ଭାଜପାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କହୁଥିଲେ ‘ପପ୍ପୁ’; କଂଗ୍ରେସକୁ ଆସି ଛୁଇଁଥିଲେ ସୋନିଆଙ୍କ ପାଦ; ଏବେ…

ଗତ କିଛି ସମୟ ଧରି ଚର୍ଚ୍ଚାରେ ଅଛନ୍ତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କ ସହ ତାଙ୍କର ମନୋମାଳିନ୍ୟ ଖବର ଅନେକଙ୍କୁ ଜଣା। ଏହା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସମେତ ପୁରା କଂଗ୍ରେସକୁ ଚିନ୍ତାରେ ପକାଇଛି। ସିଦ୍ଧୁ ଏବେ ରାହୁଲ ସମାଧାନର ବାଟ ବାହାର କରନ୍ତୁ ବୋଲି ଚାହୁଁଛନ୍ତି। ହେଲେ ଏକଦା ରାହୁଲଙ୍କୁ ସେ କଟାକ୍ଷ କରିବାର କୌଣସି ମଉକା ଛାଡ଼ୁନଥିଲେ।

୨୦୦୪ରେ ପ୍ରଥମ ଥର ପାଇଁ ସିଦ୍ଧୁ ନିର୍ବାଚନରେ ଲଢ଼ିଥିଲେ। ଭାଜପା ଟିକେଟରୁ ସେ ଅମୃତସରରୁ ନିର୍ବାଚନ ଜିତି ଲୋକ ସଭାରେ ପହଞ୍ଚିଥିଲେ। ୨୦୦୯ରେ ମଧ୍ୟ ସେ ପୁଣିଥରେ ଏମ୍‌ପି ହୋଇଥିଲେ। ହେଲେ ୨୦୧୪ରେ ଭାଜପା ତାଙ୍କ ସ୍ଥାନରେ ଅରୁଣ ଜେଟଲୀଙ୍କୁ ଅମୃତରସରର ଟିକେଟ ଦେଇଥିଲା। ଏହାକୁ ନେଇ ସିଦ୍ଧୁ ଖପ୍ପା ହୋଇଯାଇଥିଲେ। ଏଥିଯୋଗୁ ଦଳ ତାଙ୍କୁ ରାଜ୍ୟ ସଭାକୁ ପଠାଇ ଦେଇଥିଲା। ହେଲେ ସିଦ୍ଧୁ ୨୦୧୬ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ। ଏହାପରେ ୨୦୧୭ରେ ସେ ପଦ୍ମ ଛାଡ଼ି ହାତ ଧରିଥିଲେ।

ଯେତେବେଳେ ସିଦ୍ଧୁ କଂଗ୍ରେସରେ ଯୋଗଦେଇଥିଲେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଭାଜପାରେ ଥିବା ବେଳେ ସେ ରାହୁଲଙ୍କ ମଜା ଉଡ଼ାଉଥିଲେ। ସର୍ବଦା ତାଙ୍କୁ ରାହୁଲ ବାବା, ପପ୍ପୁ ଭଳି ଶବ୍ଦ ବ୍ୟବହାର କରି କଟାକ୍ଷ କରୁଥିଲେ। ଏଣୁ କଂଗ୍ରେସରେ ଯୋଗ ଦେବା ପରେ ରାହୁଲଙ୍କ ସହ ତାଙ୍କର ଫଟୋକୁ ଦେଖି ଲୋକେ ମେମେ ପ୍ରସ୍ତୁତ କରିଥିଲେ।

କଂଗ୍ରେସରେ ଯୋଗ ଦେବା ପରେ ସିଦ୍ଧୁଙ୍କ ଅନ୍ୟ ଏକ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସିଦ୍ଧୁ ସୋନିଆଙ୍କ ପାଦ ଛୁଉଁଥିବା ଦେଖାଯାଇଥିଲା। ଏହାକୁ ନେଇ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା। ତେବେ ଫଟୋଟି ୨୦୧୮ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ସମୟର ଥିଲା। ନିଜ ଭାଷଣ ଦେଇ ଫେରୁଥିବା ବେଳେ ସିଦ୍ଧୁ ପ୍ରଥମେ ମନମୋହନ ସିଂହ ଏବଂ ପରେ ସୋନିଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri