ଆଇପିଏଲ୍‌ ନିଲାମୀରେ କିଙ୍ଗ ଖାନଙ୍କ ପୁଅ, ୟୁଜର୍ସ କହିଲେ…

୨୦୨୧ ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ ଖାନଙ୍କ ପାଇଁ ବହୁତ କଷ୍ଟକର ଦିନ ଥିଲା । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା। ଆର୍ୟନ ଜାମିନ ପାଇବା ପରେ ବାପା ଶାହାରୁଖ ଖୁସି ହୋଇଯାଇଥିଲେ। ଏହା ପରେ ସେ ତାଙ୍କ ପୁଅକୁ ମିଡିଆଠାରୁ ବହୁ ଦୂରରେ ରଖିଥିଲେ ।
ବର୍ତ୍ତମାନ ଏହି ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ତଥା ଆଇପିଏଲ ୨୦୨୨ର ନିଲାମ ଆରମ୍ଭ ହୋଇଛି। ଶାହାରୁଖ ଆଇପିଏଲ ଟିମ୍‌ କୋଲକାତା ନାଇଟ ରାଇଡର୍ସ ଅର୍ଥାତ କେକେଆରର ମାଲିକ ହୋଇଥିବାରୁ ନିଲାମରେ ତାଙ୍କର ଉପସ୍ଥିତି ନିହାତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବ୍ୟସ୍ତତା ହେତୁ ସେ ଆସି ନ ପାରିବାରୁ ତାଙ୍କ ଉଭୟ ପିଲା ଆର୍ୟନ ଖାନ ଏବଂ ସୁହାନା ଖାନ ସେଠାରେ ଉପସ୍ଥିତ ଥିବାର ନଜର ଆସିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ଡ୍ରଗ୍ସ ମାମଲାରେ ଜେଲରୁ ମୁକୁଳିବା ପରେ  ଆର୍ୟନ ଇଭେଣ୍ଟରେ ନଜର ଆସିଛନ୍ତି । ଆଇପିଏଲ ନିଲାମୀ କାର୍ଯ୍ୟକ୍ରମରେ ଆର୍ୟନଙ୍କୁ ଦେଖି ଲୋକମାନେ ବହୁତ ଖୁସି ଥିବାର ଜଣାପଡୁଛି । ଏହା ସହ ବିଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ଏତେ ଦିନ ପରେ ଦେଖିକି ଭଲ ଲାଗିଲା ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ ତାଙ୍କୁ ଦେଖି ବହୁତ ଖୁସି । ଏହା ସହ ଆଉ ଜଣେ କହିଛନ୍ତି, ସିଂହର ପିଲା ମଇଦାନଙ୍କୁ ଫେରିଲା ।

Share