କହିଥିଲେ ଶାହାରୁଖ: ‘କାଜୋଲ ମୋ’ ସାନ ଭଉଣୀ’

ବମ୍ବେ: ବଲିଉଡ୍‌ରେ ଏକାଠି କାମ କରୁଥିବା କଳାକାରଙ୍କ ଲିଙ୍କଅପ୍‌ର ଅନେକ ଖବର ଶୁଣିବାକୁ ମିଳେ। କେତେବେଳେ ଏହା ସତ ପାଲଟେ ତ କେତେବେଳେ ଗୁଜବ। ଏହି କ୍ରମରେ ସୁପରଷ୍ଟାର ଶାହାରୁଖ ଖାଁଙ୍କ ନାମ ଅନେକ ନାୟିକାଙ୍କ ସହ ଯୋଡ଼ା ଯାଇଛି। ସେଥିରୁ ଜଣେ ଥିଲେ କାଜୋଲ। ଫିଲ୍ମରେ ଉଭୟଙ୍କ ଅଭିନୟ ଦେଖିବା ପରେ ସେମାନେ ବାସ୍ତବ ଜୀବନରେ ମଧ୍ୟ ସମ୍ପର୍କରେ ଥିବା କୁହାଯାଇଥିଲା। ହେଲେ ଏକ ସାକ୍ଷାତକାରରେ ଶାହାରୁଖ ସ୍ପଷ୍ଟୀକରଣ ରଖିଥିଲେ। ଅଭିନେତ୍ରୀଙ୍କ ବୟସ ଏବଂ ତାଙ୍କ ସହ ସମ୍ପର୍କ ନ ଦେଖି ନାଁ ଯୋଡ଼ି ଦିଆଯାଉଛି ବୋଲି କହିଥିଲେ।

ଶାହାରୁଖ କାଜୋଲ, ଜୁହି ଚାଓ୍ବଲା ଏବଂ ଦୀପା ସାହିଙ୍କ ସହ ସମ୍ପର୍କକୁ ନେଇ କହିଥିଲେ ଏସବୁ ଭିତ୍ତିହୀନ କଥା। କାଜୋଲ ଆଉ ମୁଁ? ସେ ଏବେ ଛୁଆଟିଏ। ତନୁଜା ମାଉସୀଙ୍କ ଝିଅ, ଦେଖିବାକୁ ଗଲେ ମୋର ସାନ ଭଉଣୀ ପରି। ସ୍ତ୍ରୀ ଗୌରୀ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି। ସବୁକିଛି ଦେଖିଲେ କୌଣସି ବି ନାୟିକାଙ୍କ ସହ ତାଙ୍କର ସମ୍ପର୍କ ନାହିଁ। ସେହିଭଳି ଝିଅମାନଙ୍କ ସୁନ୍ଦର ଚେହେରା ଦେଖି ମୁଁ ଢ଼ଳି ଯାଏ ନାହିଁ। ତାଙ୍କର ବ୍ୟବହାର ଏବଂ ଚରିତ୍ର ମୋତେ ପ୍ରଭାବିତ କରେ। ଗୌରୀଙ୍କ ପାଖରେ ସବୁକିଛି ଅଛି। ତ ମୁଁ ଅନ୍ୟ କାହା ପାଖରେ ସେଗୁଡ଼ିକ କାହିଁକି ଖୋଜିବି । ତେବେ ଯଦି କେବେ କାହା ସହ ପ୍ରେମ ସମ୍ପର୍କ ରଖିବି ତେବେ ଜଣେ ପୋଖତ ଅଭିନେତା ଭଳି ସେ କଥା କେହି ବି ଜାଣିପାରିବେ ନାହିଁ ବୋଲି ସେ କହିଥିଲେ।

Share