ମା’ଙ୍କ ମୃତ୍ୟୁ ପରେ କାନ୍ଦି ନ ଥିଲେ ସଞ୍ଜୟ ଦତ୍ତ: ଜାଣନ୍ତୁ କାହିଁକ…

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ରୋଗରେ ପୀଡିତ ଅଛନ୍ତି। ବର୍ତ୍ତମାନ ଏହା ତୃତୀୟ ଷ୍ଟେଜ୍‌ରେ ଅଛି। ଏହି ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶସକମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ତେବେ ସଞ୍ଜୟଙ୍କ ମା’ ତଥା ଅଭିନେତ୍ରୀ ନରଗିସ୍‌ଙ୍କର ମଧ୍ୟ କ୍ୟାନସରରେ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଭାଇ-ଭଉଣୀଙ୍କ ଠାରୁ ସଞ୍ଜୟ ମା’ଙ୍କର ବେଶି ନିକଟତର ଥିଲେ। ମାତ୍ର ମା’ଙ୍କ ମୃତ୍ୟୁରେ ସେ ଆଦୌ ହେଲେ କାନ୍ଦି ନ ଥିଲେ। କାରଣ ତାଙ୍କ ପାଖରେ ଇମୋଶନ ହିଁ ନ ଥିଲା। ଏ କଥା ନିଜେ ସଞ୍ଜୟ ଏକ ସାକ୍ଷାତକାରରେ କହିଥିଲେ। ହେଲେ ମା’ଙ୍କ ମୃତ୍ୟୁର ୨ ବର୍ଷ ପରେ ଯେତେବେଳେ ସେ ଏକ ଟେପ୍‌ରେକଡ୍‌ରେ ତାଙ୍କ ଆବାଜ୍‌ ଶୁଣିବାକୁ ପାଇଥିଲେ ସେତେବେଳେ ସେ ଭୋ ଭୋ ହୋଇ କାନ୍ଦିପକାଇଥିଲେ। ପ୍ରାୟ ୪-୫ ଘଣ୍ଟା ପର୍ଯ୍ୟନ୍ତ ସେ କାନ୍ଦିଥିଲେ। ମନଭିତରେ ଯାହାସବୁ ଥିଲା କାନ୍ଦ ମାଧ୍ୟମରେ ସବୁକିଛି ସେ ବାହାର କରିଦେଇଥିବା କହିଥିଲେ। ଏହାପରେ ସେ ନିଜକୁ ଏକ ଭିନ୍ନ ରୂପରେ ପାଇଥିଲେ।
ନରଗିସଙ୍କର ୩ ମେ’ ୧୯୮୧ରେ କ୍ୟାନସରରେ ମୃତ୍ୟୁ ଘଟିଥିଲା।

Share