ଅନିଲଙ୍କୁ ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ ଏହି ଅଭିନେତ୍ରୀ; କାରଣ ଥିଲା…

ବମ୍ବେ: ବଲିଉଡ୍‌ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି ସିନେମାର ହିଟ୍‌ ଯୋଡ଼ି ଥିଲେ। ଉଭୟ ଏକାସାଙ୍ଗରେ ଅନେକ ଫିଲ୍ମରେ କାମ କରିଥିଲେ। ସେଥିରେ ରାମ ଲଖନ୍‌, ଟୋଟାଲ ଧମାଲ, କର୍ମା ଭଳି ଫିଲ୍ମ ରହିଛି। ଏକ ସମୟ ଥିଲା ଯେତେବେଳେ ମାଧୁରୀଙ୍କ ସହ ଅନ୍‌ସ୍କ୍ରିନ ସହ ଅଫ୍‌ସ୍କ୍ରିନ୍‌ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ଅନିଲ।

୧୯୮୯ରେ ମାଧୁରୀଙ୍କୁ ଏକ ସାକ୍ଷାତକାରରେ ଅନିଲ କପୁରଙ୍କୁ ବିବାହ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ଏହାର ଜବାବ ଏଭଳି ଦେଇଥିଲେ ଯେ ସମସ୍ତେ ଚକିତ ହୋଇଯାଇଥିଲେ। କେବେ ହେଲେ ମୁଁ ଅନିଲଙ୍କ ଭଳି ମଣିଷଙ୍କୁ ବିବାହ କରିବି ନାହିଁ। ସେ ଛୋଟ ଛୋଟ କଥାରେ ପ୍ରଭାବିତ ହୋଇଯାନ୍ତି ହେଲେ ମୋତେ ଶାନ୍ତ ସ୍ବଭାବର ସ୍ବାମୀ ଦରକାର ବୋଲି ମାଧୁରୀ କହିଥିଲେ।

ଅନିଲଙ୍କ ସହ ମୁଁ ବହୁତ ଫିଲ୍ମରେ କାମ କରିଛୁ। ତାଙ୍କ ସହ ଅଭିନୟ ବେଶ ସହଜ ଲାଗେ। ସେହି ସମୟରେ ମୁଁ ତାଙ୍କ ସହ କଥିତ ସମ୍ପର୍କକୁ ନେଇ ମଜା ମଧ୍ୟ କରେ ବୋଲି ମାଧୁରୀ କହିଥିଲେ।

ତେବେ ମାଧୁରୀଙ୍କ ନାମ ଅନିଲଙ୍କ ବ୍ୟତିତ ଅନେକ ଅଭିନେତା ସହ ଯୋଡ଼ାଯାଇଥିଲା। ତାଙ୍କ ସୁନ୍ଦରତାର ସମସ୍ତେ ପାଗଳ ଥିଲେ। ହେଲେ ସେ ପେସାରେ ଡାକ୍ତର ଥିବା ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ଉଭୟ ୧୯୯୯ ଅକ୍ଟୋବର ୧୭ରେ ବିବାହ କରିଥିଲେ।

Share