରେ ଗାଧୋଇବା ବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ିଯାଇଥିଲେ। ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ରବିବାର ପୂର୍ବାହ୍ନରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ସହ ପୋଲିସ ଓ ରାଜସ୍ବ ନିରୀକ୍ଷକ ପହଞ୍ଚତ୍ ମୃତଦେହ ଜବତ କରିଥିଲେ। ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ମୃତ ଯୁବକଙ୍କ ସ୍ତ୍ରୀ ଓ ୩ପୁଅ ଅଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।