ଦୀର୍ଘ ଆଠ ଘଣ୍ଟା ଯାଏ ଶାହିଦଙ୍କୁ ଅପେକ୍ଷା କରିଥିଲେ କିଆରା, କାରଣ ଜାଣିଲେ…

ବମ୍ବେ: ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ, ଦୀର୍ଘ ଆଠ ଘଣ୍ଟା ଧରି ଶାହିଦ କପୁରଙ୍କ ଅପେକ୍ଷା କରି ବସିଥିଲେ ଜଣେ ଅଭିନେତ୍ରୀ। ଆପଣ ଭାବୁଥିବେ ସେ କରିନା କପୁର ହୋଇଥିବେ । ହେଲେ ନା। ଅଭିନେତ୍ରୀଜଣଙ୍କ ହେଲେ ସୁନ୍ଦରୀ କିଆରା ଆଡଭାଣୀ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ନିକଟରେ କଫି ଉଇଥ କରନ୍‌ ୭ ସିଜନରେ ଏନେଇ ଖୁଲାସା କରିଛନ୍ତି କିଆରା।

ଫିଲ୍ମ କବିର ସିଂ ଶୁଟିଂ ବେଳର କଥା। ଉଭୟ ନାୟକନାୟିକା ଭୂମିକାରେ ନଜର ଆସିଥିଲେ। ଫିଲ୍ମ ଶୁଟିଂର ତୃତୀୟ ନଚେତ ଚତୁର୍ଥ ଦିନରେ କିଆରାଙ୍କୁ ୮ ଘଣ୍ଟା ଯାଏ ଶାହିଦଙ୍କ ଅପେକ୍ଷା କରିବାକୁ ପଡ଼ିଥିଲା। ଏହା ପଛର କାରଣ ବି ମଜାଦାର। ଏକ ଦୃଶ୍ୟ ପାଇଁ ଶାହିଦ କିଭଳି ଜୋତା ପିନ୍ଧିବେ ସେନେଇ ଆଲୋଚନା ହେବାର ଥିଲା।

କିଆରାଙ୍କ ଏଭଳି କଥା ଶୁଣି କରନ୍‌ ଚକିତ ହୋଇଯାଇଥିଲେ। ଯଦି ତାଙ୍କୁ କେବେ କାହାପାଇଁ ଏଭଳି କାରଣକୁ ନେଇ ଅପେକ୍ଷା କରିବାକୁ ପଡେ ସେ ତେବେ ତାଙ୍କୁ ଚାପୁଡ଼ା ମାରିଦେବେ ବୋଲି କହିଥିଲେ।

Share