ସଲମାନ୍‌, ବିବେକ ନୁହନ୍ତି, ଏହି ପ୍ରେମିକଙ୍କ ପାଇଁ ମନୀଷାଙ୍କ ସହ ଝଗଡ଼ା କରିଥିଲେ ଐଶ୍ୱର୍ଯ୍ୟା

ବଲିଉଡ୍‌ର ସବୁଠାରୁ ସୁନ୍ଦରୀ ତଥା ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଐଶ୍‌ ବଚ୍ଚନ ପରିବାର ବୋହୂ ହୋଇଥିଲେ ମଧ୍ୟ ସେ ସବୁବେଳେ ବିବାଦରେ ରହିଆସିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଐଶ୍‌ଙ୍କ ନାମ ସଲମାନ୍‌ ଖାନ୍‌, ବିବେକ ଓବରୟ ପ୍ରମୁଖଙ୍କ ସହ ଯୋଡାଯାଇଛି। ହେଲେ ଏମିତି ଜଣେ ଅଭିନେତା ଥିଲେ ଯାହାଙ୍କ ପାଇଁ ଐଶ୍‌ ଅଭିନେତ୍ରୀ ମନୀଷା କୋଇରାଲାଙ୍କ ସହ ଝଗଡ଼ା କରିଥିଲେ।

ଏକ ରିପୋର୍ଷ ଅନୁଯାୟୀ, ରାଜୀବ ମୁଲଚନ୍ଦାନୀ ଐଶ୍‌ଙ୍କ ପ୍ରଥମ ପ୍ରେମକ ଥିଲେ। ଏହି ସମୟରେ ମନୀଷା ମଧ୍ୟ ଲୋକପ୍ରିୟ ଅଭିନେତ୍ରୀ ହୋଇସାରିଥିଲେ। ଏକଦା ଐଶ୍‌ ଓ ରାଜୀବଙ୍କ ମଧ୍ୟରେ ମନୀଷା ଆସିଯାଇଥିଲେ। ପରେ ରାଜୀବ ଐଶ୍‌ଙ୍କୁ ଛାଡି ମନୀଷାଙ୍କୁ ଭଲପାଇ ବସିଲେ। ଉଭୟ ପରିସ୍ପରକୁ ଡେଟ୍‌ ମଧ୍ୟ କରିବା ଆରମ୍ଭ କଲେ। ଏହା ଐଶ୍‌ ଜାଣିବାକୁ ପାଇଲେ। ଏକ ସାକ୍ଷାତକାର ସମୟରେ ଭଉୟ ଐଶ୍‌ ଏବଂ ମନୀଷା ପରସ୍ପର ସହ ଝଗଡା କରିବା ଆରମ୍ଭ କରିଦେଇଥିଲେ। ଏହାର କିଛି ଦିନ ପରେ ଐଶ୍‌ ଅନ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ, ମନୀଷା ତାଙ୍କ ନାମକୁ ଜବରଦସ୍ତ ରାଜୀବଙ୍କ ସହ ଯୋଡିଥିଲେ, ମାତ୍ର ସେମାନଙ୍କ ମଧ୍ୟରେ ସେମିତି କିଛି ନ ଥିଲା ବୋଲି ଏଶ୍‌ କହିଥିଲେ।

Share