ପହଞ୍ଚିିଲାନି ଆମ୍ବୁଲାନ୍ସ, ବାପା କାନ୍ଧରେ ଗଲା କୁନିଝିଅର ଜୀବନ

ନାକଟିଦେଉଳ,୧୨ା୧୦(ଡି.ଏନ.ଏ.): ନାଳ ପ୍ରତିବନ୍ଧକ ସାଜିବାରୁ ଗାଁରେ ପହଞ୍ଚତ୍ ପାରିଲାନାହିଁ ଆମ୍ବୁଲାନ୍ସ। ଶେଷରେ ଚିକିତ୍ସା ଅଭାବରୁ ବାପା କାନ୍ଧରେ କୁନି ଝିଅର ଜୀବନ ଚାଲିଗଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ କମଳାନାଳୀ ଗ୍ରାମରେ।
ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ସମ୍ବଲପୁର ଜିଲା କମଳାନାଳୀ ଗ୍ରାମ ସୁଦସାହିର ଅର୍ଜୁନ ଦେହୁରିଙ୍କ ୬ବର୍ଷର ଝିଅ ମିତା ଗାଁ ଦାଣ୍ଡରେ ସାଙ୍ଗମାନଙ୍କ ସହ ଖେଳୁଥିଲା। ପରେ ସେ ଘରକୁ ଫେରୁଥିବାବେଳେ ଏକ ଖୋଲା କୂଅରେ ଅସାବଧାନତା ବଶତଃ ପଡ଼ିଯାଇଥିଲା। ଘରକୁ ନ ଫେରିବାରୁ ମା’ବାପା ଖୋଜାଖୋଜି କରିଥିଲେ। ପ୍ରାୟ ଅଧଘଣ୍ଟା ପରେ କୂଅରୁ ମିତାକୁ ଉଦ୍ଧାର କରି ନାକଟିଦେଉଳ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଗ୍ରାମକୁ ଭଲ ରାସ୍ତା ନ ଥିବାବେଳେ ବାଟରେ ୨ଟି ନାଳ ପଡୁଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ ବୋଲି ଡ୍ରାଇଭର କହିଥିଲେ। ପରେ ସେ ନିକଟସ୍ଥ ଧାତୁକିମାଳ ଗ୍ରାମ ପର୍ଯ୍ୟନ୍ତ ଆସିବାକୁ କହିଥିଲେ। କୁନି ଝିଅର ଜୀବନ ବଞ୍ଚାଇବା ଆଶାରେ ବାପା ଅର୍ଜୁନ ରାତିରେ ୨କି.ମି. ଦୂର ଧାତୁକିମାଳକୁ ପାଦରେ ଚାଲି ଚାଲି ୨ଟି ନାଳ ପାରିହୋଇ ଯାଇଥିଲେ। ସେଠାରେ ଥିବା ଆମ୍ବୁଲାନ୍ସରେ ଝିଅକୁ ଧରି ରେଢାଖୋଲ ଡାକ୍ତରଖାନା ଯାଇଥିଲେ ମଧ୍ୟ ଡାକ୍ତର ମିତାକୁ ମୃତ ଘୋଷଣା କରିଥିଲେ। ରାସ୍ତା ଅବସ୍ଥା ଠିକ୍‌ ନ ଥିବାବେଳେ ଆମ୍ବୁଲାନ୍ସ ପହଞ୍ଚତ୍ ନ ପାରିବାରୁ ଏକ ମୂଲ୍ୟବାନ ଜୀବନ ଚାଲିଗଲା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକଥନୀୟ ଅତ୍ୟାଚାରର ସାକ୍ଷୀ ବ୍ରିଟିଶ କୋଠି

ଏରସମା,୨୪।୮(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ସ୍ଥାନରେ ଥିବା ଐତିହାସିକ ସ୍ମୃତିସ୍ଥମ୍ଭ, ପୀଠସ୍ଥଳୀ ଓ ରାଜପ୍ରାସାଦ ଆଦିର...

ପ୍ରେମ ବ୍ୟାପାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ପୋଲିସ ଗାଡି ଉପରକୁ ଢେଲା ମାଡ଼

ଗଞ୍ଜାମ,୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଳୁରୁଗଡ଼ ଗାଁରେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରିଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ତଦନ୍ତ କରିବାକୁ ଯାଇଥିବା ହୁମା ଫାଣ୍ଡି ପୋଲିସ...

ଗୁରୁନାନକ ଜୟନ୍ତୀରେ ଯୋଗଦେଲେ ବାଚସ୍ପତି

ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ...

କରୋନା ବୀରଙ୍କୁ ଧନ୍ୟବାଦ ଜଣାଇଲେ ନେତା, ଅଫିସର

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ସବୁଆଡେ ସଚେତନତା ଦେଖିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଦେଶକୁ ସାଧାରଣ ଲୋକମାନଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳୁଛି।...

ହାଡ଼ିଆ ହତ୍ୟାକାଣ୍ଡକୁ ମାସେ ପୂରିଲା: ଧରାପଡ଼ିନାହାନ୍ତି ଅଭିଯୁକ୍ତ ଦୁଇ ଭାଇ

କଟକ ଅଫିସ,୨।୧୦: ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟା ଘଟଣାକୁ ଶୁକ୍ରବାର ଏକମାସ ପୂରଣ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି ବୋଲି କଟକ...

ବିଚକ୍ଷଣ ସଂସଦୀୟ ତଥ୍ୟ

ଭୁବନେଶ୍ୱର, ୧୨।୬: home ଓଡିଶା ବିଧାନସଭାର ପ୍ରାୟ ୧ବର୍ଷ ଜୀବନକାଳ ଥିବା ସତ୍ତ୍ୱେ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ନିଷ୍ପତ୍ତି ନେଇଥିଲେ।...

ପୋଲିସ ଚାକିରି କରିବେ କିନ୍ନର

ଭୁବନେଶ୍ୱର,୧୩ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଚାକିରି ଅଭାବ ଦେଖାଦେଇଥିବାବେଳେ ରାଜ୍ୟ ପୋଲିସ ବିଭାଗରେ ୪୭୭ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଓ ୨୪୪ କନଷ୍ଟେବଳ ପଦବୀ ପୂରଣ ପାଇଁ...

ଭାଜପା ନେତ୍ରୀଙ୍କ କାର୍‌ ଉପରକୁ ବୋମାମାଡ଼

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଣେ ଭାଜପା ନେତ୍ରୀଙ୍କ କାର୍‌କୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଜିଲା ଭାଜପା କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା...

Advertisement
Archives

Model This Week