Categories: ଫୁରସତ

ସୂର୍ଯ୍ୟ ଉଦୟ ହେଲେ ବଦଳିଯାଏ ଭାରତର ଏହି ଅଞ୍ଚଳର ପୂରା ଦୃଶ୍ୟ

ଆମ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ସୂର୍ଯ୍ୟ ଉଦୟ ହେବା ମାତ୍ରେ ଏହି ଅଞ୍ଚଳର ଦୃଶ୍ୟ ପୂରା ବଦଳିଯାଏ। ଏମିତି ସ୍ଥାନ ରହିଛି ରାଜସ୍ଥାନର ଚୁରୁରେ। ଏଠାରେ ପାଗକୁ ନେଇ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏଠାରେ ରାତିରେ ତୁଷାରପାତ ହୁଏ। ଫଳରେ ହାଡ଼ଭଙ୍ଗା ଶୀତ ହୁଏ। କୌତୂହଳର ବିଷୟ ହେଉଛି, ଏହି ସହରରେ ସୂର୍ଯ୍ୟ ଉଇଁବା କ୍ଷଣି ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨୦ ଡିଗ୍ରୀ ସେଲସିୟସ ହୋଇଥାଏ।

ରାତିରେ ଶିମ୍‌ଲା ଏବଂ ମନାଲିରେ ପରିଣତ ହୋଇଥିବା ଏହି ସହରରେ ଦିନରେ ଉତ୍ତାପ ଅନୁଭୂତ ହୁଏ। ପାଣିପାଗ କେନ୍ଦ୍ରର ଦାୟିତ୍ୱରେ ଥିବା ରବୀନ୍ଦ୍ର ସିହାଗ କହିଛନ୍ତି, ଏଠାରେ ପାଣିପାଗର ଓଲଟା ହେବାର କାହାଣୀ ନୂଆ ନୁହେଁ ବରଂ ପୁରୁଣା। ପ୍ରାୟତଃ ଏଠାରେ ଶୀତଦିନେ ଏପରି ପାଗ ହୋଇଥାଏ। ଯେଉଁଠାରେ ରାତି ଥଣ୍ଡା ଏବଂ ଦିନ ଗରମ ହୋଇଥାଏ।

ରାଜସ୍ଥାନର ଚୁରୁର ମାଟି ଏପରି ଯେ, ଏହା ଶୀଘ୍ର ଥଣ୍ଡା ହୁଏ ଏବଂ ସୂର୍ଯ୍ୟକିରଣରେ ଉତ୍ତାପ ହୁଏ। ଯେଉଁଥିପାଇଁ ଏଠାରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରାରେ ବିରାଟ ପାର୍ଥକ୍ୟ ରେକର୍ଡ କରାଯାଇଥାଏ।

ଜାନୁୟାରୀ ୫ରେ ସର୍ବାଧିକ ତାପମାତ୍ରା ୧୮.୨ ଡିଗ୍ରୀ ଥିବା ବେଳେ ସର୍ବନିମ୍ନ ମାଇନସ ୧.୫ ଡିଗ୍ରୀ ଥିଲା। ସେହିପରି ୬ରେ ସର୍ବାଧିକ ତାପମାତ୍ରା ମାଇନସ ୧୭.୦ ଡିଗ୍ରୀ, ସର୍ବନିମ୍ନ ୧.୦, ଜାନୁୟାରୀ ୭ରେ ସର୍ବାଧିକ ତାପମାତ୍ରା ୨୦.୨ ଡିଗ୍ରୀ ଏବଂ ସର୍ବନିମ୍ନ ମାଇନସ ୦.୦ ଡିଗ୍ରୀ।  ଜାନୁୟାରୀ ୮ରେ ସର୍ବାଧିକ ତାପମାତ୍ରା – ୨୫.୦ ଡିଗ୍ରୀ, ସର୍ବନିମ୍ନ ମାଇନସ ୦.୫ ଡିଗ୍ରୀ। ଜାନୁୟାରୀ ୯ରେ ସର୍ବାଧିକ ତାପମାତ୍ରା ମାଇନସ ୨୧.୬ ଡିଗ୍ରୀ, ସର୍ବନିମ୍ନ ମାଇନସ ୩.୮ ଡିଗ୍ରୀ ଥିଲା। ଜାନୁୟାରୀ ୧୦ରେ ସର୍ବାଧିକ ତାପମାତ୍ରା ମାଇନସ ୨୪.୧ ଡିଗ୍ରୀ, ସର୍ବନିମ୍ନ ମାଇନସ ୧.୫ ଡିଗ୍ରୀ ଥିଲା। ସେହିପରି ୧୧ ତାରିଖରେ ସର୍ବାଧିକ ତାପମାତ୍ରା ମାଇନସ ୨୭.୭ ଏବଂ ସର୍ବନିମ୍ନ ୪.୫ ଡିଗ୍ରୀ ଥିଲା ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

Share