ବର୍ଷା ହେଲେ ବଦଳେ ରାସ୍ତା

ବଇଣ୍ଡା, ୨୬।୬: ପକ୍କା ହୋଇଛି କଚ୍ଚା ରାସ୍ତା। ଯାତ୍ରୀ ଏବଂ ଯାନବାହନ ଗମନାଗମନ ପାଇଁ ପ୍ରସ୍ତୁତ ପିଚୁ ସଡ଼କରେ ଯାତାୟାତ କରିବା ଅଧିକ ସୁଗମ ହୋଇଛି। ହେଲେ ଏହାକୁ ନେଇ ବର୍ଷସାରା ଖୁସି ହୋଇପାରୁନାହାନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ୫ ପଞ୍ଚାୟତର ବାସିନ୍ଦା। ରାସ୍ତାରେ ପଡୁଥିବା ୩ ନାଳ ସେମାନଙ୍କ ଦୁଃଖର କାରଣ ସାଜିଛି। ସେତୁ ନିର୍ମାଣ ହୋଇପାରୁ ନ ଥିବାରୁ ଲଗାଣ ବର୍ଷାରେ ଉଛୁଳୁଛି ନାଳ। ରାସ୍ତା ଉପରେ ପ୍ରବାହିତ ପ୍ରଖର ଜଳସ୍ରୋତ ଯୋଗାଯୋଗକୁ ବିଚ୍ଛିନ୍ନ କରିଦେଉଛି। ଫଳରେ ଅନ୍ୟ ରାସ୍ତା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ସେମାନେ, ଯେଉଁଥିରେ ସେମାନଙ୍କୁ ୭ରୁ ୧୦ କିଲୋମିଟର ଯାଏ ଅଧିକ ବୁଲାଣି ପଡୁଛି।
କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବୈଷ୍ଣବସାହିଠାରୁ ଅର୍ଜୁନଧରା ଦେଇ ବିଲେଇନାଳି ପଞ୍ଚାୟତକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ନୂଆ ରୂପ ନେଇଛି। ନୁନୁକାପଶି, ଲୁହାମୁଣ୍ଡା, ଗଁା ବଇଣ୍ଡା, ବିଲେଇନାଳି, ଉରୁକୁଳା ଆଦି ୫ ପଞ୍ଚାୟତ ଅଧୀନ ୧୧ ଗ୍ରାମର ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନରେଖା ପାଲଟିଛି ଏହି ପକ୍କା ସଡ଼କ। ୧୦.୪୦୦ କିଲୋମିଟର ଦୀର୍ଘ ଏହି ରାସ୍ତାର ପିଚୁ ଢଳେଇ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ୬ କୋଟି ୯୫ ଲକ୍ଷ ଟଙ୍କା। ୨୦୧୮ ଡିସେମ୍ବରରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇ ୨୦୨୦ ଜାନୁୟାରୀରେ ଶେଷ ହୋଇଛି। ତେବେ ରାସ୍ତାରେ ପଡୁଥିବା ବାଙ୍କଧର ନାଳ, ସୋଲଣ୍ଡା ନାଳ, ଅର୍ଜୁନଧରା ନାଳ ଉପରେ ବ୍ରିଜ୍‌ ନିର୍ମାଣ ହୋଇପାରୁନାହିଁ। ଫଳରେ ଲଗାଣ ବର୍ଷା ହେଲେ ସମ୍ପୃକ୍ତ ନାଳର ପ୍ରଖର ସ୍ରୋତ ରାସ୍ତାକୁ ମାଡୁଛି। ୨ ଫୁଟରୁ ୪ ଫୁଟ ଯାଏ ପାଣି ପ୍ରବାହିତ ହେବା ଫଳରେ ଯାତାୟାତ ବିଚ୍ଛିନ୍ନ ହୋଇପଡୁଛି। ଖରା ଏବଂ ଶୀତଦିନେ କାମ ଚଳିଯାଉଥିବାବେଳେ ବର୍ଷା ଦିନେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡୁଛି। ଲୋକମାନେ ୭କିମି ଦୂର ହଣ୍ଡପା ନଚେତ୍‌ ୧୦ କିମି ଦୂର ପଟାପଥର ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ୨୦୨୧ରେ ଉକ୍ତ ୩ ନାଳ ଉପରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ମିଳିଥିବାବେଳେ ତାହା ଧୂଅଁାବାଣରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବର୍ଷ ଭୋଗୁଥିବା ସମସ୍ୟା ସମ୍ପର୍କରେ ଶରଧାମୁଣ୍ଡା, ସୋଲଣ୍ଡା, ଅର୍ଜୁନଧରା, ଭେଜିଗୋଠ, ବଡ଼ଗୋବିନ୍ଦପୁର, ଗରୁଡ, ଜାମ୍ବବଣିଆ, ସାତପେରେଡିଆ, ବଡ଼ବାହଳ, ବଣିନାଳି, ଉରୁକୁଳା ପ୍ରମୁଖ ୧୧ ଗ୍ରାମର ବାସିନ୍ଦା ଏକାଧିକ ଥର ସ୍ବର ଉତ୍ତୋଳନ କରିଛନ୍ତି। ପୂର୍ତ୍ତ ବିଭାଗଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି ଏପରି କି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ହେଲେ ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ। ଅନ୍ୟପଟେ ବର୍ଷାପାଣି ସ୍ରୋତରେ ପିଚୁ ସଡ଼କ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ୩ଟି ସେତୁ ପାଇଁ ପ୍ରାୟ ୭ କୋଟି ଟଙ୍କାର ରାସ୍ତା ଶୋଚନୀୟ ହୋଇପଡ଼ିବା ଆଶଙ୍କା ଦେଖାଦେଇଥିବାବେଳେ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରିବାକୁ ସମ୍ପୃକ୍ତ ପଞ୍ଚାୟତବାସୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ଏସ୍‌ଡିଓ ଫକୀର ମୋହନ ସାହୁ କୁହନ୍ତି, ନାଳ ଉପରେ ବ୍ରିଜ୍‌ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି। ଅର୍ଥ ମଞ୍ଜୁର ହୋଇ ଆସିଲେ ବ୍ରିଜ୍‌ ନିର୍ମାଣ ହେବ।

ଆନ୍ତରିକତା ଅଭାବ
ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ୩ ବ୍ରିଜ୍‌ ନିର୍ମାଣ ହୋଇପାରୁନାହିଁ। ଆଠମଲ୍ଲିକ-କିଶୋରନଗର ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା ୩ ନାଳ ବର୍ଷାଦିନେ ଉଛୁଳୁଛି। ଯାତାୟାତ ପ୍ରଭାବିତ ହେଉଛି। ପୂର୍ତ୍ତ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
-ଧ୍ରୁବଚରଣ ସାହୁ, ବଡ଼ଗୋବିନ୍ଦପୁର ବାସିନ୍ଦା

ଜିଲା ପ୍ରଶାସନ ଗୁରୁତ୍ୱ ଦେଉ
ରାସ୍ତା କାର୍ଯ୍ୟ ୩ବର୍ଷ ହେଲା ସରିଥିଲେ ମଧ୍ୟ ନାଳ ଉପରେ ବ୍ରିଜ ନିର୍ମାଣ ହୋଇପାରୁନାହିଁ। ଫଳରେ ଯାତ୍ରୀବାହୀ ବସ୍‌ ଚଳଚଳ କରିପାରୁନାହିଁ। ବର୍ଷାଦିନେ ଯାତାୟାତ ପ୍ରଭାବିତ ହେଉଛି। ଏଥିପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଜରୁରୀ।
-ମଦନ ବିଶ୍ୱାଳ, ଭେଜିଗୋଠ ବାସିନ୍ଦା
୭ କିଲୋମିଟର ବୁଲାଣି ପଡୁଛି
ଅର୍ଜୁନଧରା ଗ୍ରାମକୁ ପିଚୁ ରାସ୍ତା ନିର୍ମାଣ ହେବା ପରେ ଅଞ୍ଚଳର ଗୁରୁତ୍ୱ ବୃଦ୍ଧି ପାଇଛି। ହେଲେ ନାଳ ଉପରେ ବ୍ରିଜ୍‌ ନିର୍ମାଣ କରାଯାଉ ନ ଥିବାରୁ ଲଗାଣ ବର୍ଷା ହେଲେ ଗମନାଗମନ ବିଚ୍ଛିନ୍ନ ହୋଇପଡୁଛି। ବଇଣ୍ଡାରୁ ଗ୍ରାମକୁ ଆସିବାକୁ ୭ କିଲୋମିଟର ଅଧିକ ବୁଲାଣି ପଡୁଛି।
-ସୁଶାନ୍ତ ସାହୁ, ଅର୍ଜୁନଧରା ବାସିନ୍ଦା

ଅବଗତ ସତ୍ତ୍ୱେ ପଦକ୍ଷେପ ନାହିଁ
ବ୍ରିଜ୍‌ ନିର୍ମାଣ ପାଇଁ ବିଧାୟକଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। କିଶୋରନଗର ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ବହୁ ଜନସାଧାରଣ ନିର୍ଭର କରୁଥିବାବେଳେ ସେତୁ ନିର୍ମାଣ ଜରୁରୀ ହୋଇପଡିଛି।
-ବନବିହାରୀ ପ୍ରଧାନ, ସୋଲଣ୍ଡା ବାସିନ୍ଦା

ସରକାରଙ୍କୁ ଅବଗତ କରାଯାଇଛି
ଉକ୍ତ ରାସ୍ତାରେ ପଡୁଥିବା ୩ ନାଳ ଉପରେ କିଭଳି ବ୍ରିଜ୍‌ ନିର୍ମାଣ ହେବ, ସେ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ପୂର୍ତ୍ତ ବିଭାଗ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ ମଧ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହେଲେ ବ୍ରିଜ ନିର୍ମାଣ କରାଯିବ।
-ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ବିଧାୟକ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri