୩୦ ହଜାର ଟଙ୍କାରେ ପୁରସ୍କାର କିଣିଥିଲେ ଏହି ପ୍ରସିଦ୍ଧ ଅଭିନେତା. ଜାଣନ୍ତୁ କାହିଁକି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡର ଅନେକ ଅନ୍ଧକାର ଦିଗ ବିଷୟରେ ବାହାରକୁ ଆସୁଛନ୍ତି। ବଂଶବାଦ, ଗୋଷ୍ଠୀବାଦ ବିଷୟରେ ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହା ବ୍ୟତୀତ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌ ରେହମାନ ମଧ୍ୟ ବଲିଉଡ ଗ୍ୟାଙ୍ଗ ବିଷୟରେ ଖୁଲାସା କରିଥିବାବେଳେ ସାଉଣ୍ଡ ଡିଜାଇନର୍‌ ରେସୁଲ ପୁକୁଟି ମଧ୍ୟ ଓସ୍କାର ଜିତିବା ପରେ ତାଙ୍କୁ ସାଇଡଲାଇନ କରିଦିଆଯାଇଥିଲା ବୋଲି ଅଭିଯୋଗ କରିଛନ୍ତି।
ଏସବୁ ମଧ୍ୟରେ ବଲିଉଡ ପୁରସ୍କାର ଶୋ ମଧ୍ୟ ବିବାଦରେ ରହିଛି। କିଛି ଦିନ ପୂର୍ବରୁ ଗୀତିକାର ମନୋଜ ମୁନ୍ତଶୀର ତାଙ୍କ ଗୀତ ‘ତେରୀ ମିଟ୍ଟୀ’ ପାଇଁ ଫିଲ୍ମଫେୟାର ପୁରସ୍କାର ପାଇ ନ ଥିଲେ। ପରେ ଭବିଷ୍ୟତରେ କୌଣସି ପୁରସ୍କାର ଶୋ’ରେ ଭାଗ ନେବାକୁ ମନା କରିଦେଇଥିଲେ। କିନ୍ତୁ ପୁରସ୍କାର ଶୋ’କୁ ନେଇ ବିବାଦ ପ୍ରଥମ ଥର ନୁହେଁ। ବଲିଉଡର ସ୍ବର୍ଗତ ଅଭିନେତା ରୁଷି କପୁର ତାଙ୍କ ଆତ୍ମଜୀବନୀରେ କହିଥିଲେ ଯେ, ୫୦ ବର୍ଷ ପୂର୍ବେ ସେ ୩୦ ହଜାର ଟଙ୍କା ଦେଇ ପୁରସ୍କାର କିଣିଥିଲେ।
ରୁଷି ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍‌ ୧୯୭୦ରେ ପିତା ରାଜ କପୁରଙ୍କ ଫିଲ୍ମ ମେରା ନାମ ଜୋକରରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ। ତିନି ବର୍ଷ ପରେ ଅର୍ଥାତ୍‌ ୧୯୭୩ରେ ରୁଷି କପୁର ଜଣେ ମୁଖ୍ୟ ଅଭିନେତା ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରର ନାମ ବବି ଥିଲା। ଏହି ଚଳଚ୍ଚିତ୍ର ପାଇଁ ରୁଷି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡିଥିଲା। ୨୦୧୭ରେ ମୁକ୍ତିଲାଭ କରିଥିବା ରୁଷି କପୁର ତାଙ୍କ ଆତ୍ମଜୀବନୀ ଖୁଲାମ-ଖୁଲାରେ ଏହା ସେ ଉଲ୍ଲେଖ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସେ ସେତେବେଳେ ବହୁତ ଯୁବକ ଥିଲେ ଏବଂ ତାଙ୍କ ଚଳଚ୍ଚିତ୍ରର ସଫଳତାରେ ସେ ବହୁତ ଖୁସି ଥିଲେ। ତେଣୁ ସେ ଏପରି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପରେ ନିଜ ଦୋଷ ଏବଂ ଏହାକୁ ନେଇ ମଧ୍ୟ ଅନୁତାପ କରୁଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri