ଜୁଆର ଉଠିଲେ ଘରେ ପଶୁଛି ପାଣି

କେନ୍ଦ୍ରାପଡ଼ା,୧୨ା୫ (ଜଗନ୍ନାଥ ଧଳ)ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରତିବର୍ଷ ଜିଲାସ୍ତରୀୟ ପ୍ରଶାସନିକ କମିଟିର ବୈଠକ ହେଉଛି ା ବୈଠକରେ ଚିରାଚରିତ ଢ଼ଙ୍ଗରେ ବିପର୍ଯ୍ୟୟ ସମୟରେ ଏହାର ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି। ଏଥିରେ ବିପର୍ଯ୍ୟୟ ସମୟରେ ପ୍ରାକ୍‌ ପ୍ରସ୍ତୁତି, ଉଦ୍ଧାର, ଥଇଥାନ, କ୍ଷତିଭରଣା ଆଦି ସମ୍ପର୍କରେ ଆଲୋଚନା ହେଉଛି ା ତେବେ ପ୍ରାକୃତିକ ବିପର୍ଯ୍ୟୟରେ କିପରି କମ କ୍ଷତି ହେବ ସେପରି କୌଣସି ସ୍ବତନ୍ତ୍ର ଯୋଜନା ଆଲୋଚନା ନ ହେବା ବହୁ ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିି କରିଛି ା ପୂର୍ଣ୍ଣିମା ଓ ଅମାବାସ୍ୟାରେ ସମୁଦ୍ରରୁ ଉଠୁଥିବା ଜୁଆର ପାଣି ଘରେ ପଶୁଥିବା ବେଳେ ଜିଲା ପ୍ରଶାସନ ଓ ରାଜନେତା ଏହାକୁ ଅଣହେଳା କରିବା ଆଦୌ ଉଚିତ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି ା
ଏ ସମ୍ପର୍କରେ ଜିଲା ଜନ ଅଧିକାର ମଞ୍ଚ ସଭାପତି ଭୂବନମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, କୃଷକ ନେତା ଗୟାଧର ଧଳ, ଅଧ୍ୟାପକ କ୍ଷିତିଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାକୁ ପ୍ରାକୃତିକ ବିପର୍ଯ୍ୟୟ ଭୟ ସର୍ବଦା ଲାଗିରହୁଛି। ଚଳିତ ମାସରେ ମହାକାଳପଡ଼ା ଲାଞ୍ଜୁଡା ପଞ୍ଚାୟତର ୩୦ ଘରକୁ ସମୁଦ୍ର ଜୁଆର ମାଡି ଯାଇଥିଲା ା ସମାନ୍ୟ ବର୍ଷା ପବନରେ ସମୁଦ୍ର ଉତ୍ତାଳ ରହି ଜିଲାର ୪୮ କି.ମି. ତଟାଞ୍ଚଳକୁ ମାଡିଯାଉଛି ା ତଟକ୍ଷୟ ଏହି ଜିଲାରେ ପ୍ରବଳ ହୋଇଥିଲେ ମଧ୍ୟ ଏହାର ନିରାକରଣ ପାଇଁ ହେନ୍ତାଳ ବଣ ସୃଷ୍ଟି ହୋଇ ପାରୁନାହିଁ ା ସାତଭାୟା ଅଞ୍ଚଳ ସମୁଦ୍ର ଆଁରେ ନଷ୍ଟ ହୋଇଥିବା ବେଳେ ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଲାଞ୍ଜୁଡା ସମେତ ସୁନିତୀ, ବାବର ଆଦି ୫ ପଞ୍ଚାୟତ ସମୁଦ୍ର ଗର୍ଭକୁ ଯିବ ା ଏହି ଜିଲାରେ ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ଜଳପଥ ଅଛି ା ତେବେ ଏହି ଜଳପଥ ପ୍ରତିବର୍ଷ ଜିଲାର ୪୫୭ଟି ଗ୍ରାମକୁ ବନ୍ୟା ବିପତ୍ତି ଆଣୁଛି ା ଉପାନ୍ତ ଅଞ୍ଚଳର ନଦୀ, ନାଳ, ଜୋର ଆଦିରେ ବନ୍ଧବାଡ ନ ଥିବାରୁ ଅଧିକ ପାଣି ଚାଷ ଜମି ଓ ଗ୍ରାମ ମଧ୍ୟକୁ ପଶୁଛି ା ବନ୍ୟା ସମୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧା ମିଳି ପାରୁନାହିଁ ା କେବଳ ବନ୍ଧବାଡ ମରାମତିକୁ ପ୍ରଶାସକ ଓ ରାଜନେତା ଗୁରୁତ୍ୱ ଦେଉଛନ୍ତି ା ଏହାର ସ୍ଥାୟୀ ପ୍ରତିକାର ଅଥବା ନିରାକରଣ ପାଇଁ ସ୍ବତନ୍ତ୍ର ଯୋଜନା ନାହିଁ ା କେନ୍ଦ୍ରାପଡ଼ା ଜିଲାର ୬୪ ଗ୍ରାମକୁ ସୁନାମୀ ପ୍ରବଣ ଚିହ୍ନଟ କରାଯାଇଛି ା ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂଚନା ପାଇଁ ୨୦ଟି ସାଇରନ ଆଲର୍ଟ କେନ୍ଦ୍ର ସ୍ଥାପନ ହୋଇଛି ା ତେବେ ସମସ୍ତ କେନ୍ଦ୍ରରୁ ବିଭିନ୍ନ ସମୟରେ ହୋଇଥିବା ବାତ୍ୟା ସମୟରେ ସାଇରନ ବାଜି ପାରି ନ ଥିଲା ା ସେହିପରି ପର୍ଯ୍ୟାପ୍ତ ଜଳପଥ ସତ୍ତ୍ୱେ ଜିଲାରେ ମରୁଡ଼ି ପରି ପ୍ରାକୃତିକ ବିପଦ ଦେଖା ଦେଉଛି। ତଟାଞ୍ଚଳରେ ଏକ ବୃହତ୍‌ କେନାଲ ମାଧ୍ୟମରେ ନଦୀ ସଂଯୋଗୀକରଣ କରାଯାଇ ଏହାର ନିରାକରଣ ହୋଇପାରନ୍ତା ା ଏବେ ସହରାଞ୍ଚଳ ସହିତ ଗ୍ରାମାଞ୍ଚଳରେ ବଡ଼ବଡ଼ କୋଠା, ମଲ୍‌ ଆଦି ନିର୍ମାଣ ହେଉଛି ା ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତନଖୀ ହେଉନାହିଁ। ଅଂଶୁଘାତ, ସର୍ପାଘାତ ବଢ଼ୁଥିଲେ ମଧ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। କେନ୍ଦ୍ରାପଡ଼ା ଜିଲାରେ ପ୍ରକୃତିର ବରଦାନ ଭାବେ ଜଙ୍ଗଲ ରହିଛି। ମାତ୍ର ପ୍ରତିବର୍ଷ ଏହି ଜଙ୍ଗଲରେ ଅଗ୍ନିକାଣ୍ଡ ଦେଖିବାକୁ ମିଳୁଛି ା ଏହି ଜାତୀୟ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁ ଠାରୁ ଅଧିକ ସଂଖକ ଲୋକ ବେଆଇନ ଭାବେ ବସବାସ କରୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ବନ୍ୟା ପ୍ରତିକାର ପାଇଁ ତଳମୁଣ୍ଡରେ ନଦୀବନ୍ଧ ସୁଦୃଢ଼ କରାଯାଉଛି ା ସୁନାମୀର ପ୍ରଭାବ ହ୍ରାସ ପାଇଁ ତଟାଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ା ଏହାବ୍ୟତୀତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହାର ମୁକାବିଲା କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri