Categories: ଜାତୀୟ

ସରକାରକୁ ଆସିଲେ ମହିଳାଙ୍କୁ ସ୍କୁଟି, ମାଗଣା ବସ୍‌ ସେବା ଯୋଗାଇ ଦେବ କଂଗ୍ରେସ

ଲକ୍ଷ୍ନୌ,୮।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାମାନଙ୍କ ପାଇଁ ଏକ ପୃଥକ ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛନ୍ତି। ଏହି ଘୋଷଣାପତ୍ରକୁ ଶକ୍ତି ବିଦ୍ୟା ନାମରେ ନାମିତ କରାଯାଇଛି। ପ୍ରିୟଙ୍କା କହିଛନ୍ତି ଯେ, ଆମେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ ଦେବାର ପ୍ରତିଶୃତି ଦେଇଛୁ, ଯାହା ଦ୍ୱାରା ମହିଳା ସଶକ୍ତିକରଣର କଥାବାର୍ତ୍ତା କେବଳ କାଗଜରେ ରହିବ ନାହିଁ। କଂଗ୍ରେସ ଦଳ ଦେଶକୁ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଦେଇଛି ବୋଲି ସେ କହିଛନ୍ତି।
ମହିଳାମାନଙ୍କ ପାଇଁ ବଡ ପ୍ରତିଶ୍ରୁତି ଦେଇଥିବାବେଳେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ୮ ଲକ୍ଷ ମହିଳାଙ୍କୁ ୟୁପିରେ ନିଯୁକ୍ତି ଦିଆଯିବ। ମହିଳାମାନେ ମନରେଗାରେ ପ୍ରାଥମିକତା ପାଇବେ। ସରକାରୀ ପଦବୀରେ ୪୦ ପ୍ରତିଶତ ମହିଳା ନିଯୁକ୍ତି ପାଇବେ। ମହିଳାମାନଙ୍କ ପାଇଁ ୧୦ଟି ଆବାସିକ କ୍ରୀଡା ଏକାଡେମୀ, ବାଳିକାମାନଙ୍କ ପାଇଁ ସା ବିଦ୍ୟାଳୟ ଖୋଲାଯିବ। ପ୍ରିୟଙ୍କା ମହିଳାମାନଙ୍କ ପାଇଁ ମାଗଣା ବସ ସେବା, ମହିଳାଙ୍କୁ ଶସ୍ତା ରୁଣ, ୨୫ଟି ସହରରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ, ୧ ହଜାର ସମ୍ମାନଜନକ, ୫୦ ପ୍ରତିଶତ ରାସନ ଦୋକାନ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ। ସେହିପରି ସ୍ନାତକୋତ୍ତରରେ ନାମ ଲେଖାଇଥିବା ଛାତ୍ରୀମାନେ ସ୍କୁଟି ପାଇବେ। ମହିଳାମାନେ ପ୍ରତିବର୍ଷ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ପାଇବେ। ପ୍ରତ୍ୟେକ ଝିଅ ପିଲାଙ୍କ ପାଇଁ ଏକ ଏଫ୍‌ଡି ପ୍ରସ୍ତୁତ କରାଯିବ। ପୋଲିସ ଫୋର୍ସରେ ୨୫% ମହିଳାଙ୍କୁ ଚାକିରି ଦେବାକୁ ପ୍ରିୟଙ୍କା ଘୋଷଣା କରିଛନ୍ତି।

Share