Posted inଖେଳ

ବାଉନ୍ସର ପକାଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କ ନାକ ହାଡ଼ ଭାଙ୍ଗିଥିଲେ ଏହି ବୋଲର୍‌, ଉଇକେଟ ବି ନେଇ କରିଥିଲେ…

ନୂଆଦିଲ୍ଲୀ,୧୮।୨: କ୍ରିକେଟ ମଇଦାନରେ ଅନେକ ଅବିସ୍ମରଣୀୟ ଘଟଣା ଦେଖିବାକୁ ମିଳିଥାଏ। ସେଥିରୁ ଗୋଟିଏ ହେଉଛି ୧୯୮୬ ଫେବୃୟାରୀ ୧୮ ତାରିଖରେ ଖେଳାଯାଇଥିବା ଏକ ମ୍ୟାଚ୍‌ର ଘଟଣା। ସେତେବେଳେ ଇଂଲଣ୍ଡ ଟିମ୍‌ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିଲା। ଏହି ସମୟରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ଏକକୁ ବଳି ଆରେକ ବୋଲର୍‌ ଥିଲେ। ଏହି ଗସ୍ତର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ଟିମ୍‌ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ହେଲେ ଏହି ପାଳିରେ ଇଂଲଣ୍ଡର ପୂର୍ବ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ମାଇକ୍‌ ଗେଟିଂ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ।

ମାଇକ୍‌ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ବୋଲରଙ୍କ ବଲ୍‌ରେ ଗୋଟିଏ ରନ୍‌ ନେବା କଷ୍ଟକର ହୋଇପଡ଼ୁଥିଲା। ୩୬ ବଲ୍‌ରେ ୧୦ରନ୍‌ କରି ଖେଳୁଥିଲେ ସେ। ଏହି ସମୟରେ ବୋଲର୍‌ ମାଲକମ୍‌ ମାର୍ଶଲ ଏକ ବାଉନ୍ସର ପକାଇଥିଲେ। ଏହି ବଲ୍‌ ଗେଟିଂଙ୍କ ନାକରେ ବାଜିଥିଲା। ହେଲେ ଏହା ଏତେ ଦ୍ରୁତ ବେଗରେ ବାଜିଥିଲା ଯେ ତାଙ୍କ ନାକର ହାଡ଼ ଭାଙ୍ଗି ଯାଇଥିଲା। ଏହାପରେ ବଲ୍‌ଟି ଷ୍ଟମ୍ପରେ ବାଜିଥିଲା। ଫଳରେ ସେ ଉଇକେଟ ହରାଇଥିଲେ। ସେଠାରେ ଉପସ୍ଥିତ ବୋଲର ବଲ୍‌ ଉଠାଇବା ବେଳେ ସେଥିରେ ନାକ ହାଡ଼ର ଏକ ଅଂଶ ଲାଗିଥିବା ଦେଖିଥିଲେ। ଏହା ସେଠାରେ ଉପସ୍ଥିତ ଅନେକଙ୍କୁ ଚକିତ କରିଥିଲା।

ତେବେ ଉକ୍ତ ମ୍ୟାଚ୍‌ରେ ମାଲକମ୍‌ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଥିଲେ। ସେ ୧୦ ଓଭରରେ ଗୋଟିଏ ମେଡେନ୍‌ ସହ ୨୩ ରନ୍‌ ଦେଇ ୪ ଉଇକେଟ ନେଇଥିଲେ। ତାଙ୍କ ଯୋଗୁ ଇଂଲଣ୍ଡ ଟିମ୍‌ ୪୬ ଓଭରରେ ୮ ଉଇକେଟ ହରାଇ ୧୪୫ ରନ୍‌ କରିପାରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ଦଳ ୪୩.୫ ସଭରରେ ୪ ଉଇକେଟ ହରାଇ ସହଜ ବିଜୟ ହାସଲ କରିଥିଲେ। ଏଥିରେ ମାଲକମ୍ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri