ଅମିତାଭ ବଚ୍ଚନଙ୍କ ଆଗରେ ରେଖାଙ୍କୁ ଶକ୍ତ ଚାପୁଡା ମାରିଥିଲେ ଜୟା: ଜାଣନ୍ତୁ କାହିଁକି

ଏକ ସମୟ ଥିଲା ଯେତେବେଳେ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ ସମ୍ପର୍କରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ବିବାହିତ ଅମିତାଭ ବଚ୍ଚନଙ୍କ ପାଇଁ ରେଖା ପ୍ରାୟତଃ ନିଜ ପ୍ରେମକୁ ପ୍ରକାଶ କରୁଥିବା ଦେଖାଯାଇଥିଲା ବିଗ ବି ଏହି ପ୍ରସଙ୍ଗରେ ସର୍ବଦା ନୀରବ ରହୁଥିଲେ। ଜୟା ବଚ୍ଚନ ମଧ୍ୟ ଏହି ଚର୍ଚ୍ଚାଗୁଡିକ ଉପରେ ଅତି ସରଳ ଭାବରେ ପ୍ରତିକ୍ରିୟା କରନ୍ତି। ତଥାପି, ଏପରି କିଛି ଖବର ମଧ୍ୟ ମଝିରେ ଆସୁଥିଲା ଯାହାକୁ ବିଶ୍ୱାସ କରିବା ପ୍ରଶଂସକ କଷ୍ଟସାଧ୍ୟ ଥିଲା। ଥରେ ଜୟା ନିଜ ରାଗକୁ ଅଟକାଇ ପନ ପାରି ଫିଲ୍ମ ସେଟରେ ରେଖାଙ୍କୁ ଚାପୁଡ଼ା ମାରିଥିଲେ। ଏହା ଫିଲ୍ମ ‘ରାମ ବଳରାମ’ର ସମୟରେ ଘଟିଥିଲେ। ନିର୍ମାତା ଟିଟୋ ଟୋନି ଅମିତାଭ ବଚ୍ଚନ ଏବଂ ରେଖାଙ୍କୁ ଏହି ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଥିଲେ କିନ୍ତୁ ଜୟା ତାହା ଚାହୁଁ ନ ଥିଲେ। ଏହି କାରଣରୁ ଜୟା ରେଖାଙ୍କ ସ୍ଥାନରେ ଜିନତ ଅମାନଙ୍କୁ କାଷ୍ଟ କରିବାକୁ ଟିଟୋ ଟନିଙ୍କୁ ବୁଝାଇଥିଲେ। ନିର୍ମାତା ଏହି କଥାରେ ରାଜି ହୋଇଯାଇଥିଲେ। ରେଖା ଏହା ବିଷୟରେ ଜାଣିବା ପରେ ସେ ଫିଲ୍ମ ନିର୍ଦ୍ଦେଶକ ବିଜୟ ଆନନ୍ଦଙ୍କ ନିକଟକୁ ଯାଇ କହିଥିଲେ ଯେ ସେ ଏହି ଫିଲ୍ମରେ ମାଗଣାରେ କାମ କରିବାକୁ ଚାହୁଁଛନ୍ତି। ନିର୍ଦ୍ଦେଶକ ନିର୍ମାତାଙ୍କୁ ବୁଝାଇବା ପରେ ରେଖାଙ୍କୁ ଫିଲ୍ମ କରିବା ନେବା ପାଇଁ ବାଟ ଫିଟିଥିଲା। ଏହାପରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିଲା। ଥରେ ଜୟା ଫିଲ୍ମର ଶୁଟିଂ ସମୟରେ ସେଟରେ ପହଞ୍ଚିଥିଲେ। ରେଖା ଏବଂ ଅମିତାଭ ବଚ୍ଚନ ଏକୁଟିଆ କଥା ହେଉଥିବା ଦେଖି ଅମିତାଭ ବଚ୍ଚନଙ୍କ ସାମ୍ନାରେ ରେଖାଙ୍କୁ ଚାପୁଡ଼ା ମାରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ।

Share